କଟକ:ବଢୁଛି ବୈଶାଖୀ ବାଣିଜ୍ୟ ମେଳାର କ୍ରେଜ । ସଞ୍ଜ ହେଲେ ବାଲିଯାତ୍ରା ଉପର ପଡ଼ିଆରେ ହଜାର ହଜାର ଦର୍ଶଙ୍କ ଭିଡ କାରଣ ଏହା ମିନି ବାଲିଯାତ୍ରା । ଗତ 14 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତାକାଲି ଶେଷ ହେବ । କିନ୍ତୁ ଏହି ମେଳାରେ ବର୍ତ୍ତମାନ ଦର୍ଶକଙ୍କ ଫୋକସ ପାଲଟିଛି ବିଦେଶୀ ସାମଗ୍ରୀ । 20ତମ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ମନ ମୋହୁଛି ବିଦେଶୀ ଷ୍ଟେଲ । ଆଫଗାନିସ୍ତାନରୁ ଆସିଥିବା ଡ୍ରାଏ ଫ୍ରୁଟ୍, ଦୁବାଇ ଭେରାଇଟ ଚକୋଲେଟ, ଅତର ଓ ଅନ୍ୟାନ୍ୟ ଦେଶର ସାମଗ୍ରୀ ଲୋକମାନଙ୍କ ଦ୍ବାରା ବେଶ ଆଦୃତ ହୋଇଛି । ଦର ସାମାନ୍ୟ ଅଧିକ ରହିଥିବା ବେଳେ ଏହାକୁ ଖାତିର ନକରି ଏହି ତମାମ ସମଗ୍ରୀକୁ କିଣିବାରେ ବ୍ୟସ୍ତ ଗ୍ରହକ ।
ଗୋଟିଏ ପଟେ ବିଦେଶୀ ଆଇଟମକୁ ପାଖରେ ପାଇ ବେଶ ଖୁସି ଅନୁଭବ କରୁଥିଲା ବେଳେ ଦୋଳି, ଚଟପଟା ଖାଇବା, ଆଉ ଭଳିକି ଭଳି ଦୋକାନରୁ ଜିନିଷକୁ ଶସ୍ତା ଦାମରେ କିଣି ବେଶ ଆନନ୍ଦିତ କଟକବାସୀ । ତେବେ ଅନେକ ବର୍ଷ ଧରି ଏହି ମେଳାରେ ନିଜର ଷ୍ଟଲ କରିବା ପାଇଁ ବିଦେଶୀମାନେ ଉତ୍ସାହ ପ୍ରକଟ କରୁଛନ୍ତି । କାହିଁକି ନାଁ ବାଲିଯାତ୍ରା ଭଳି ଏହି ବୈଶାଖୀ ମେଳାର କ୍ରେଜ ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତର 22ଟି ରାଜ୍ୟରୁ ବ୍ୟବସାୟୀମାନେ ଏଠାରେ ବ୍ୟବସାୟ କରୁଛନ୍ତି । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମଧ୍ୟ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ବ୍ୟବସାୟୀମାନେ ଅଂଶଗ୍ରହଣ କରିଛନ୍ତି ।