ଓଡିଶା

odisha

CRPF କ୍ୟାମ୍ପ ଭିତରେ ଯବାନଙ୍କ ମୃତ୍ୟୁ ଘଟଣା; ପରିବାର ଆଣିଲା ହତ୍ୟା ଅଭିଯୋଗ - CRPF Jawan Death in Kalahandi

By ETV Bharat Odisha Team

Published : Aug 19, 2024, 5:04 PM IST

CRPF Jawan Death in Kalahandi: କଳାହାଣ୍ଡି ବଜାରପଡ଼ା କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ ଘଟଣା । ପରିବାର ଆଣିଲା ହତ୍ୟା ଅଭିଯୋଗ । ତାଙ୍କୁ ଏପରି କରିବାକୁ ପ୍ରଭାବିତ କରାଯାଇଥିବା କହିଲେ ଯବାନଙ୍କ ପୁଅଝିଅ । ଜାଣନ୍ତୁ ପୂରା ଘଟଣା

CRPF Jawan Death in Kalahandi
CRPF Jawan Death in Kalahandi (ETV Bharat Odisha)

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ ୬୪ ବାଟାଲିଆନର ବଜାର ପଡ଼ା କ୍ୟାମ୍ପରେ ଯବାନଙ୍କ ମୃତ୍ୟୁ ଘଟଣା । ଆଜି ପରିବାର ହତ୍ୟା ଅଭିଯୋଗ ଆଣିଛନ୍ତି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ମୃତ ଯବାନଙ୍କ ପୁଅ । ଗତକାଲି ଯବାନଙ୍କ ଝୁଲନ୍ତା ମୃତଦେହ କ୍ୟାମ୍ପରୁ ଉଦ୍ଧାର ହୋଇଥିବା ବେଳେ ସେ ଜଗତସିଂହପୁର ଜିଲ୍ଲା ବାସିନ୍ଦା ବୋଲି ଜଣାପଡ଼ିଛି ।

ପରିବାର ଆଣିଲା ହତ୍ୟା ଅଭିଯୋଗ (ETV Bharat Odisha)

2ବର୍ଷ ହେଲା ବଜାରପଡ଼ା କ୍ୟାମ୍ପରେ ନିୟୋଜିତ ଥିଲେ:-

ସୂଚନା ଅନୁଯାୟୀ ଜଗତସିଂପୁର ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ଓସୋକଣା ଗାଁର ଅର୍ଜୁନ ଚରଣ ନାୟକ ଗତ ଦୁଇ ବର୍ଷ ହେଲା କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସିଆରପିଏଫ ୬୪ ବାଟାଲିଆନର ବଜାରପଡ଼ା କ୍ୟାମ୍ପରେ ଇନ୍ସପେକ୍ଟର ଭାବରେ ନିଯୁକ୍ତ ରହି ରେଡ଼ିଓ ଅପରେଟର ଭାବରେ କାମ କରୁଥିଲେ । ହେଲେ ଗତକାଲି ରାତିରେ ନିଜ ପରିବାର ସହିତ କଥା ମଧ୍ୟ ହୋଇଥିଲେ । ହେଲେ ହଠାତ ସମସ୍ତ ଯବାନ ସକାଳ କାର୍ଯ୍ୟ ପାଇ ବାହାରକୁ ବାହାରିବା ବେଳକୁ ଛାତ ଉପରକୁ ଯିବା ସିଡିରେ ତାଙ୍କର ଝୁଲନ୍ତା ମୃତଦେହ ଦେଖି କମାଣ୍ଡାଣ୍ଟ ଅଫିସରଙ୍କୁ ସୂଚନା ଦେବା ପରେ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରାଯାଇଥିଲା ।

ହତ୍ୟା ଅଭିଯୋଗ ଆଣିଲା ପରିବାର:-

ଯବାନଙ୍କ ମୃତଦେହ ଉଦ୍ଧାର କରାଯିବା ପରେ ତାଙ୍କ ପରିବାରକୁ ଆତ୍ମହତ୍ୟା ବୋଲି ସୂଚନା ଦିଯାଇଥିଲା । ହେଲେ ଆଜି ପରିବାର ଲୋକେ ଭବାନୀପାଟଣାରେ ପହଞ୍ଚିବା ପରେ ସିଆରପିଏଫ୍ କମାଣ୍ଡାଣ୍ଟଙ୍କ ସହିତ ଆଲୋଚନା କରିବା ପରେ ଅର୍ଜୁନ ଚରଣ ନାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଏହାସହ ଏହାର ତଦନ୍ତ ପାଇଁ ଦାବି କରିବା ସହିତ ଅର୍ଜୁନଙ୍କୁ ଶହୀଦର ସମ୍ମାନ ଯୋଗାଇ ଦେବା ସହ ପରିବାର ଲୋକଙ୍କ ମଧ୍ୟରୁ ଜଣଙ୍କୁ ଚାକିରି ପ୍ରଦାନ ଓ ପେନସନ ପାଇଁ ଦାବି କରିଛନ୍ତି ।

କଣ କହୁଛନ୍ତି ମୃତ ଯବାନଙ୍କ ପୁଅ ?

ମୃତ ଯବାନଙ୍କ ପୁଅ ଅଭିଳାଷ ନାଏକ କହିଛନ୍ତି, "ସେ ଆତ୍ମହତ୍ୟା କରିନାହାନ୍ତି । ସେ ବାରମ୍ବାର ଆମକୁ ଫୋନରେ କହୁଥିଲେ ଯେ ତାଙ୍କ ଉପରିସ୍ଥ ଅଧିକାରୀ ଚାପ ପକାଉଛନ୍ତି । ଯେଉଁ ଅବସ୍ଥାରେ ଆମେ ଫଟୋ ଦେଖିଲୁ ଆମେ ବିଶ୍ବାସ କରିପାରୁନୁ ସେପରି କିଛି ହୋଇଥିବ । ମୃତଦେହ ମିଳିବାର ପୂର୍ବ ଦିନ ମଧ୍ୟ ଆମ ସହ ସମାନ କଥାକୁ ନେଇ ଦୀର୍ଘ ସମୟ ଆଲୋଚନା କରିଥିଲେ । ତେବେ ଘଟଣାକୁ ସିଆରପିଏଫ୍ ଚପାଇ ଦେବାକୁ ଉଦ୍ୟମ କରୁଛି । ଅଭିଯୋଗକୁ ନେଇ ପୋଲିସ କିମ୍ବା ସିଆରପିଏଫ୍ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଏହା ବି ପଢନ୍ତୁ-CRPF ଯବାନଙ୍କ ହୋଟେଲ ରୁମରୁ ମୃତ୍ୟୁ; ଘନଉଛି ସନ୍ଦେହ, ପରିବାର ଲୋକଙ୍କୁ ଅପେକ୍ଷା

‘ଘଟଣାକୁ ଚପାଇବାକୁ ଉଦ୍ୟମ’

ସେହିପରି ମୃତ ଯବାନଙ୍କ ଝିଅ ଅନିନ୍ଦିତା ନାଏକ କହିଛନ୍ତି, "ହଠାତ ଆମକୁ ଏହି ଖବର ଦିଆଯାଇଥିଲା । ଯାହାକି ଆମ ପାଇଁ ବେଶ ଆଶ୍ଚର୍ଯ୍ୟଜନକ ଥିଲା । ଆମ ଘରେ ସେପରି କୌଣସି ପରିସ୍ଥିତି ନଥିଲା ଯେ ସେ ଏପରି ପଦକ୍ଷେପ ନେବେ । ସେ 35ବର୍ଷ ଚାକିରି କରିଛନ୍ତି । ମୋର ଦାବି ତାଙ୍କୁ ପୁରା ସମ୍ମାନ ପ୍ରଦାନ କରାଯାଉ । ମୋ ମାଆଙ୍କୁ ପେନସନ ପ୍ରଦାନ କରାଯାଉ । ମୋ ଭାଇ କିମ୍ବା ମୋତେ ଯୋଗ୍ୟତା ଅନୁସାରେ ଚାକିରି ଦିଆଯାଉ । ସିଆରପିଏଫ ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରୁଛି ।"

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details