ଭୁବନେଶ୍ୱର: ଆରମ୍ଭ ହେବାକୁ ଯାଉଛି ଐତିହାସିକ ଧଉଳି-କଳିଙ୍ଗ ମହୋତ୍ସବ । ରାଜଧାନୀରେ ଆଜିଠୁ(ଶୁକ୍ରବାର) ଆରମ୍ଭ ହୋଇ 11 ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ମହୋତ୍ସବ । ଓଡ଼ିଆ ଭାଷା ଏବଂ ସାହିତ୍ୟର ଏକ ଝଲକ ଏହି ମହୋତ୍ସବରେ ଦେଖିବାକୁ ମିଳିବ । ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ୍ୟ ଓ ପରମ୍ପରା ବିଷୟରେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହି ମହୋତ୍ସବର ଲକ୍ଷ୍ୟ ।
ଭୁବନେଶ୍ୱରର ଐତିହାସିକ ଧଉଳି ପାହାଡ଼ର ପାଦଦେଶରେ ଆରମ୍ଭ ହେବାକୁ ଯାଉଛି ବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅବସରରେ ସମାନ୍ତରାଳ ଧାରାରେ ଏକାମ୍ର ଉତ୍ସବ ପାଳିତ ହେଉଛି । ଠିକ ସେହିପରି ପରିପୂରକ ଭାବରେ ଧଉଳି-କଳିଙ୍ଗ ମହୋତ୍ସବ ପାଳନ କରାଯିବ । ଆଜିଠୁ ଆରମ୍ଭ ହେବାକୁ ଥିବା ଏହି ମହୋତ୍ସବ 11 ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ଯେଉଁ ଓଡିଆ ଭାଷା ଆମ ଅସ୍ମିତାର ପରିଚୟ, ସେହି ଭାଷା ହିଁ ଆମ ଭବିଷ୍ୟତ । ତାହା ମଧ୍ୟ ଏହି ମହୋତ୍ସବରେ ପ୍ରତିଫଳିତ ହେବ । ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ୱ ପ୍ରସିଦ୍ଧ ଧଉଳି ପାହାଡ଼ର ପାଦଦେଶରେ ଅନୁଷ୍ଠିତ ହୋଇଥାଏ । ଦେଶର ଯୁବକ ସମାଜ ବିଶେଷ କରି ଛାତ୍ରଛାତ୍ରୀଙ୍କୁ ଭାରତୀୟ ସଂସ୍କୃତିର ମହାନ ଗୌରବାନ୍ୱିତ ଐତିହ ଓ ପରମ୍ପରା ବିଷୟରେ ନୃତ୍ୟ ଓସଙ୍ଗୀତ ମାଧ୍ୟମରେ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ ।
ଏହା ମଧ୍ୟ ପଢ଼ନ୍ତୁ...ମା’ ବଗଳାମୁଖୀଙ୍କୁ ଲାଗି ହେଲା ୧୦୦୮ ପ୍ରକାର ଭୋଗ