ଭୁବନେଶ୍ବର: ଅସାଧୁ ମିଲର ଓ ଅଯୋଗ୍ୟ ରାସନ କାର୍ଡଧାରୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ଯିଏ କୃଷକମାନଙ୍କୁ ହଇରାଣ କରିବ, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ମିଲରମାନେ ଅଧିକ କଟନୀ ଛଟନୀ କରୁଛନ୍ତି, କଥା ମାନୁନାହାନ୍ତି, ସେମାନଙ୍କୁ କାରଣ ଦର୍ଶାଅ ନୋଟିସ କରାଯାଇଛି । ପୁରୁଣା ଢାଞ୍ଚା ଆଉ ଚଳିବ ନାହିଁ । ଏଥର ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାଇ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
- "ସରେଣ୍ଡର କର, ନହେଲେ କାର୍ଯ୍ୟାନୁଷ୍ଠାନ"
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାସନ କାର୍ଡକୁ ନେଇ ଦେଇଛନ୍ତି ବଡ ତଥ୍ୟ । କହିଛନ୍ତି, " ପ୍ରତି ବ୍ଲକରେ 200ରୁ 300 ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି । ଆୟକର ଦେଇ ବି ରାସନ ନେଉଛନ୍ତି । ସେମାନେ ଫେରାଇ ଦେବା ପାଇଁ ପୁଣି ଥରେ ଅପିଲ କରାଯାଉଛି । ସରେଣ୍ଡର କଲେ କୌଣସି କାର୍ଯ୍ୟନୁଷ୍ଠାନ ହେବନି । ଜାନୁଆରୀ 31ରେ ଇ-କେଓ୍ବାସି ଶେଷ ହେବ । ତା ପୂର୍ବରୁ ସରେଣ୍ଡର କରନ୍ତୁ । ଶୀଘ୍ର ସରେଣ୍ଡର କଲେ ଭଲ । ନହେଲେ ପରେ କାର୍ଯ୍ୟାନୁଷ୍ଠାନ ହେବ । " ଯେଉଁମାନେ ସରକାରୀ ଚାକିରି କରି ମଧ୍ୟ ରାସନ କାର୍ଡ ହାତେଇଛନ୍ତି, ସେମାନେ ମଧ୍ୟ ସମୟ ଥାଉ ଥାଉ ସରେଣ୍ଡର କରନ୍ତୁ ବୋଲି ଆହ୍ବାନ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ।
ଏହା ମଧ୍ୟ ପଢନ୍ତୁ:- କଟନୀ ଛଟନୀକୁ ନା, କିନ୍ତୁ ମଣ୍ଡିରେ ଲୋଡ଼ା FAQ ମାନର ଧାନ : ଯୋଗାଣ ମନ୍ତ୍ରୀ |