ଓଡିଶା

odisha

ETV Bharat / state

ରାଜ୍ୟରେ ରେକର୍ଡ ଭାଙ୍ଗୁଛି ତାତି, ନଜର ପକାନ୍ତୁ ଗତ ୪ ବର୍ଷର ଏହି ସମୟର ତାପମାତ୍ରା ଉପରେ - ODISHA WEATHER UPDATE

ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ, ସେପଟେ ପାରଦ ବଢିବା ସହ ଜାନୁଆରୀରେ କୋରାପୁଟର ତାପମାତ୍ରା ୫୨ ବର୍ଷର ରେକର୍ଡ ଭାଙ୍ଗିଛି

ODISHA WEATHER UPDATE
ODISHA WEATHER UPDATE (ETV Bharat Odisha)

By ETV Bharat Odisha Team

Published : Feb 4, 2025, 7:57 PM IST

ଭୁବନେଶ୍ବର:ମାଘ ସରିନାହିଁ ହେଲେ ରାଜ୍ୟରେ ଅନୁଭବ ହେଲାଣି ଅସମ୍ଭାଳ ତାତି । ଯେଉଁ ମାସରେ ଶୀତରେ ସାରା ରାଜ୍ୟ ଥରିବା କଥା, ସେଠି ଦିନ ୧୧ଟାରୁ ଟାଇଁ-ଟାଇଁ ଖରା । ସତେ ଯେମିତି ଗ୍ରୀଷ୍ମର ପ୍ରଥମ ପ୍ରହାର । ଉପାନ୍ତରୁ - ଉପକୂଳ, ଉତ୍ତରରୁ ଦକ୍ଷିଣ, ପଶ୍ଚିମରୁ ଆଭ୍ୟନ୍ତରୀଣ ସବୁ ଆଡେ ଖାଲି ରେକର୍ଡ ଭଙ୍ଗା ତାତି ।

ODISHA WEATHER UPDATE (ETV Bharat Odisha)

ଜାନୁଆରୀରୁ ଭାଙ୍ଗିଲାଣି ରେକର୍ଡ:

ଦିନକୁ ଦିନ ତାତି ଅସମ୍ଭାଳ ହେଉଥିବା ବେଳେ ଜାନୁଆରୀରେ କୋରାପୁଟରେ ତାପମାତ୍ରା ୫୨ ବର୍ଷର ରେକର୍ଡ ଭାଙ୍ଗିଛି । ସେହିପରି ଜାନୁଆରୀ ୩୧ରେ ଭବାନୀପାଟଣା ଏବଂ ଝାରସୁଗୁଡାରେ ବି ସର୍ବକାଳୀନ ରେକର୍ଡରେ ନୂଆ ଫର୍ଦ୍ଦ ଯୋଡି ହୋଇଛି । ଫେବୃଆରୀ ପ୍ରଥମ ସପ୍ତାହରେ ରାଜଧାନୀର ତାତିକୁ ଦେଖିଲେ ଏହା ଆଗକୁ ଚିନ୍ତାର କାରଣ ପାଲଟିବ ବୋଲି ଆଭାସ ଦେଉଛି ।

ODISHA WEATHER UPDATE (ETV Bharat Odisha)

ନଜର ପକାନ୍ତୁ ଗତ ୪ ବର୍ଷର ଜାନୁଆରୀ ଶେଷ ଏବଂ ଫେବୃଆରୀ ପ୍ରଥମ ୪ ଦିନର ତାପମାତ୍ରା ଉପରେ :

ଗତ ୪ ବର୍ଷ ମଧ୍ୟରେ ୩୦ ଜାନୁଆରୀରୁ ୪ ଫେବୃଆରୀ ମଧ୍ୟରେ କେବେ ବି ସର୍ବୋଚ୍ଚ ଦିନ ତାପମାତ୍ରା ୩୩ ଡ଼ିଗ୍ରୀ ଛୁଇଁ ନଥିବାବେଳେ ଚଳିତ ବର୍ଷ ଏହା ୩୫ ଡ଼ିଗ୍ରୀ ନିକଟତର ସହ ୩୪.୯ ଡ଼ିଗ୍ରୀରେ ପହଞ୍ଚିଛି । ୨୦୨୨ ମସିହାରେ ୩୦ ଜାନୁଆରୀରୁ ୪ ଫେବୃଆରୀ ମଧ୍ୟରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୧.୨ ଡ଼ିଗ୍ରୀ ରହିଥିବାବେଳେ ୨୦୨୩ ମସିହାର ୧ ଫେବୃଆରୀରେ ୩୨.୩ ଡ଼ିଗ୍ରୀ , ୨୦୨୪ ମସିହାରେ ୩୧ ଜାନୁଆରୀରେ ୩୧.୬ ଡ଼ିଗ୍ରୀ ରେକର୍ଡ ହୋଇଥିଲା । ତେବେ ଚଳିତ ବର୍ଷ ସର୍ବୋଚ୍ଚ ତାପମାତ୍ରା ୫ ପାଦ ଆଗକୁ ବଢି ୨ ଫେବୃଆରୀରେ ୩୪.୯ ଡ଼ିଗ୍ରୀରେ ପହଞ୍ଚିଲାଣି ।

ODISHA WEATHER UPDATE (ETV Bharat Odisha)

ଗତ ବର୍ଷ (୨୦୨୪) ଏପ୍ରିଲ ମାସରେ ଇତିହାସର ପ୍ରଥମ ଥର ପାଇଁ ରାଜଧାନୀରେ ଲଗାତାର ୧୬ ଦିନ ଧରି ୪୦ ଡ଼ିଗ୍ରୀ ଉପରେ ସର୍ବୋଚ୍ଚ ତାପମାତ୍ରା ସହ ୭୮ ବର୍ଷରେ ଏକ ବିରଳ ରେକର୍ଡ ସ୍ଥାପନ ହୋଇଥିଲା । ହେଲେ ଚଳିତ ବର୍ଷ ମାଘ ମାସରେ ଏହି ବ୍ୟତିକ୍ରମ ଆଗାମୀ ଦିନରେ ପରିସ୍ଥିତି କ'ଣ ହେବ ? ତାହା ଚିନ୍ତାର କାରଣ ପାଲଟିଛି ।

୨୦୨୫ ମସିହା ଜାନୁଆରୀ ୩୦ରୁ ଫେବୃଆରୀ ୪ ତାରିଖ ଯାଏ ସକାଳ ଓ ସର୍ବୋଚ୍ଚ ତାପମାତ୍ରା :

୩୦ ତାରିଖରେ ସକାଳ ୮:୩୦ରେ ୨୨.୪ ଡିଗ୍ରୀ ସେଲସିୟସ ଏବଂ ଦିନର ସର୍ବୋଚ୍ଚ ତାପମାତ୍ରା ୩୦.୭ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା । ସେହିଭଳି

  • 31 ଜାନୁଆରୀ: 24°C (32.4°C)
  • 1 ଫେବୃଆରୀ 23.6°C (33.6°C)
  • 2 ଫେବୃଆରୀ 25.2°C (34.9°C)
  • 3 ଫେବୃଆରୀ 23.6°C (32.4°C)
  • 4 ଫେବୃଆରୀ 25°C (34.0°C)
ତାରିଖ ସକାଳ୮:୩୦ରେ ତାପମାତ୍ରା ଦିନର ସର୍ବୋଚ୍ଚ ତାପମାତ୍ରା
୩୦ ଜାନୁଆରୀ ୨୨.୪°C ୩୦.୭°C
୩୧ ଜାନୁଆରୀ ୨୪°C ୩୨.୪°C
୧ ଫେବୃଆରୀ ୨୩.୬°C ୩୩.୬°C
୨ ଫେବୃଆରୀ ୨୫.୨°C ୩୪.୯°C
୩ ଫେବୃଆରୀ ୨୩.୬°C ୩୨.୪°C
୪ ଫେବୃଆରୀ ୨୫°C ୩୪°C

ସେହିପରି ୨୦୨୪ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା

  • ୩୦ ଜାନୁଆରୀ ୩୧ ଡ଼ିଗ୍ରୀ
  • ୩୧ ଜାନୁଆରୀ ୩୧.୬ ଡ଼ିଗ୍ରୀ
  • ୧ ଫେବୃଆରୀ ୩୧.୫ ଡ଼ିଗ୍ରୀ
  • ୨ ଫେବୃଆରୀ ୩୦.୮ ଡ଼ିଗ୍ରୀ
  • ୩ ଫେବୃଆରୀ ୩୦.୮ ଡ଼ିଗ୍ରୀ
  • ୪ ଫେବୃଆରୀ ୩୧.୭ ଡ଼ିଗ୍ରୀ

୨୦୨୩ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା

  • ୩୦ ଜାନୁଆରୀ୩୨.୨ ଡ଼ିଗ୍ରୀ
  • ୩୧ ଜାନୁଆରୀ ୩୧.୯ ଡ଼ିଗ୍ରୀ
  • ୧ ଫେବୃଆରୀ ୩୨.୩ ଡ଼ିଗ୍ରୀ
  • ୨ ଫେବୃଆରୀ ୩୨.୨ ଡ଼ିଗ୍ରୀ
  • ୩ ଫେବୃଆରୀ ୩୧.୭ ଡ଼ିଗ୍ରୀ
  • ୪ ଫେବୃଆରୀ ୩୨.୮ ଡ଼ିଗ୍ରୀ

୨୦୨୨ ମସିହା ୩୦ ଜାନୁଆରୀରୁ ୪ ଫେବୃଆରୀ ପର୍ଯ୍ୟନ୍ତ ରାଜଧାନୀରେ ସର୍ବୋଚ୍ଚ ତାପମାତ୍ରା

  • ୩୦ ଜାନୁଆରୀ ୨୭.୯ ଡ଼ିଗ୍ରୀ
  • ୩୧ ଜାନୁଆରୀ ୩୦.୪ ଡ଼ିଗ୍ରୀ
  • ୧ ଫେବୃଆରୀ ୩୦.୬ ଡ଼ିଗ୍ରୀ
  • ୨ ଫେବୃଆରୀ ୩୧.୨ ଡ଼ିଗ୍ରୀ
  • ୩ ଫେବୃଆରୀ ୩୦.୫ ଡ଼ିଗ୍ରୀ
  • ୪ ଫେବୃଆରୀ ୨୯ ଡ଼ିଗ୍ରୀ

ଏହା ମଧ୍ୟ ପଢନ୍ତୁ...କଲବଲ କରିବ ତାତି, ଘନକୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ - ODISHA WEATHER

ଏହା ମଧ୍ୟ ପଢନ୍ତୁ...କଲବଲ କରିବ ଖରା, ଘନକୁହୁଡି ପାଇଁ ୧୯ ଜିଲ୍ଲାକୁ ୱାର୍ଣ୍ଣିିଂ - IMD ODISHA WEATHER UPDATE

ଏହା ମଧ୍ୟ ପଢନ୍ତୁ...୨ରୁ ୪ ଡିଗ୍ରୀ ବଢ଼ିବ ତାପମାତ୍ରା, ଘନକୁହୁଡ଼ି ପାଇଁ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ - IMD ODISHA WEATHER UPDATE

  • ଆହୁରି ବଢିବ ତାତି :

ରାଜ୍ୟରେ ଦିନ ସହ ରାତିର ତାପମାତ୍ରାରେ ବୃଦ୍ଧି ଘଟିଛି । ଦିନର ତାପମାତ୍ରା ସ୍ବାଭାବିକଠାରୁ ୬.୨ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ରାତିର ତାପମାତ୍ରା ସ୍ବାଭାବିକଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି । ଏନେଇ ପାଣିପାଗ ପାଣିପାଗ ବିଜ୍ଞାନୀ ସଞ୍ଜୀବ ଦ୍ବିବେଦୀ କହିଛନ୍ତି," ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଶୁଖିଲା ପାଗ ରହିବା ସହ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ବିଶେଷ କରି ଉପକୂଳ ଓଡ଼ିଶା ସମେତ ପଶ୍ଚିମ ଓଡିଶାର ଜିଲ୍ଲା ଗୁଡିକରେ ତାପମାତ୍ରା ବୃଦ୍ଧି ପାଇବ । ବର୍ତ୍ତମାନ ରାଜ୍ୟରେ ମେଘମୁକ୍ତ ଆକାଶ ସହ ସୂର୍ଯ୍ୟଙ୍କ ଟାଣ କିରଣ ପାଇଁ ପାରଦ ଉପରମୁହାଁ ହୋଇଛି । ତାତି ସହ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ ।"

  • ୨୪ ଘଣ୍ଟା ପାଇଁ ୱାର୍ଣ୍ଣି:

ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘନ କୁହୁଡି ନେଇ ୯ ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଖୋର୍ଦ୍ଧା, ନୟାଗଡ, ଖୋର୍ଦ୍ଧା, ଗଞ୍ଜାମ, କଟକ, ଢେଙ୍କାନାଳ, ଅନୁଗୋଳ, କେନ୍ଦ୍ରାପଡା, ଜଗତସିଂହପୁର ଏବଂ ଯାଜପୁରରେ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି ।

  • ଘନକୁହୁଡି ପାଇଁ ୱାର୍ଣ୍ଣି:

ଆସନ୍ତାକାଲି ଭଦ୍ରକ, କେନ୍ଦ୍ରାପଡା, କଟକ ଏବଂ ଯାଜପୁର ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କତା ଜାରି କରାଯାଇଛି । ସେହିପରି ୬ ତାରିଖରେ ୪ ଜିଲ୍ଲାକୁ ଘନ କୁହୁଡି ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେଗୁଡ଼ିକ ହେଲା ଯାଜପୁର, ଭଦ୍ରକ ,କଟକ ଏବଂ କେନ୍ଦ୍ରାପଡ଼ା । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ ମିଟର ତଳକୁ ଖସିଯିବ । କିଛି ଅଞ୍ଚଳରେ ଜିରୋ ଭିଜିବିଲିଟି ହେବାର ସମ୍ଭାବନା ରହିଛି । ଏଥିପାଇଁ ଘାଟିରାସ୍ତା ଏବଂ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚାଳନା ସମୟରେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ ପାରଳାଖେମୁଣ୍ଡିରେ ସର୍ବାଧିକ ୩୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details