ବୌଦ୍ଧ:ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସ୍ଥିତି ଅନୁଧ୍ୟାନ କଲେ ନୂତନ ଜିଲ୍ଲାପାଳ ଓ ଏସପି । ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଜିଲ୍ଲାପାଳ ଦୁର୍ଗମ ଅଞ୍ଚଳରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଲୋକଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ବୌଦ୍ଧ ଜିଲ୍ଲାର ନୂତନ ଜିଲ୍ଲାପାଳ ଜେ. ସୋନାଲ ଓ ଏସପି ରାଜ ପ୍ରସାଦ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ପହଞ୍ଚି ସେଠାରେ ସରକାରୀ ଯୋଜନାର ସଫଳତାକୁ ନେଇ ସମୀକ୍ଷା କରିଛନ୍ତି ।
ତେବେ ମାଓ ଅଧ୍ୟୁଷିତ ଜିଲ୍ଲାର ନାରାୟଣ ପ୍ରସାଦ ଓ ବରଗାଁ ପଞ୍ଚାୟତରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଠିକରେ ପହଞ୍ଚି ପାରୁନି । ବିଶେଷ ଭାବରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ, ବିଦ୍ୟୁତ, ମହିଳା ଶିଶୁ ବିକାଶ, ଆବାସ, ରାସନ୍ ଭଳି ବିଭିନ୍ନ ଯୋଜନା ହିତାଧିକାରୀଙ୍କ ନିକଟରେ କିଭଳି ପହଞ୍ଚୁଛି ସେନେଇ ନୂତନ ଜିଲ୍ଲାପାଳ ଖୋଦ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥିତି ପରଖିଛନ୍ତି ।
ଜିଲ୍ଲାପାଳ ଜେ ସୋନାଲ ଓ ଏସପି ରାଜ ପ୍ରସାଦ ପହଞ୍ଚି ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ ସହିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାଛଡା ଜିଲ୍ଲାପାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶଗଡ଼ା ପଞ୍ଚାୟତର ମାଳତୀଗୋଛାପଡା ଠାରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ସେଠାରେ ଥିବା ପୋଲିଂ ବୁଥ ପରିଦର୍ଶନ କରିଥିଲେ । ପୁଣିଥରେ ଜିଲ୍ଲାପାଳ ଜିଲ୍ଲାର ନାରାୟଣ ପ୍ରସାଦ ଓ ବରଗାଁ ପଞ୍ଚାୟତରେ ପହଞ୍ଚି ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହାପରେ ଜିଲ୍ଲାପାଳ ଜେ ସୋନାଲ ନାଦେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହିତ ବିଭିନ୍ନ ବିଷୟରେ ଶିକ୍ଷାଦାନ କରିଥିଲେ ।