ଭୁବନେଶ୍ବର: ଧରା ପଡ଼ିଲା ଘରୋଇ କମ୍ପାନୀର ପ୍ରୋପ୍ରାଇଟର ବିମଳାନନ୍ଦ ଭୂୟାଁ । ବିଜ୍ଞାପନ ବ୍ୟବସାୟ ଆଳରେ ଲୋକଙ୍କୁ ମୁନାଫାର କରାଇବା କହି ଠକି ନେଉଥିଲା ଟଙ୍କା। 100 ଜଣ ନିବେଶକାରୀଙ୍କ ଠାରୁ ଠକି ନେଇଥିଲା 2କୋଟି ଟଙ୍କା । ଦୀର୍ଘଦିନ ଧରି ଲୁଚକାଳି ଖେଳିବା ପରେ ଶେଷରେ ଗିରଫ ହୋଇଛି ଠକ । ଘରୋଇ କମ୍ପାନୀର ପ୍ରୋପ୍ରାଇଟର ବିମଳାନନ୍ଦ ଭୂୟାଁଙ୍କୁ ଲକ୍ଷ୍ନୌର ଇନ୍ଦିରାନଗରରୁ ଗିରଫ କରିଛି ଇଓଡବ୍ଲୁ ବଡ଼ି । ଯାହାର ସୂଚନା ଏକ ସାମ୍ବାଦିକ ସମ୍ମିଳନା ଯୋଗେ ଇଓଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀ ଦେଇଛନ୍ତି ।
ଦିଲ୍ଲୀପ କହିଛନ୍ତି ଯେ, ବିମଳାନନ୍ଦ ଭୂୟାଁ ଜଣେ ଏମବିଏ ଗ୍ରାଜୁଏଟ । ତାଙ୍କ ଘର ମାଲକାନଗିରି ଜିଲ୍ଲାରେ । ସେ ତାଙ୍କ ପତ୍ନୀ ରମି ଭୂୟାଁଙ୍କ ସହ ମିଶି ଏହି ଘରୋଇ କମ୍ପାନୀ ଫାର୍ମ ଖୋଲିଥିଲେ । ଶ୍ୟାମନଗର, ରାୟପୁର, ଛତିଶଗଡ଼ରେ ହେଡ ଅଫିସ ଥିବା ବେଳେ ଜଗତପୁର ଓ ଭୁବନେଶ୍ୱରର ଜୟଦେବ ବିହାରରେ ମଧ୍ୟ ବ୍ରାଞ୍ଚ ଅଫିସ ରହିଛି । ୨୦୧୭-୧୮ ମସିହାରେ ବିଭିନ୍ନ ଏଜେନ୍ସିର ବିଜ୍ଞାପନ ବ୍ୟବସାୟ କରିବା ନାଁରେ, ବିଭିନ ସ୍ଥାନରେ ହୋର୍ଡିଂ ବା ଏଲଇଡି ସ୍କ୍ରିନ ବିଜ୍ଞାପନ ବ୍ୟବସାୟର ଲୋଭ ଦେଖାଇ ବିଭିନ୍ନ ଅଞ୍ଚଳର ଲୋକଙ୍କୁ ପ୍ରଭାବିତ କରିଥିଲା । ଏନେଇ ଏଲଇଡି ଲଗାଇବାକୁ ଥିବା ସ୍ଥାନମାନଙ୍କରେ ସେଠାକାର ଲୋକଙ୍କୁ ପ୍ରଭାବିତ କରି ଏଥିପାଇଁ ଟଙ୍କା ବିନିଯୋଗ କଲେ ବିଜ୍ଞାପନରେ ଲାଭ ହେବା ଟଙ୍କାରୁ ମୁନାଫା ପାଇବାର ଲୋଭ ଦେଖାଇଥିଲା । ପରେ ଏଥିପାଇଁ 3ଇଞ୍ଚ ଏଲିଡି ପାଇଁ 54 ହଜାର ଟଙ୍କା ବିନିଯୋଗ କଲା ପରେ ମାସକୁ 3 ହଜାରଲେଖାଏ 3ବର୍ଷ ଯାଏଁ ମୁନାଫା ପାଇବେ । ତେବେ ଅନେକ ସ୍କିମର ଲୋଭ ଦେଖାଇ ଏଲଇଡି ବିଜ୍ଞାପନ ବ୍ୟବସାୟରେ ପୁଞ୍ଜି ନିବେଶ ଆଳରେ ପ୍ରଥମ ପର୍ଯାୟରେ ୫୩ଜଣଙ୍କ ଠାରୁ 1 କୋଟି 20ଲକ୍ଷ ଟଙ୍କା ପରେ ମୋଟ ୧୦୦ ଜଣ ନିବେଶକଙ୍କ ଠାରୁ ମୋଟ ୨ କୋଟି ଟଙ୍କା ଠକି ନେଇ ଫେରାର ହୋଇଯାଇଥିଲେ ବିମଳାନନ୍ଦ ।
ଏହା ମଧ୍ୟ ପଢ଼ନ୍ତୁ.. ଆପଣ ମଧ୍ୟ ପୁଞ୍ଜି ନିବେଶ କରୁଛନ୍ତି କି? ଏଭଳି କଲେ ହେବେନି ଠକେଇର ଶିକାର - Investment Scams