ଓଡିଶା

odisha

ETV Bharat / state

ସମସ୍ୟା ପାହାଡ ତଳେ କଣ୍ଟାମାଳ,ବିକାଶ କେବଳ ପ୍ରତିଶୃତିରେ ସୀମିତ - Kantamal problems

Kantalamala Problems: ଅବ୍ୟବସ୍ଥାର ଗନ୍ତାଘର ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ । ମୌଳିକ ସୁବିଧାରୁ ବଞ୍ଚିତ ଲୋକେ । ଅଧିକ ପଢନ୍ତୁ

ବିକାଶ କେବଳ ପ୍ରତିଶୃତିରେ ସିମୀତ , ଜୋର ଧରିଲା କଣ୍ଟାମାଳକୁ ଏନ୍ଏସି ଦାବି
ବିକାଶ କେବଳ ପ୍ରତିଶୃତିରେ ସିମୀତ , ଜୋର ଧରିଲା କଣ୍ଟାମାଳକୁ ଏନ୍ଏସି ଦାବି

By ETV Bharat Odisha Team

Published : Feb 1, 2024, 8:00 AM IST

ବିକାଶ କେବଳ ପ୍ରତିଶୃତିରେ ସିମୀତ , ଜୋର ଧରିଲା କଣ୍ଟାମାଳକୁ ଏନ୍ଏସି ଦାବି

ବୌଦ୍ଧ:ଅବ୍ୟବସ୍ଥା ଘେରରେ କଣ୍ଟାମାଳ ବ୍ଲକର ସଦର ମହକୁମା । ସ୍ବାସ୍ଥ୍ୟ ସେବା ଠାରୁ ନେଇ ପାନୀୟଜଳ ଭଳି ମୌଳିକ ସୁବିଧା ଠିକରେ ପହଞ୍ଚି ପାରୁନଥିବା ଅଭିଯୋଗ ହୋଇଛି । ନିର୍ବାଚନ ସମୟରେ ଦିଆଯାଉଥିବା ବିଭିନ୍ନ ପ୍ରତିଶ୍ରୁତି କେବଳ ଧୂଆଁ ବାଣ ହୋଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଦୀର୍ଘଦିନ ହେବ କଣ୍ଟାମାଳ ବ୍ଲକକୁ ଏନ୍‌ଏସି ମାନ୍ୟତା ପ୍ରଦାନ କରିବା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଅଣଦେଖା କରୁଛନ୍ତି । ଯାହାଫଳରେ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳର ବ୍ଲକରେ ସ୍ବାସ୍ଥ୍ୟ ସେବା ଠାରୁ ନେଇ ପାନୀୟଜଳ, ଜଳସେଚନ ଭଳି ବିଭିନ୍ନ ଯୋଜନାର ସୁଫଳ ସ୍ଥାନୀୟ ଅଧିବାସୀଙ୍କୁ ମିଳିପାରୁ ନଥିବା ଅଭିଯୋଗ ହୋଇଛି । ଚବିଶ ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଛି କଣ୍ଟାମାଳ ବ୍ଲକ । ଏହି ବ୍ଲକରେ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଠିକରେ କାର୍ଯ୍ୟକାରୀ ହେଉନାହିଁ । ତେଲନଦୀ କୂଳରେ ଅବସ୍ଥିତ କଣ୍ଟାମାଳ ପଞ୍ଚାୟତବାସୀଙ୍କୁ ବର୍ଷତମାମ ପାନୀୟଜଳ ଓ ଜଳସେଚନକୁ ନେଇ ସଙ୍ଘର୍ଷ କରିବାକୁ ପଡୁଛି । ଏହାସହ ବ୍ଲକ ସଦର ମହକୁମାର ଉଦେପୁର ଗ୍ରାମରେ ଅଙ୍ଗନବାଡି ଗୃହ ନଥିବାରୁ କୋମଳମତି ଶିଶୁମାନେ ଖୋଲା ଆକାଶ କମ୍ବା ଗଛତଳେ ବସି ପାଠ ପଢୁଛନ୍ତି । ହେଲେ ପ୍ରଶାସନର କୌଣସି ଦୃଷ୍ଟି ପଡୁନାହିଁ ।

ଅନ୍ୟପଟେ ସ୍ଥାନୀୟ ଓ୍ବାର୍ଡ ମେମ୍ବର ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । କେବଳ ନିର୍ବାଚନ ପୂର୍ବରୁ ପଞ୍ଚାୟତର ଉନ୍ନତି ପାଇଁ ମାଳ ମାଳ ପ୍ରତିଶୃତିରେ ଭୋଟରଙ୍କୁ ପୋତି ଦିଆଯାଏ । କିନ୍ତୁ ପରବର୍ତ୍ତୀ ସମୟରେ ସବୁକିଛି ଧୂଆଁବାଣରେ ପରିଣତ ହୋଉଛି । ଏନେଇ ପଞ୍ଚାୟତବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ .......NAC ନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟରେ ଅସନ୍ତୋଷ, ବିକାଶ ମଞ୍ଚର କେସିଙ୍ଗା ବନ୍ଦ

ଅନ୍ୟପଟେ କଣ୍ଟାମାଳ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଥିବା ଡାକ୍ତରଖାନାରେ ଦୀର୍ଘ ବର୍ଷ ହେଲା ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଲାଗିରହିଛି । ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯଥାଶୀଘ୍ର ଡାକ୍ତରଖାନାରେ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି ଲୋକେ । ଏହାଛଡା କଣ୍ଟାମାଳକୁ ଏକ ସ୍ବତନ୍ତ୍ର ସବଡିଭିଜନ ତଥା ଏନ୍ଏସି ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଏନେଇ କୌଣସି ସୁଫଳ ମିଳୁନାହିଁ । ତୁରନ୍ତ ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ABOUT THE AUTHOR

...view details