ଓଡିଶା

odisha

ଜେଲ ଗଲେ ଭଣ୍ଡ ବାବା, ଗୁଣିଗାରେଡ଼ି ନାଁରେ ଲଗାଉଥିଲେ ଚୂନା - Fraud Baba Arrested

By ETV Bharat Odisha Team

Published : Mar 24, 2024, 7:36 AM IST

Fraud Baba Arrested: ଜେଲ ଗଲେ ଭଣ୍ଡ ବାବା । ଗୁଣିଗାରେଡ଼ି ନାଁରେ ଲୋକଙ୍କଠୁ ଟଙ୍କା ହଡ଼ପ କରୁଥିବା ନେଇ ଅଭିଯୋଗ ରହିଥିଲା । ଅଧିକ ପଢନ୍ତୁ

Fraud Baba Arrested
Fraud Baba Arrested

Fraud Baba Arrested

ବଲାଙ୍ଗୀର:ଗିରଫ ହୋଇ ଜେଲ ଗଲେ ଭଣ୍ଡ ବାବା । ଏହି ଭଣ୍ଡ ବାବା ଜଣଙ୍କ ଦୀର୍ଘ ବର୍ଷ ହେବ ଝଡ଼ା ଫୁଙ୍କା ନାଁରେ ଲୋକଙ୍କୁ ଲୁଟୁଥିଲେ । ଏପରିକି ସେ ନିର୍ଯାତନା ଦେଉଥିବା ନେଇ ମଧ୍ୟ ଅଭିଯୋଗ ରହିଥିଲା । ତାଙ୍କ ନିକଟରୁ ତନ୍ତ୍ର ମନ୍ତ୍ର ସାମଗ୍ରୀ ସହ ମଣିଷ ଖପୁରୀ ଓ ହାଡ ଜବତ କରିଛି ପୋଲିସ । ବଲାଙ୍ଗୀର ପାଟଣାଗଡ଼ ପୋଲିସ ଏଭଳି ଜଣେ ଭଣ୍ଡ ବାବାଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଭଣ୍ଡ ବାବାଙ୍କ ପରିଚୟ ମିତ୍ର ଭାନୁ ଭୁଏ ବୋଲି ଜଣାପଡିଛି । ତେବେ ସମ୍ପୃକ୍ତ ଆତ୍ମ ଘୋଷିତ ବାବା ସୁନାମୁଦି ଗ୍ରାମରେ ପ୍ରାୟ ୧ ବର୍ଷ ହେବ ଏଭଳି ଗୁଣିଗାରେଡ଼ି କରି କରି ଲୋକଙ୍କ ରୋଗ ଓ ଦୁର୍ଦ୍ଦଶା ଦୂର କରିବା ନାଁରେ ଠକେଇ କରୁଥିବା ନେଇ ଅଭିଯୋଗ ରହିଥିଲା।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲା ସମେତ ବାହାର ରାଜ୍ୟର ଲୋକେ ତାଙ୍କ ପାଖକୁ ଆସୁଥିଲେ । ତେବେ ସେ ଝଡ଼ାଫୁଙ୍କା ନାଁରେ ମୋଟା ଅଙ୍କର ଟଙ୍କା ମଧ୍ୟ ଆଦାୟ କରୁଥିବା ଜଣାପଡ଼ିଥିଲା । ସେହିପରି ବାବା ଜଣଙ୍କ ଲୋକଙ୍କୁ ସେ ଝଡ଼ା ଫୁଙ୍କା ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଭିଡିଓ ଉତ୍ତୋଳନ କରି ଆସୁଥିଲେ । ଯାହା ଦ୍ବାରା ସାମାଜିକ ଗଣ ମାଧ୍ୟମରେ ନିଜର ପ୍ରଚାର ପ୍ରସାର କରୁଥିଲେ ଏହି ଭଣ୍ଡ ବାବା । ଏସବୁକୁ ନେଇ ସେହି ଗ୍ରାମର ଜଣେ ବ୍ୟକ୍ତି ସମ୍ପକ୍ତ ବାବା ଅର୍ଥାତ୍ ମିତ୍ର ଭାନୁ ଭୁଏଙ୍କ ନାଁରେ ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯାହା ପରେ ଏହି ମାମଲାକୁ ଗୁରୁତର ସହ ନେଇ ବଲାଙ୍ଗୀର ଏସପି ରିଷିକେଶ ଖିଲାରି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହା ମଧ୍ୟ ପଢନ୍ତୁ...ସିସିଟିଭି ଦେଖି ଭବିଷ୍ୟତ ଗଣନା କରୁଥିଲେ ବାବା, ବ୍ୟବସାୟୀଙ୍କୁ ଠକି ଧରାପଡ଼ିଲେ ଠକ ମହିଳା

ପାଟଣାଗଡ଼ ପୋଲିସ ଗତକାଲି (ଶୁକ୍ରବାର) ସମ୍ପୃକ୍ତ ବାବାଙ୍କ ତନ୍ତ୍ର ପୀଠରେ ଚଢାଉ କରିଥିଲା । ଏହାପରେ ଅଭିଯୁକ୍ତ ମିତ୍ର ଭାନୁ ଭୁଏଙ୍କୁ ଗିରଫ କରିଛି ପୋଲିସ । ସେହି ସ୍ଥାନରୁ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ସହିତ ମଣିଷ ଖପୁରୀ ଓ ହାଡ଼ ମଧ୍ୟ ପୋଲିସ ଜବତ କରିଛି । ଗତକାଲି ପାଟଣାଗଡ଼ ଥାନାରେ ମାମଲା ରୁଜୁ ପରେ ଅଭିଯୁକ୍ତ ମିତ୍ରଭାନୁଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ସେପଟେ ସରକାରୀ ଓକିଲ ଏନେଇ ସୂଚନା ଦେଇ କହିଛନ୍ତି, ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁରେ ଏହିସବୁ ଅଭିଯୋଗ ଆଣିଥିଲେ ଗାଁର ଜଣେ ବ୍ୟକ୍ତି । ଏହାରି ଆଧାରରେ ପୋଲିସ ମିତ୍ରଭାନୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details