ଓଡିଶା

odisha

ETV Bharat / state

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ - FIRE BREAKS OUT

ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ । ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ ।

Fire Mishap
Fire Mishap (ETV Bharat Odisha)

By ETV Bharat Odisha Team

Published : Dec 31, 2024, 1:01 PM IST

Updated : Dec 31, 2024, 2:16 PM IST

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ । ବିଶ୍ବବିଦ୍ୟାଳୟର ସାବେରୀ ଛାତ୍ରୀ ନିବାସରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଆଜି ଦିନ ୧୦ ଟାଠାରୁ ୧୦.୩୦ ମିନିଟ୍ ମଧ୍ୟରେ ଘଟିଛି ଅଗ୍ନିକାଣ୍ଡ । ତେବେ ସଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ସାବେରୀ ଛାତ୍ରୀନିବାସର ୩୫ ନମ୍ବର ରୁମରେ ନିଆଁ ଲାଗିଥିବା ଜଣାପଡିଥିବାବେଳେ ବ୍ରହ୍ମପୁର ଅଗ୍ନିଶମ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଛନ୍ତି । ନିଆଁର ମାତ୍ରା ଅଧିକ ଥିବାରୁ ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି ।

Fire Mishap (ETV Bharat Odisha)

ବିଶେଷ କ୍ଷୟକ୍ଷତିର ନାହିଁ ସୂଚନା:

ଅଗ୍ନିଶମ ବାହିନୀକୁ ଯୋଗାଯୋଗ କରାଯାଇଥିଲା । ଦମକଳ ଗାଡି ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚିଥିବାରୁ ନିଆଁ ଆୟତ୍ତ ହୋଇଛି । ତେବେ ଅଗ୍ନିକାଣ୍ଡରେ କିଛି ଆସବାବପତ୍ର ଓ ଛାତ୍ରୀଙ୍କ ପୋଷାକ ପୋଡିଥିବାବେଳେ ବଡ଼ ଧରଣର କ୍ଷୟକ୍ଷତି ହୋଇନାହିଁ । ହଷ୍ଟେଲରେ ଏପରି ନିଆଁ ଲାଗିବା ଦେଖି ଭୟଭୀତ ହୋଇପଡିଥିଲେ ଛାତ୍ରଛାତ୍ରୀ ।

Fire Mishap (ETV Bharat Odisha)

ଏହା ବି ପଢନ୍ତୁ...ସତ୍ୟନଗରରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ

ଏହା ବି ପଢନ୍ତୁ...CNG ଟ୍ୟାଙ୍କର ବିସ୍ଫୋରଣ; 11 ମୃତ, ଜଳିଗଲା ୪୦ ଗାଡ଼ି

ଏହା ବି ପଢନ୍ତୁ...ଘଟଗାଁ ତାରିଣୀ ମନ୍ଦିରରେ ଅଘଟଣ, ଦୀପରୁ ନିଆଁ ଲାଗି ମହିଳା ଗୁରୁତର

ଗତ କିଛି ଦିନ ତଳେ କଟକର ସତ୍ୟନଗର ସ୍ଥିତ ଏକ ଇଲେକ୍ଟ୍ରୋନିକ୍ସ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ହୋଇଥିବା ଦେଖିବାକୁ ମିଳିଥିଲା । 15ଟି ଅଗ୍ନିଶମ ଗାଡ଼ି ସହିତ ରୋବଟ ମଧ୍ୟ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ । ନିଆଁର ମାତ୍ରା ଅଧିକ ଥିବାବେଳେ ଗୋଦାମ ଗୃହରେ ରହିଛି ବହୁ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ । ଯାହା ଜଳିବା କାରଣରୁ ନିଆଁ ଆହୁରି ଭୟଙ୍କର ରୂପ ଧାରଣ କରିଥିଲା । ଏହାପୂର୍ବରୁ କେନ୍ଦୁଝର ଘଟଗାଁ ମା' ତାରିଣୀଙ୍କ ମନ୍ଦିରର ପରିସରରେ ଥିବା ଭୋଗ ଦୋକାନରେ ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ଭୋଗ ପୋଡି ପାଉଁଶ ହୋଇଯାଇଥିଲା । ସେହିପରି କଟକରେ ମଧ୍ୟ ପୋଷାକ ଦୋକାନରେ ଅନେକ ଥର ନିଆଁ ଲାଗିବାର ନଜିର ରହିଛି । ସେପଟେ ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଅଗ୍ନିକାଣ୍ଡ ହୋଇଥିବା ଖବର ମିଳିଛି । ଆସବାବପତ୍ର ସବୁ ନଷ୍ଟ ହୋଇଯାଇଛି । ହେଲେ ଅଗ୍ନିଶମ ବାହିନୀ ନିଆଁକୁ ଠିକ୍ ସମୟରେ ଆୟତ୍ତ କରିଥିବାରୁ ବିଶେଷ କ୍ଷୟକ୍ଷତି ହୋଇନାହିଁ ।

ଏହା ବି ପଢନ୍ତୁ...ଅଗ୍ନିକାଣ୍ଡରେ ପାଉଁଶ ହୋଇଗଲା ୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଶୀତବସ୍ତ୍ର

ଇଟିଭି ଭାରତ, ବ୍ରହ୍ମପୁର

Last Updated : Dec 31, 2024, 2:16 PM IST

ABOUT THE AUTHOR

...view details