ଓଡିଶା

odisha

ETV Bharat / state

ଆଧୁନିକ ଚାକଚକ୍ୟରେ ଆଜି ବି ବଞ୍ଚିଛି ପାଲା - Khandol Pala

Khandol Pala: ଆଜି ବି ବଞ୍ଚି ରହିଛି ଐତିହ୍ୟ ଓ ସଂସ୍କୃତିର ପ୍ରତୀକ ପାଲା । କଟକ ଜିଲ୍ଲା ଖନ୍ଦୋଳ ଗାଁରେ ପାଞ୍ଚ ଦିନ ବ୍ୟାପି ପାଲା ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

Khandol Pala
Khandol Pala

By ETV Bharat Odisha Team

Published : Apr 24, 2024, 3:36 PM IST

Khandol Pala

ନିଆଳି: ଆଉ ଗାଁ ଗଣ୍ଡାରେ ଦେଖିବାକୁ ମିଳୁନାହିଁ ପାଲା, ଦାସକାଠିଆ କିମ୍ବା ଧୁଡୁକି । ଦିନ ଥିଲା ଗାଁ ଗଣ୍ଡାରେ ସପ୍ତାହ ସପ୍ତାହ ବ୍ୟାପି ପାଲା ଅନୁଷ୍ଠିତ ହେଉଥିଲା । ଲୋକେ ରାତିରାତି ଅନିଦ୍ରା ହୋଇ ପାଲା ଦେଖୁଥିଲେ ‌। ଆଉ ଏହା ମାଧ୍ୟମରେ ଭଗବାନଙ୍କ ତତ୍ତ୍ଵକୁ ପାଉଥିଲେ । ହେଲେ ଆଜିକାଲି ତାହା ଗାଁ ଗଣ୍ଡାରେ କାଁ ଭାଁ ଦେଖିବାକୁ ମିଳୁଛି । କଟକ ଜିଲ୍ଲା ହରିଅନ୍ତା ପଞ୍ଚାୟତସ୍ଥିତ ଖନ୍ଦୋଳ ଗାଁରେ ପାଲା ଅନୁଷ୍ଠିତ ହୋଇଯାଇଛି । ଏହି ପାଲା ଦେଖିବାକୁ ଶତାଧିକ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଆଧୁନିକ ସଭ୍ୟତା ଭିତରେ ଐତିହ୍ୟ ଓ ସଂସ୍କୃତି ପ୍ରତୀକ ପାଲା କବର ନେବାକୁ ବସିଛି । କିନ୍ତୁ ପାଲା ପରମ୍ପରାର ପ୍ରତୀକ । ପାଲାର ବିଶେଷ ଆକର୍ଷଣ ରହିଛି । ଭଗବାନ ଓ ପୌରାଣିକ କଥାବସ୍ତୁ ଉପରେ ପାଲା ପରିବେଷଣ ହୋଇଥାଏ । କିନ୍ତୁ ଚାକଚକ୍ୟ ସଭ୍ୟତା ଭିତରେ ପାଲା ବୁଡିବାକୁ ବସିଥିଲେ ବି ଆଜି ବି ଏଭଳି କିଛି ସ୍ଥାନ ରହିଛି ଯେଉଁଠି ବର୍ଷ ବର୍ଷ ଧରି ପାଲା ଅନୁଷ୍ଠିତ ହୋଇଆସୁଛି । କଟକ ଜିଲ୍ଲା କଟକ ସଦର ହରିଅନ୍ତା ପଞ୍ଚାୟତସ୍ଥିତ ଖନ୍ଦୋଳ ଗାଁରେ ବର୍ଷ ବର୍ଷ ଧରି ବାଦି ପାଲା ଅନୁଷ୍ଠିତ ହୋଇଆସୁଛି ।

ଏହାମଧ୍ୟ ପଢନ୍ତୁ.. ଦିଲ୍ଲୀ ଦରବାରରେ ପ୍ରସାରିତ ହେବ କୋରାପୁଟର ସଂସ୍କୃତି ଓ ପରମ୍ପରା - KCU MOU WITH IGNCA

ସତ୍ୟନାରାୟଣ ବାଦିପାଲା ଅନୁଷ୍ଠାନ ଏବଂ ଗାଁର ମିଳିତ ଉଦ୍ୟମରେ ରାମ ନବମୀ ପରଦିନ ପାଞ୍ଚ ଦିନ ଧରି ଖନ୍ଦୋଳଠାରେ ଅନୁଷ୍ଠିତ ହୋଇଥାଏ ବାଦିବାଲା । ଗୋଟିଏ ରାତିରେ ତିନି ଦଳ ପାଲା ପରିବେଷଣ କରିଥାନ୍ତି । ଗାଁର ଶତାଧିକ ଦର୍ଶକମାନଙ୍କୁ ଏହି ପାଲା ବେଶ ବିମୋହିତ କରିଥାଏ । ସବୁ ବର୍ଗର ଲୋକେ ପାଲାକୁ ବେଶ ଉପଭୋଗ କରିଥାନ୍ତି । ଖନ୍ଦୋଳ ଗାଁରେ ବାଦିପାଲାର ଆଉ ଏକ ମହତ କଥା ହେଉଛି ଏଠାରେ ଶହ ଶହ ସଂଖ୍ୟାରେ କଦଳୀ କାନ୍ଦି ସର୍ମପିତ କରାଯାଇଥାଏ ।

ଏହି ପାଲାରେ ମାନସିକ କଲେ ମାନସିକ ପ୍ରାପ୍ତି ପରେ ଭକ୍ତ ମାନେ କଦଳୀ କାନ୍ଦି ଦେଇଥାନ୍ତି ‌। ପରବର୍ତ୍ତୀ ସମୟରେ ଏହି ସବୁ କଦଳୀରେ ଶିରିଣି ଭୋଗ ପ୍ରସ୍ତୁତି କରାଯାଇ ଆଖାପାଖ ପଞ୍ଚାୟତର ଭକ୍ତମାନଙ୍କୁ ଦିଆଯାଇଥାଏ । ବର୍ଷକର ଏହି ସମୟକୁ ସମସ୍ତେ ଅପେକ୍ଷା ରହିଥାନ୍ତି । ଏହି ପାଲାକୁ ନିଜ ବନ୍ଧୁ ପରିଜନ ସହ ବସି ଦେଖି ବେଶ ଉପଭୋଗ କରିଥାନ୍ତି ଗ୍ରାମବାସୀ ।

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details