ଭୁବନେଶ୍ବର: ଆତଙ୍କୀଙ୍କ ଟାର୍ଗେଟରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସ । ଦିବସ ଆରମ୍ଭ ପୂର୍ବରୁ ଆସିଲା ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଭିଡିଓ । ବରିଷ୍ଠ ସାମ୍ୱାଦିକ ଅକ୍ଷୟ ସାହୁଙ୍କୁ ଇ-ମେଲ ଜରିଆରେ ଭିଡିଓ ବାର୍ତ୍ତା ପଠାଇ ଧମକ ଦେଇଛି ଗୁରୁପତୱନ୍ତ ସିଂ ପନ୍ନୁ । ଯେଉଁଥିରେ ଷ୍ଟେ ଆଓ୍ବେ ଷ୍ଟେ ସେଫ୍ ଷ୍ଟେ ଆଲର୍ଟର ଧମକ ଦିଆଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ସତର୍କ ରହିବାକୁ ବାର୍ତ୍ତା ପଠାଇଛି ପନ୍ନୁ। ପ୍ରବାସୀ ଭାରତୀୟ ଦିବସ ସମୟରେ ବ୍ୟାଘାତ ସୃଷ୍ଟି ପାଇଁ ଧମକ ଦେଇଛି ଏହି ଖଲିସ୍ତାନୀ ଆତଙ୍କୀ ।
ଏନେଇ ସାମ୍ବାଦିକ ଅକ୍ଷୟ ସାହୁ କହିଛନ୍ତି, ''ପନ୍ନୁର ଭିଡିଓ ମେଲ ପାଇବା ପରେ ପୋଲିସକୁ ଅବଗତ କରିଛି। ପୋଲିସ ପକ୍ଷରୁ କୌଣସି ଯୋଗାଯୋଗ କରଯାଇ ନାହିଁ । ପୋଲିସ ତଦନ୍ତ କରିବ ନିଶ୍ଚୟ । ପୂର୍ବରୁ ମଧ୍ୟ ମେଲ ଆସିଥିଲା ଡିଜି ଆଇଜି କନଫରେନ୍ସ ସମୟରେ। ପୋଲିସ ମଧ୍ୟ ଆସି ଯାଞ୍ଚ କରିଥିଲା ମେଲ । ଆମେରିକାରୁ ଗୋଟିଏ ମେଲ କାନାଡରୁ ଗତ ଥର ମେଲ ଆସିଥିଲା । ଏଥର ମଧ୍ୟ କିଛି ଆଇଟି ଏକ୍ସପର୍ଟ ଜରିଆରେ ଏହାକୁ ତନାଘନା ହେଉଛି କେଉଁଠି ଏ ଡୋମେନ ତିଆରି ହୋଇଛି କିଭଳି ପଠାଇଛି। ''
'ପବ୍ଲିସିଟ ପାଇଁ ଚେଷ୍ଟା କରୁଛି ପନ୍ନୁ':
ସେ ଆହୁରି ମଧ୍ୟ କହିଛନ୍ତି, '' ଏଭଳି ଭିଡିଓ ଜରିଆରେ ଏକ ପବ୍ଲିସିଟ ପାଇଁ ଚେଷ୍ଟା କରୁଛି। ଯେଉଁ ଖଲିସ୍ତାନୀ ମାନେ ଶକ୍ତିହୀନ ହେଇପଡିଛନ୍ତି ଭାରତୀୟ ସରକାରଙ୍କ କଠୋର ପଦକ୍ଷେପ ଯୋଗୁଁ, ସେହି ଖଲିସ୍ତାନୀ ସଂସ୍ଥାକୁ ଉତଥାନ ପାଇଁ ଚେଷ୍ଟା କରୁଛନ୍ତି। ଏନେଇ ଭାରତ ସରକାର ଇଣ୍ଟେଲିଜେନ୍ସ ମେକାନିଜିମକୁ ଆହୁରି ସଂଗଠିତ କରି, ଖଲିସ୍ତାନୀ ସଂସ୍ଥାକୁ ଅବଲମ୍ବିତ କରିବାକୁ ଚେଷ୍ଟା କରିବା ଆବଶ୍ୟକତା ରହିଛି । ଭାରତ ସରକାର କଠୋର ପଦକ୍ଷେପ ନେବା କଥା । ଏଭଳି ଧମକ ପୂର୍ଣ୍ଣ ମେଲ ଦ୍ବାରା ଭୁବନେଶ୍ୱର ସହର ବଦନାମ ହେବାର ପ୍ରଶ୍ନ ଉଠୁ ନାହିଁ । ଭାରତର ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଇଭେଣ୍ଟ ଏଠାରେ କରାଯାଉଛି। ତେଣୁ ଏହିଭଳି ବଡବଡ କାର୍ଯ୍ୟକ୍ରମ ଆଳରେ ଚର୍ଚ୍ଚାରେ ରହିବାକୁ ଚେଷ୍ଟା କରୁଛି । ''