ହାଇଦ୍ରାବାଦ: ନତାଶା ଓ ପାଣ୍ଡିଆନଙ୍କ ପରି କଣ ଅଲଗା ହୋଇଯିବେ କି ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା । ଟିମ୍ ଇଣ୍ଡିଆର ଏହି ଅଭିଜ୍ଞ ସ୍ପିନର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା କୁହାଯାଉଛି । ଉଭୟଙ୍କ ବିବାହ ବିଚ୍ଛେଦ ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି । ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିବା ବେଳେ ଦୁହେଁଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିବା ସ୍ପଷ୍ଟ ହୋଇଛି । ଚହଲ ଧନଶ୍ରୀଙ୍କ ସହ ସମସ୍ତ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ କରିଥିବା ବେଳେ ଧନଶ୍ରୀ କିନ୍ତୁ ଡିଲିଟ କରିନାହାନ୍ତି । ଉଭୟଙ୍କ ପକ୍ଷରୁ ଛାଡପତ୍ର ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।
ଚହଲ-ଧନଶ୍ରୀଙ୍କ ଛାଡପତ୍ର ଗୁଜବ:
ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ, ସେମାନଙ୍କ ମଧ୍ୟରେ ଛାଡପତ୍ର ହେବାର ଗୁଜବ ସତ। ସୂତ୍ରରୁ ପ୍ରକାଶ ଯେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆସିବାର ପ୍ରକୃତ କାରଣ ବର୍ତ୍ତମାନ ଜଣା ପଡିନାହିଁ, କିନ୍ତୁ ଉଭୟ ଅଲଗା ହୋଇ ଆଗକୁ ବଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଗୁଜବ ଉପରେ ଚହଲ ଏବଂ ଧନଶ୍ରୀ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା କରିନାହାନ୍ତି ।
— Dhanashree Verma (@DhanshreeVerma9) August 28, 2024
2023 ମସିହାରୁ ସମ୍ପର୍କରେ ଫାଟ ଥିବା ଚର୍ଚ୍ଚା:
ଆମେ ଆପଣଙ୍କୁ କହି ରଖୁଛୁ ଯେ, ଚହଲ ଏବଂ ଧନଶ୍ରୀଙ୍କ ମଧ୍ୟରେ ଛାଡପତ୍ରର ଗୁଜବ 2023 ମସିହାରୁ ଆରମ୍ଭ ହୋଇଥିଲା, ଯେତେବେଳେ ଧନଶ୍ରୀ ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଚହଲ ନାମକୁ ହଟାଇ ଦେଇଥିଲେ। ସେହି ସମୟରେ ଚହଲ ଏକ ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେ ଲେଖିଥିଲେ ଯେ ଏକ ନୂତନ ଜୀବନ ଆରମ୍ଭ ହେଉଛି, ଯାହା ତାଙ୍କ ସମ୍ପର୍କରେ ଭଲ ନଥିବା କଳ୍ପନା ଜଳ୍ପନାର କାରଣ ହୋଇଥିଲା। ପରେ ଚହଲ ଏହି ଗୁଜବକୁ ମିଛ କହିଥିଲେ । ଚହଲ ଏବଂ ଧନଶ୍ରୀ ବର୍ମା ଡିସେମ୍ବର 2020 ରେ ବିବାହ କରିଥିଲେ।
ଚହଲ-ଧନଶ୍ରୀଙ୍କ ଲଭ ଷ୍ଟୋରୀ:
ଭାରତ ଟେଲିଭିଜନ ଶୋ 'ଝଲକ ଦିଖଲାଜା 11' ରେ ଧନଶ୍ରୀ କହିଥିଲେ ଯେ,'' ସେ କିପରି ଚହଲଙ୍କୁ ଭେଟିଥିଲେ । ଲକଡାଉନ୍ ସମୟରେ ମ୍ୟାଚ୍ ନ ଥିବାରୁ କ୍ରିକେଟରମାନେ ନିରାଶ ହୋଇଥିଲେ। ଦିନେ, ମୋର ଭିଡିଓ ଦେଖିବା ପରେ, ୟୁଜି ସ୍ଥିର କଲେ ଯେ ସେ ଡ୍ୟାନ୍ସ ଶିଖିବେ । ସେ ମୋ ସହିତ ଯୋଗାଯୋଗ କଲେ ଏବଂ ତା’ପରେ ମୁଁ ତାଙ୍କୁ ଡ୍ୟାନ୍ସ ସିଖାଇବାକୁ ରାଜି ହୋଇଥିଲି ।'' ସେବେଠୁ ଉଭୟ ସମ୍ପର୍କରେ ଥିଲେ । ପରେ ବିବାହ କରିଥିଲେ ।