ଓଡିଶା

odisha

ETV Bharat / state

ରାଜଧାନୀର ୧୦ଟି ସ୍ଥାନରେ ସରିଲା ରାବଣ ପୋଡି, ଝାରପଡ଼ାରେ ଉତ୍ସବ ପାଳିଲେ ହିନ୍ଦୁ-ମୁସଲିମ

ରାଜଧାନୀରେ ୧୦ଟି ସ୍ଥାନରେ ରାବଣ ପୋଡି ଅନୁଷ୍ଠିତ । ଝାରପଡ଼ାରେ ଭାଇଚାରାର ନିଦର୍ଶନ ସ୍ବରୂପ ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟ ମିଶି ଏହି ପର୍ବ ପାଳିଛନ୍ତି।

By ETV Bharat Odisha Team

Published : 4 hours ago

Ravana Podi
Ravana Podi (ETV Bharat Odisha)

ଭୁବନେଶ୍ବର:ରାଜଧାନୀରେ ଅନୁଷ୍ଠିତ ହେଲା ରାବଣ ପୋଡି। ରାଜଧାନୀରେ ୧୦ଟି ସ୍ଥାନରେ ହୋଇଛି ରାବଣ ପୋଡି । ଏନେଇ ବିଭିନ୍ନ ସ୍ଥାନରେ ରାବଣ ପୋଡି ସହ ଆତସବାଜି ପ୍ରଦର୍ଶନ ହୋଇଛି । ରାବଣ ପୋଡି ଦେଖିବାକୁ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଭିଡ଼ ସହ ଉତ୍ସାହ ଦେଖିବାକୁ ମିଳିଛି । ଏନେଇ କମିଶନରେଟ ପୋଲିସ ପକ୍ଷରୁ 10ଟି ସ୍ଥାନରେ ଅନୁମତି ମିଳିଛି। ରାବଣ ପୋଡ଼ି ଉତ୍ସବ ପାଇଁ 10ଟି ପୂଜା ମଣ୍ଡପ କର୍ତ୍ତୃପକ୍ଷଙ୍କୁ ଅନୁମତି ଦିଆଯାଇଥିଲା । ସେଗୁଡିକ ହେଲା ବରମୁଣ୍ଡା ପଡିଆ, ଝାରପଡ଼ା ପଡ଼ିଆ, କୋରଡ କଣ୍ଟା, ନହରକଣ୍ଟା, ବାଙ୍କୁଆଳ, ଗୋପାଳପୁର, କିଟ୍ ରୋଡ଼ ଓ ଚନ୍ଦକା କ୍ଲବ ଫିଲ୍ଡ, ସିମୁଳିଆ ପାଟଣା ଦୋଳ ପଡିଆ, କପିଳପ୍ରସାଦ। ବିଭିନ୍ନ ଗାଇଡ ଲାଇନ ଅନୁଯାୟୀ ଅନୁମତି ଦିଆଯାଇଥିଲା।




ସୁରକ୍ଷାକୁ ପ୍ରାଧାନ୍ୟ:
ଯେହେତୁ ଲୋକଙ୍କ ଉପସ୍ଥିତିରେ ରାବଣ ପୋଡ଼ି ବା ଆତସବାଜି କାର୍ଯକ୍ରମ ରହିବ। ତେଣୁ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ବିଭିନ୍ନ ଦିଗକୁ ଧ୍ୟାନ ଦିଆଯାଇଥିଲା। ବିଶେଷ କରି ପୋଲିସ ପକ୍ଷରୁ ରାବଣ ପୋଡ଼ି ସ୍ଥଳ ମଧ୍ୟ ଯାଞ୍ଚ କରାଯାଇଥିଲା। ରାବଣ ପୋଡ଼ି ସମୟରେ ରାବଣର ଉଚ୍ଚତା ଦେଖି ଲୋକଙ୍କ ଦେଖିବା ପାଇଁ ଠିଆ ହେବାର ସ୍ଥାନ ନିରୂପଣ କରାଯାଇଥିଲା। ରାବଣ ପୋଡ଼ି ଠାରୁ ୧୦୦ରୁ ୨୦୦ମିଟର ଦୁରରେ ଲୋକେ ଠିଆ ହେବାର ବ୍ୟବସ୍ଥା କରାଯାଇଥିଲା। ଏଥିସହ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ମଧ୍ୟ ଉପସ୍ଥାତ ରହି ଆଲର୍ଟ ରହିଥିଲେ। ଯେଉଁମାନେ କି ଫାୟାର ଗାଡି ସହ ବିଭିନ୍ନ ନିଆଁଲିଭା ସରଞ୍ଜାମ ଧରି ଉପସ୍ଥିତ ରହିଥିଲେ। ଏଥିସହ ଏକ ମେଡିକାଲ ଟିମ୍ ମଧ୍ୟ ନିୟୋଜିତ ରହିଥିଲେ ଅର୍ଥାତ୍ ଏକ ଆମ୍ବୁଲାନ୍ସ ସହ ଯେପରି ନିଆଁରେ କୌଣସି ଅପ୍ରୀତିକର ପରିସ୍ଥିତି ନ ହୁଏ ସେନେଇ ତୟାର ରହିଥିଲେ। ପୂଜା ମଣ୍ଡପର ଭଲ୍ୟୁଣ୍ଟରଙ୍କ ସହ ପୋଲିସ ମଧ୍ୟ ମୁତୟନ ରହିଥିଲେ। ରାବଣ ପୋଡ଼ି ସମୟରେ ଯେପରି ରାସ୍ତାରେ ଯିବା ଆସିବାରେ ସମସ୍ୟା ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଥିଲା।

Ravana Podi (ETV Bharat Odisha)


କୋରଡ କଣ୍ଟାରେ ୪୫ଫୁଟ ରାବଣ:
ଏନେଇ କୋରଡ କଣ୍ଟା ପଡିଆରେ ଦେଖିବାକୁ ମିଳିଥିଲା ରାବଣ ପୋଡି ଦୃଶ୍ୟ । ଯେଉଁଠି ଆତସବାଜି ପ୍ରଦର୍ଶନ ସହ ରାବଣ ପୋଡି ନେଇ ବେସ ଉତ୍ସାହ ର ଦେଖିବାକୁ ମିଳିଥିଲା।ଏଥି ସହ ରାବଣ ପୋଡି ସମୟରେ ରାବଣ ଦହନ ଦେଖିବା ପାଇଁ ପାଖରେ ପାଖାପାଖି ହଜାର ରୁ ଉର୍ଦ୍ଧ ଲୋକ ଏକତ୍ରିତ ସୋଇଥିଲେ।ଏନେଇ ପୁଜା କାଟି ପକ୍ଷରୁ ୪୫ଫୁଟର ଉଚତାର ରାବଣ ପୋଡି ଉତ୍ସବ ପାଳନ ହୋଇଥିଲା।

Ravana Podi (ETV Bharat Odisha)



ଘଣ୍ଟାଏ ଫୁଟିଲା ବରମୁଣ୍ଡାରେ ୧୦ମୁଣ୍ଡ ରାବଣ:

ବରମୁଣ୍ଡା ପଡ଼ିଆରେ ଧୁମଧାମରେ ପାଳିତ ହୋଇଛି ରାବଣ ପୋଡି‌ । ୫୦ଫୁଟ ଉଚ୍ଚର ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଠାରେ ପ୍ରାୟ ୧ଘଣ୍ଟା ଧରି ରାବଣ ପୋଡି ହୋଇଛି।

ଏହା ବି ପଢନ୍ତୁ...ରାବଣ ପାଇଁ ବିତିଗଲାଣି ଅଧା ବୟସ, ‘ରାବଣ ପୋଡି’ ପ୍ରସ୍ତୁତିରେ ସାରା ପରିବାର

ଏହା ବି ପଢନ୍ତୁ...ସମ୍ବଲପୁରରେ ଦଶହରା ବୁଲିଲେ, ରାବଣ ଦହନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

Ravana Podi (ETV Bharat Odisha)

ଭାଇଚାରା ବାର୍ତ୍ତା ଦେଲା ଝାରପଡ଼ା ରାବଣ ପୋଡି:
ପ୍ରତ୍ୟେକ ବର୍ଷ ପରି ଝାରପଡ଼ା ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଦିଆଯାଇଛି। ଯେଉଁଠି ଝାରପଡ଼ାର ରାବଣ ପୋଡି ଦେଖିବା ପାଇଁ ସ୍ଥାନୀୟ ମୁସଲିମ ଭାଇ ଓ ଭଉଣୀମାନେ ହିନ୍ଦୁ ଭାଇ ଭଉଣୀମାନଙ୍କ ସହ ମିଶି ରାବଣ ପୋଡ଼ି ଉତ୍ସବ ପାଳନ କରିଥିଲେ। ଭାଇଚାର ପରମ୍ପରା ବଜାୟ ରଖି ଗୋଟିଏ ଜାଗାରେ ଦୁଇ ସମ୍ପ୍ରଦାୟର ଲୋକେ ଏକାଠି ହୋଇ ରାବଣ ପୋଡ଼ି ପାଳନ କରିଥିଲେ।

ଏହା ବି ପଢନ୍ତୁ- ମହମାୟାଙ୍କ ମହାଷ୍ଟମୀ: ଅଷ୍ଟମୀରେ କାହିଁକି ପଡ଼େ ବଳି ? ସନ୍ଧି ପୂଜା କ'ଣ ? ଆସନ୍ତୁ ଜାଣିବା

ଏହା ବି ପଢନ୍ତୁ-ମା' ଶାରଳାଙ୍କ ପୀଠରେ ମହାଷ୍ଟମୀ ପୂଜା, ମହାନବମୀରେ ବାଜିବନି ଘଣ୍ଟ ଘଣ୍ଟା

ପୂଜା ପାଇଁ ବିଭିନ୍ନ ମଣ୍ଡପ ଓ ରାବଣ ପୋଡ଼ି ଦେଖିବା ଲାଗି ଯିବା ଆସିବା କରିବା ସମୟରେ ଭିଡ଼ ପରିଲକ୍ଷିତ ହୋଇଥିଲା। ତେଣୁ ସେସବୁ ଦୃଷ୍ଟିରୁ ଏହି ସ୍ଥାନରେ ବିଶେଷ କରି ଟ୍ରାଫିକ ପରିଚାଳନା ଉପରେ ଫୋକସ ଦିଆଯାଇଥିଲା। ସୁରୁଖୁରୁରେ ଟ୍ରାଫିକ ପରିଚାଳନା କରାଯାଇଥିବା ଭୁବନେଶ୍ୱର ଡିସପି ପିନାକ ମିଶ୍ର କହିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details