ଓଡିଶା

odisha

ETV Bharat / state

ଯୋଗ କରିବା ପୂର୍ବରୁ ଏହି ସବୁ ଉପରେ ଧ୍ୟାନ ଦିଅନ୍ତୁ, ନଚେତ ମିଳିବନି କୌଣସି ଫାଇଦା

ଶରୀର ପାଇଁ ଯୋଗ ରାମବାଣ ସଦୃଶ । ନିୟମିତ ଯୋଗ ଶରୀରକୁ ରଖେ ସୁସ୍ଥ । ସକାଳ ସମୟରେ ଯୋଗ କଲେ ମିଳିବ ଅନେକ ଫାଇଦା ।

best time of do yoga
best time of do yoga (Etv Bharat)

By ETV Bharat Odisha Team

Published : 4 hours ago

ଭୁବନେଶ୍ବର: ଆଜିର ଦିନରେ ନିଜ କାର୍ଯ୍ୟକୁ ନେଇ ସମସ୍ତେ ବ୍ୟସ୍ତ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ନିଜ ଶରୀର ପ୍ରତି ଅବହେଳା କରୁଛନ୍ତି ସମସ୍ତେ । ସୁସ୍ଥ ଜୀବନ ପାଇଁ ଯେତିକି ଧ୍ୟାନ ଦେବା ଜୁରୁରୀ ତାହା ଲୋକେ ଭୁଲି ଯାଉଛନ୍ତି । ଯାହା ଫଳରେ ରୋଗ ବ୍ୟାଧି ମାଡି ଆସେ । ତେଣୁ ସୁସ୍ଥ ଜୀବନ ବଞ୍ଚିବାକୁ ହେଲେ ସୁସ୍ଥ ଶରୀର ଗଠନ କରିବା ନିହାତି ଆବଶ୍ୟକ । ଏଥି ପାଇଁ ଦୈନିକ ଯୋଗ କରିବା ଜରୁରୀ । ଶରୀର ପାଇଁ ଯୋଗ ରାମବାଣ ସଦୃଶ । ଏହା କରିବା ଦ୍ବାରା ମନ ଶାନ୍ତ ରହିବା ସହ, ଶରୀର ସୁସ୍ଥ ରୁହେ ଓ ରୋଗ ପାଖ ମାଡି ପାରେନା । ଶରୀର, ମନ ଆତ୍ମାକୁ ଯୋଡେ ଯୋଗ। ତେବେ କେଉଁ ସମୟରେ ଯୋଗ କଲେ ଭଲ ଓ ଏହା ଶରୀର ପାଇଁ କେତେ ଜରୁରୀ ଆସନ୍ତୁ ଜାଣିବା ।

ପ୍ରତିଦିନ କରନ୍ତୁ ଯୋଗ:-


ଯୋଗ ଶିକ୍ଷକ ମନଶ୍ବିନୀ ମିଶ୍ରଙ୍କ କହିବା ଅନୁସାରେ, "ଅନେକ ଲୋକ ଜାଣିଥାନ୍ତି ଯେ ଯୋଗ ଅଭ୍ୟାସ ଶରୀର ପାଇଁ କେତେ ଉପକାରୀ ଅଟେ । ଏପଟେ ଯୋଗକୁ ନେଇ ସରକାର ମଧ୍ୟ ବିଭିନ୍ନ ସ୍ଥାନରେ ଲୋକଙ୍କୁ ସଚେତନ କରୁଛନ୍ତି। ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଆଦିରେ ମଧ୍ୟ ଯୋଗକୁ ନେଇ ସଚେତନତା କରାଯାଉଛି। ତେବେ ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି ଅଟେ। ଯାହା ଦ୍ୱାରା ଶରୀର,ମନ,ଆତ୍ମା ଏକ ସହ କାମ କରେ। ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିଷ୍କ ପୂର୍ଣ୍ଣ ରୂପେ କାର୍ଯ୍ୟ କରିଥାଏ । ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ। ଯାହା ଫଳରେ ଲୋକେ କମ୍ ବୟସରେ ଅସୁସ୍ଥ ହୋଇପଡୁଛନ୍ତି। ତେବେ ବ୍ୟସ୍ତମୟ ଜୀବନରୁ କିଛି ସମୟ ବାହାର କରି ପ୍ରତିଦିନ ଯୋଗ କରିବା ଆବଶ୍ୟକ। ଯେତିକି ସମୟ ଯୋଗ କରୁଛନ୍ତି ତାହା ଠିକ ଭାବରେ କରିବା ଆବଶ୍ୟକ । ''

IMPORTANCE OF YOGA (Etv Bharat)


ଶରୀର ପାଇଁ କେତେ ଲାଭଦାୟକ ଯୋଗ ?

"ଦୀର୍ଘ ସମୟ ଯୋଗ କରିବା ଅପେକ୍ଷା ଅଳ୍ପ କିଛି ସମୟ ଯୋଗ ମଧ୍ୟ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ। ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ । ସାଧାରଣ ଷ୍ଟ୍ରେଚିଙ୍ଗ୍ ଜରିଆରେ ମଧ୍ୟ ସୁସ୍ଥ ଅନୁଭବ କରିପାରିବେ । ଷ୍ଟ୍ରେଚିଙ୍ଗ୍ ମଧ୍ୟ ଯୋଗର ଏକ ରୂପ ଅଟେ । ଯଦି ଡିପ୍ରେସନରେ ରହିଥିବେ ତେବେ ଯୋଗର ଗୋଟିଏ ଦୁଇଟି ଆସନ କରିବା ଦ୍ୱାରା ନିଜକୁ ସୁସ୍ଥ ମନେ କରିବେ । ପ୍ରତିଦିନ କିଛି ସମୟ ଯୋଗ କଲେ ଶରୀର ଫିଟ୍ ଓ ଶାନ୍ତ ଅନୁଭବ କରିବେ। ଏହା ସହିତ ଜଣଙ୍କ ଏକାଗ୍ରତ ଓ ମସ୍ତିଷ୍କର କାର୍ଯ୍ୟ କ୍ଷମତା ବୃଦ୍ଧି ପାଇଥାଏ। ଯଦି ନିୟମିତ ଯୋଗ କରିବାକୁ ଚାହୁଁଛନ୍ତି ତେବେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ ଅଟେ ବୋଲି କହିଛନ୍ତି ଯୋଗ ଗୁରୁ । ''
ଏହା ମଧ୍ୟ ପଢନ୍ତୁ-ରାତିରେ ଖାଦ୍ୟ ହଜମ ହେଉନି କି ? ଏହି ଯୋଗାସନ ଲାଭଦାୟକ

ଏହା ମଧ୍ୟ ପଢନ୍ତୁ-ସହଜରେ ଓଜନ କମାଇବାକୁ ଚାହୁଁଛନ୍ତି ? ଫଲୋ କରନ୍ତୁ ଏହି ଟିପ୍ସ - Obesity reducing tips
ଯୋଗ କରିବା ପୂର୍ବରୁ ଏହା ଉପରେ ଧ୍ୟାନ ଦିଅନ୍ତୁ:-


ଯୋଗ କରିବା ପୂର୍ବରୁ ବିଶେଷ ଭାବରେ କିଛି ଦିଗ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ।

  • ଯୋଗ କରିବାର ସଠିକ ସମୟ ବାଛନ୍ତୁ (ସକାଳ ଓ ସନ୍ଧ୍ୟା)
  • ଯୋଗ କରିବା ପୂର୍ବରୁ ଦୈନନ୍ଦିନ ନିତ୍ୟକର୍ମ ଶେଷ କରନ୍ତୁ
  • ଯୋଗ କରିବା ପୂର୍ବରୁ ପେଟ ଖାଲି ରଖିବା ଜରୁରୀ
  • ଯୋଗ କରିବା ପାଇଁ ଖୋଲା ପଡ଼ିଆ ବା ପାର୍କ ବାଛନ୍ତୁ
  • ପ୍ରଚୁର ପରିମାଣରେ ଅମ୍ଳଜାନ ଉପଲବ୍ଧ ହେଉଥିବା ସ୍ଥାନରେ ଯୋଗ କରିବାକୁ ଚେଷ୍ଟା କରନ୍ତୁ।
  • ଯଦି ଘରେ ଯୋଗ କରୁଥିବେ ତେବେ ବିଶେଷ ଭାବରେ କବାଟ, ଝରକା ଖୋଲା କରିବା ଅବଶ୍ୟକ
  • ଯୋଗ କରୁଥିବା ସ୍ଥାନ ପ୍ରଦୂଷଣମୁକ୍ତ ହୋଇଥିବା ଅତ୍ୟନ୍ତ ଜରୁରୀ ଅଟେ
  • 15 ମିନିଟରୁ 1 ଘଣ୍ଟା ପର୍ଯ୍ୟନ୍ତ ଯୋଗ କରିପାରିବେ
  • ଯୋଗ କରିବାର ଅଧଘଣ୍ଟା ପର୍ଯ୍ୟନ୍ତ ଗାଧୋଇବେ ନାହିଁ



କେତେ ସମୟ ଯୋଗ କରିବେ :-


ଉଭୟ ସୁସ୍ଥ ବା ଅସୁସ୍ଥ ବ୍ୟକ୍ତିମାନେ ଯୋଗ କରିପାରିବେ। ଯୋଗ ସହିତ ପ୍ରାଣାୟାମ ଆଦି ମଧ୍ୟ କରିବା ଆବଶ୍ୟକ। ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ସମସ୍ତେ ଯୋଗ କରିପାରିବେ। ଏତେ କଠିନ ନହେଲେ ମଧ୍ୟ ସରଳ ଭାବରେ ଯୋଗ କରିପାରିବେ। ଯେଉଁ ବ୍ୟକ୍ତି ମାନେ ଯୋଗ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସେମାନେ ଶରୀର କାପାସିଟ ଅନୁସାରେ ଯୋଗ କରିବା ଆବଶ୍ୟକ। ଯୋଗ କରିବା ମଝିରେ ମଝିରେ ଗ୍ୟାପ ରଖିବା ଆବଶ୍ୟକ। ସୁସ୍ଥ ରହିବେ ବୋଲି ଦୀର୍ଘ ସମୟ ଧରି ଯୋଗ କରିବା ଆବଶ୍ୟକ ନୁହେଁ। ସବୁଠାରୁ ବ୍ରହ୍ମ ମୂହୁର୍ତ୍ତ ଭଲ। ସେହି ସମୟରେ ଯୋଗ କଲେ ମାନସିକ, ଶାରୀରିକ ଭାବରେ ଉତ୍ତମ ରହିବ।

ଯୋଗର ଉପକାରିତା:-


  • ଶାରୀରିକ ଓ ମାନସିକ ଭାବରେ ସୁସ୍ଥ ରହିବେ

  • ଆଧ୍ୟାତ୍ମିକତା ଜାଗ୍ରତ ହେବ

  • ଯୋଗ ମାଧ୍ୟମରେ ଜୀବନ ଶୈଳୀ ପରିବର୍ତ୍ତନ ହେବ

  • ମାନସିକ ଚାପରୁ ମୁକ୍ତି ମିଳିଥାଏ

  • ଏକ ପ୍ରକାରର ଏକାଗ୍ରତା ବଢ଼ିଥାଏ

  • ହୃଦରୋଗରେ ପୀଡିତ ବ୍ୟକ୍ତି ଯୋଗ ଦ୍ୱାରା ଉପକୃତ ହୋଇଥାଆନ୍ତି

  • ଡାଇବେଟିସ୍ ରୋଗକୁ ଯୋଗ ନିୟନ୍ତ୍ରଣ ମଧ୍ୟ କରିଥାଏ

  • ଯୋଗ କରିବା ଦ୍ବାରା ଭଲ ନିଦ ଆସିଥାଏ


ଯୋଗ ଜୀବନକୁ ସୁଖମୟ କରିଥାଏ:-


ଦୈନନ୍ଦିନ ଯୋଗ କରିବା ଦ୍ଵାରା ଜଣେ ଲୋକ ବହୁତ୍ କିଛି ସଫଳତାପ୍ରାପ୍ତ କରିଥାଏ। ଜୀବନର ଚଲାପଥକୁ କୁସୁମିତ କରିଥାଏ। ସୁଖମୟ ଜୀବନକୁ ଶାନ୍ତି ଯୋଗାଇଥାଏ। ରୋଗ ବୈରାଗ ଆଖପାଖ ମାଡ଼ିନଥାଏ। ସମସ୍ତଙ୍କ ପାଇଁ ଯୋଗ ଏକ ଉପକାର ସଦୃଶ୍ୟ। ଯୋଗ କରିବାର ଉପାୟ ହେଉଛି ସକାଳ ଓ ସନ୍ଧ୍ୟାରେ କରିବା ଆବଶ୍ୟକ। ଯୋଗ କରିବାର 4 ଘଣ୍ଟା ପୂର୍ବରୁ ଖାଦ୍ୟ ଖାଇବା ଆବଶ୍ୟକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details