ଭୁବନେଶ୍ବର/ବ୍ରହ୍ମପୁର:ଚିଟଫଣ୍ଡ କମ୍ପାନୀ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ବଡ ଧରଣର ଚଢ଼ାଉ । ଗୋଲ୍ଡେନ ଲ୍ୟାଣ୍ଡ ଚିଟଫଣ୍ଡ କମ୍ପାନୀ ଉପରେ ଏହି ଚଢ଼ାଉ କରାଯାଇଛି । 900 କୋଟି ଟଙ୍କା ଠକେଇ ଅଭିଯୋଗରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି । ଓଡ଼ିଶା ସମେତ ଦେଶରେ 20 ସ୍ଥାନରେ ଏହି ଚଢ଼ାଉ କରାଯାଇଛି । ଓଡିଶାର ୧୫ଟି ସ୍ଥାନରେ ସମେତ ଦିଲ୍ଲୀ ଏବଂ ଚଣ୍ଡୀଗଡ଼ରେ ଜାରି ରହିଛି ଚଢ଼ାଉ । ଓଡିଶାର ଭୁବନେଶ୍ବର ଓ ଦିଗପହଣ୍ଡିରେ ମଧ୍ୟ ଚଢାଉ କରାଯାଉଛି । ସ୍କିମର ପ୍ରଲୋଭନ ଦେଖାଇ ଏହି ଚିଟଫଣ୍ଡ କମ୍ପାନୀ ଲୋକଙ୍କ ଠାରୁ ଟଙ୍କା ଠକେଇ କରୁଥିବା ଅଭିଯୋଗ ହୋଇଛି ।
ବ୍ରହ୍ମପୁର ଲିଙ୍କ:ଗୋଲ୍ଡେନ ଲ୍ୟାଣ୍ଡ ପ୍ରାଇଭେଟ୍ ଚିଟଫଣ୍ଡ କମ୍ପାନୀରେ ବ୍ରହ୍ମପୁର ଲିଙ୍କ ରହିଥିବା ଅଭିଯୋଗରେ ବ୍ରହ୍ମପୁର ସହର ସମେତ ଆଖପାଖର ବହୁ ସ୍ଥାନରେ ଚଢାଉ ଜାରି ରହିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବ୍ରହ୍ମପୁର ସହର ସମେତ ଉପଖଣ୍ଡ ସ୍ତରରେ ଡୁରା ଓ ଦିଗପହଣ୍ଡି ଅଞ୍ଚଳରେ ଚଢାଉ ଜାରି ରହିଛି । ଏହି ଚଢାଉ ବିଶେଷ କରି କେତେକ ବିଲଡର ଓ ଜମି କାରବାର କରି ଆସୁଥିବା ବ୍ୟକ୍ତିବିଶେଷଙ୍କ ଘରେ ହେଉଥିବା ଜଣାପଡିଛି । ବ୍ରହ୍ମପୁରର ପ୍ରତିଷ୍ଠିତ ବିଲଡର ଟୁଲୁ ମଙ୍ଗରାଜ, ପୂର୍ବତନ ଜିଲ୍ଲା ପରିଷଦ ଲକ୍ଷ୍ମୀ ସାହୁ ଓ ଜମି କାରବାରରେ ସଂପୃକ୍ତ ସଞ୍ଜୟ ପାଣିଗ୍ରାହୀଙ୍କ ଘର ସହ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଜାଗାରେ ED ଚଢ଼ାଉ କରିଛି । ପ୍ରକାଶଥଉକି, ଚିଟଫଣ୍ଡ ଜମି ଓ ହିଞ୍ଜିଳିର ଦେବତ୍ତୋର ଜମି ଘଟଣାରେ ଟୁଲୁ ମଙ୍ଗରାଜକୁ ପୂର୍ବରୁ ହାଇକୋର୍ଟରୁ ଝଟକା ଲାଗିଥିଲା । ଦିଗପହଣ୍ଡିର ପୂର୍ବତନ ତହସିଲଦାର ଓ ସଂଜୟ ପାଣିଗ୍ରାହୀ ବହୁ ଜମି ଘୋଟାଲାର ମାଷ୍ଟର ମାଇଣ୍ତ ଥିବା ଅଭିଯୋଗ ଥିଲା।