ଓଡିଶା

odisha

ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ରାୟଗଡାର ରମେଶ, ଶୁଭେଚ୍ଛା ଜଣାଇବାକୁ ଭୁଲି ଗଲା ଜିଲ୍ଲାପ୍ରଶାସନ

By ETV Bharat Odisha Team

Published : Feb 22, 2024, 9:30 AM IST

Gold Medal Winning Player: ଦିବ୍ୟାଙ୍ଗ ହୋଇ ସୁଦ୍ଧା ଅନ୍ତର୍ଜାତୀୟ ସ୍ତରର ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଏଲ ରମେଶ କୁମାର ଜିଣିଲେ ସ୍ଵର୍ଣ୍ଣ ପଦକ । କିନ୍ତୁ ଜିଲ୍ଲା ପ୍ରଶାସନ ଏହି ତାରକାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଯାଇଛି । ଅଧିକ ପଢନ୍ତୁ

ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ପ୍ରଶାସନର ଅଣଦେଖା, ଦିବ୍ୟାଙ୍ଗ ହୋଇ ମଧ୍ୟ ଜିତିଥିଲେ ପଦକ
ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ପ୍ରଶାସନର ଅଣଦେଖା, ଦିବ୍ୟାଙ୍ଗ ହୋଇ ମଧ୍ୟ ଜିତିଥିଲେ ପଦକ

ସ୍ବର୍ଣ୍ଣ ପଦକ ବିଜେତାଙ୍କୁ ପ୍ରଶାସନର ଅଣଦେଖା, ଦିବ୍ୟାଙ୍ଗ ହୋଇ ମଧ୍ୟ ଜିତିଥିଲେ ପଦକ

ରାୟଗଡା: ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରାୟଗଡାର ପୁଅ ଏଲ ରମେଶ କୁମାର । ଦିବ୍ୟାଙ୍ଗ ହୋଇ ସୁଦ୍ଧା ଅନ୍ତର୍ଜାତୀୟ ସ୍ତରର ମାର୍ଶଲ ଆର୍ଟ ପ୍ରତିଯୋଗିତାରେ ଜିଣିଲେ ସ୍ଵର୍ଣ୍ଣ ପଦକ । ମାତ୍ର ଜିଲ୍ଲା ପ୍ରଶାସନ ଏହି ତାରକାଙ୍କୁ ଶୁଭେଚ୍ଛା ଜଣାଇବାକୁ ଭୁଲିଯାଇଛି । ତାରକାଙ୍କୁ ଶୁଭେଚ୍ଛା ଜଣାଇବାକୁ ପହଞ୍ଚିଲେନି ଜଣେ ବି ପ୍ରଶାସନିକ ଅଧିକାରୀ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ଅନୁଯାୟୀ, ଗତ ୧୧ ତାରିଖରେ ହାଇଦ୍ରାବାଦ ସ୍ଥିତ ଡ୍ରାଗନ୍ ଫାଇଟର୍ସ ମାର୍ଶଲ ଆର୍ଟ ଆସୋସିଏସନ ଦ୍ବାରା ସାର୍ଡୋନଗର, ଇନ୍ଦୋର ଷ୍ଟାଡିୟମରେ ଆୟୋଜିତ ତୃତୀୟ ଅନ୍ତର୍ଜାତୀୟ ଅଲ ଷ୍ଟାଇଲ୍ ମାର୍ଶଲ ଆର୍ଟ ଚମ୍ପିଆନସିପରେ ମୋଟ ୧୨ଟି ଦେଶ ଅଂଶଗ୍ରହଣ କରିଥିଲେ । ଶେଷ ରାଉଣ୍ଡରେ ୪ ଟି ଦେଶ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ୪ଟି ଦେଶ ମଧ୍ୟରେ ଭାରତ ପାଇଁ ଏହି ସ୍ବର୍ଣ୍ଣ ପଦକ ହାସଲ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଆଣିଛନ୍ତି ରାୟଗଡାର ଦିବ୍ୟାଙ୍ଗ ତାରକା ରମେଶ । ସ୍ବର୍ଣ୍ଣ ବିଜୟୀ ରମେଶ ପଦକ ପାଇବା ପରେ ଜିଲ୍ଲା କ୍ରୀଡା ଅଧିକାରୀ ଶେଖ ଅଲିନୁରଙ୍କୁ ଟ୍ରେନ ଯୋଗେ ରାୟଗଡା ଫେରିବା ସୂଚନା ଦେଇଥିଲେ । କିନ୍ତୁ ଦୁଃଖର ବିଷୟ ଏଭଳି ଏକ ପ୍ରତିଭାବାନ ଖେଳାଳୀଙ୍କୁ ଶୁଭେଚ୍ଛା ଜଣେଇବା ପାଇଁ ପ୍ରଶାସନ ତରଫରୁ କେହି ହେଲେ ଜଣେବି ପହଞ୍ଚିନଥିଲେ ଷ୍ଟେସନରେ । ବରଂ ରାୟଗଡା ରେଳ ଷ୍ଟେସନ ଠାରେ ରମେଶଙ୍କୁ ବିଭିନ୍ନ ସଂଗଠନ ତରଫରୁ ବିପୁଳ ଶୁଭେଚ୍ଛା ପ୍ରଦାନ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ...ଗୋଲ୍ଡେନ ଟ୍ରାଙ୍ଗେଲ ସାଇକେଲିଂ ଚମ୍ପିଆନସିପ୍

ସେଥିମଧ୍ୟରୁ ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ସଭାପତି ଡକ୍ଟର ବାଦଲ କୁମାର ତାହା, ବରିଷ୍ଠ ସାମ୍ବାଦିକ ଅଜୟ ରଥ, ବିଦ୍ୟା ଭୂଷଣ ପଣ୍ଡା, ଏମ ବିଦ୍ୟା ସାଗର, ସକ୍ଷମ ତରଫରୁ ଶ୍ୟାମ କୁମାର ଦାଶ, ରାୟଗଡା ଭିନ୍ନକ୍ଷମ ମହାସଂଘ ତରଫରୁ ସଭାପତି ରାକେଶ ହିମିରିକା, ସମ୍ପାଦକ ଜଳେନ୍ଦ୍ର ବାଚେଲି, ଭାରତୀୟ ମଜଦୁର ସଂଘ ତରଫରୁ ରାଜ୍ୟ ଉପସଭାପତି ଯୋଗେଶ୍ବର ଦାଶ, ଭାରତୀୟ ଜନତା ପାର୍ଟି ତରଫରୁ ବସନ୍ତ ଉଲ୍ଲକା, ମଞ୍ଜୁଳା ମିଣିଆକା, ଅଜୟ ଚୂଲେଟ, ଟି ନାଗରାଜୁ ସମେତ ସମସ୍ତ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ରମେଶଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଅନ୍ୟପକ୍ଷରେ ଜିଲ୍ଲାକୁ ଗୌରବ ଆଣିଥିବା ରମେଶଙ୍କ ସ୍ବାଗତ ସମ୍ବର୍ଦ୍ଧନା ପାଇଁ ପ୍ରଶାସନ ତରଫରୁ କୌଣସି ବ୍ୟବସ୍ଥା ହେଇନଥିଲା । ପ୍ରଶାସନର ଦେଶ ତଥା ରାଜ୍ୟ ପାଇଁ ସୁନାମ ଅର୍ଜନ କରିଥିବା ଦିବ୍ୟାଙ୍ଗ କ୍ରୀଡାବିତ ରମେଶ ପ୍ରତି ଏପରି ବୈମାତୃକ ମନୋଭାବକୁ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଘୋର ନିନ୍ଦା କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details