କଟକ: କାର ଡିଲରସିପ କରାଇଦେବାକୁ କହି ଲକ୍ଷ ଲକ୍ଷ ଠକେଇ । ଲକ୍ଷେ କି ଦୁଇ ଲକ୍ଷ ନୁହଁ ୪୦ ଲକ୍ଷ ଟଙ୍କା ଠକିନେଲେ ସାଇବର ଠକ । କଟକର ଜଣେ ବ୍ୟବସାୟୀଙ୍କୁ ଏପରି ଚୂନ ଲଗାଇଛନ୍ତି ସାଇବର ଠକ । ବ୍ୟବସାୟୀ ଜଣକ କଟକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୋଲିସ ସୂଚନା ଅନୁଯାୟୀ, ସିଡିଏ ସେକ୍ଟର ୯ ଅଞ୍ଚଳର ଜଣେ ବ୍ୟବସାୟୀ କିଆ କମ୍ପାନୀର କାର ଡିଲରସିପ୍ ସମ୍ବଲପୁରରେ କରିବାକୁ ଚାହୁଁଥିଲେ । ଏଥିପାଇଁ ସେ ‘କିଆ’ର ଯୋଗାଯୋଗ ନମ୍ବର ଗୁଗୁଲରେ ଖୋଜିଥିଲେ ।
କାର୍ ଡିଲରସିପ୍ ନାଁରେ ବଡ଼ ଠକେଇ:
ଗୁଗୁଲରେ ନମ୍ବର ମିଳିବା ପରେ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ । ଫୋନ ଉଠାଇଥିବା ବ୍ୟକ୍ତି ନିଜକୁ ‘କିଆ’ର ଅଧିକାରୀ ପରିଚୟ ଦେଇଥିଲେ । ଡିଲରସିପ୍ ଖୋଲିବା ପାଇଁ ସିକ୍ୟୁରିଟି ଟଙ୍କା ବାବଦରେ ଦୁଇଟି ପର୍ଯ୍ୟାୟରେ ୪୦ ଲକ୍ଷ ଟଙ୍କା ଜମା କରିବାକୁ କହିଥିଲା। ଫଳରେ ବ୍ୟବସାୟୀ ଜଣକ ନଭେମ୍ବର ୨୯ ରେ ୨୫ ଲକ୍ଷ ଓ ଡିସେମ୍ବର ୧୦ ତାରିଖରେ ୧୫ ଲକ୍ଷ ଟଙ୍କା ଦୁଇଟି ବ୍ୟାଙ୍କ ଯଥା ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଓ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଥିବା ଦୁଇଟି ଆକାଉଣ୍ଟରେ ଟଙ୍କା ଜମା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଗତ ୧୬ ତାରିଖରେ ଠକମାନେ ଆହୁରି ୧୭ ଲକ୍ଷ ଟଙ୍କା ମାଗିବା ସହିତ ଅନ୍ୟ ଏକ ବ୍ୟାଙ୍କ ଆକାଉଣ୍ଟ ନମ୍ବରରେ ଜମା କରିବାକୁ କହିଥିଲେ।
କାର୍ ଡିଲରସିପ ଆଳରେ ୪୦ ଲକ୍ଷ ଠକେଇ, ବ୍ୟବସାୟୀଙ୍କୁ ମୋହରା ବନାଇଲେ ସାଇବର ଠକ (ETV Bharat Odisha) ଏହା ମଧ୍ୟ ପଢନ୍ତୁ-ସାଇବର ଠକେଇର ଶିକାର 84ବର୍ଷୀୟ ବୃଦ୍ଧ; ହରାଇଲେ 2.88କୋଟି ଟଙ୍କା; ଘଟଣା କଣ ଜାଣନ୍ତୁ - RS 3 CRORE CYBER FRAUD
ଏହା ମଧ୍ୟ ପଢନ୍ତୁ-ସିମ୍ ବକ୍ସ ପରେ ଫେକ୍ କଲ ସେଣ୍ଟର, ରାଜଧାନୀରେ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ - FRAUD CALL CENTER
KIA କମ୍ପାନୀ ନୁହେଁ, ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଥିଲା ଟଙ୍କା:
ଏଥିରେ ବ୍ୟବସାୟୀଙ୍କର ସନ୍ଦେହ ହେବାରୁ ସେ ଉକ୍ତ ଆକାଉଣ୍ଟ ଯାଞ୍ଚ କରିଥିଲେ । ଆକାଉଣ୍ଟଟି ଜଣେ ବ୍ୟକ୍ତିଙ୍କ ନାଁରେ ଥିବା ଜଣା ପଡ଼ିଥିଲା । ଏହାପରେ ବ୍ୟବସ୍ୟାୟୀ ଜଣକ ଠକାମୀର ଶିକାର ହୋଇଥିବା ଜାଣିବାକୁ ପାଇବା ପରେ ସାଇବର ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ମୋବାଇଲ ନମ୍ବରଟି ଗୁଜୁରାଟର ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଖୁବଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି କିଛନ୍ତି ଅତିରିକ୍ତ ଡ଼ିସିପି ଅମରେନ୍ଦ୍ର ପଣ୍ଡା ।
ଏନେଇ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡାକହିଛନ୍ତି, '' କଟକ ଠକେଇର ଶିକାର ହୋଇଥିବା ବ୍ୟକ୍ତି ସମ୍ବଲପୁରରେ କିଆ କମ୍ପାନୀର କାର ଡିଲରସିପ୍ କରିବାକୁ ଚାହୁଁଥିଲେ । କିନ୍ତୁ ବ୍ୟକ୍ତି ଓ୍ବେବ ସାଇଟରୁ କିଆର ଭୁଲ ନମ୍ବର ଆଣି ଯୋଗାଯୋଗ କରିବାରୁ ଠକେଇର ଶିକାର ହୋଇଥିଲେ । ଫଲ୍ସ ଆକାଉଣ୍ଟରେ ସେ 40 ଲକ୍ଷ ଟଙ୍କା ଡିପୋଡିଟ କରିଥିଲେ । ଏନେଇ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ''
ଇଟିଭି ଭାରତ, କଟକ