ETV Bharat / health

ମାନସିକ ଅବସାଦର ଶିକାର କି ? ଏସବୁ ଖାଦ୍ୟ ଦୂର କରିପାରେ ସମସ୍ୟା - Best foods for depression - BEST FOODS FOR DEPRESSION

Best foods for depression: ଅତ୍ୟଧିକ କାର୍ଯ୍ୟବ୍ୟସ୍ତତା ଯୋଗୁଁ ଆଜିକାଲି ଅନେକ ଲୋକ ଡିପ୍ରେସନ ବା ଅବସାଦର ଶିକାର ହେଉଛନ୍ତି । ତେବେ ଏହି ମାନସିକ ଅବସାଦ ଦୂରେଇବାରେ କେତେକ ଖାଦ୍ୟ ସହାୟକ ହୋଇଥାଏ । ଜାଣନ୍ତୁ ଏହା ସମ୍ପର୍କରେ

ମାନସିକ ଅବସାଦ ଦୂରେ କରେ ଏସବୁ ଖାଦ୍ୟ
ମାନସିକ ଅବସାଦ ଦୂରେ କରେ ଏସବୁ ଖାଦ୍ୟ (ETV Bharat)
author img

By ETV Bharat Health Team

Published : Sep 19, 2024, 7:49 PM IST

ହାଇଦ୍ରାବାଦ: ଆଜିର ବ୍ୟସ୍ତବହୁଳ ଜୀବନରେ ସମସ୍ତେ ନିଜ ନିଜର କ୍ୟାରିୟର ପଛରେ ଧାଇଁବାରେ ବ୍ୟସ୍ତ । ଏହି ବ୍ୟସ୍ତବହୁଳତା ଓ ଧାଁ ଦୌଡ କାରଣରୁ କେତେକ ବ୍ୟକ୍ତି ଡିପ୍ରେସନ ବା ମାନସିକ ଅବସାଦର ଶିକାର ହୋଇଥାନ୍ତି । ଡିପ୍ରେସନ ଦୂର କରିବାର ଅନେକ ଉପାୟ ରହିଛି, ହେଲେ ଆପଣ ଖାଉଥିବା ଖାଦ୍ୟ ମଧ୍ୟ ଏ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଥାଏ । ଆଣ୍ଟିଅକ୍ସିଡାଣ୍ଟ, ପ୍ରୋଟିନ, ଓମେଗା-3 ଫ୍ୟାଟି ଏସିଡ, ଜିଙ୍କ ଓ ବି ଭିଟାମିନ ଯୁକ୍ତ ଖାଦ୍ୟ ସେବନ ଡିପ୍ରେସନ ବିରୋଧରେ ଲଢେଇ କରିବାରେ ସହାୟକ ହୋଇଥାଏ । ସବୁଜ ପନିପରିବା, ଟମାଟୋ, ଗାଜର, ପାଳଙ୍ଗ ଶାଗ, ଷ୍ଟ୍ରବେରୀ, ବ୍ଲୁବେରୀ ଭଳି ବିଭିନ୍ନ କୋଳି ପ୍ରଭୃତି ଡିପ୍ରେସନ ଦୂର କରିବା କ୍ଷେତ୍ରରେ ଲାଭଦାୟକ ।

ମାନସିକ ଅବସାଦ ବା ଡିପ୍ରେସନ ଦୂର ପାଇଁ କ'ଣ ଖାଇବେ:

ମାନସିକ ଅବସାଦ ଦୂରେ କରେ ଏସବୁ ଖାଦ୍ୟ
ମାନସିକ ଅବସାଦ ଦୂରେ କରେ ଏସବୁ ଖାଦ୍ୟ (ETV Bharat)

ପତ୍ରଯୁକ୍ତ ସବୁଜ ପରିବା: ଅଧ୍ୟୟନରୁ ଜଣାପଡେ ଯେ, ଡିପ୍ରେସନ ପୀଡିତ ଲୋକଙ୍କଠାରେ ମାଗ୍ନେସିୟମ ସ୍ତର କମ୍ ହେବାର ସମ୍ଭାବନା ଅଧିକ ଥାଏ । ପାଳଙ୍ଗ ଭଳି ସବୁଜ ପତ୍ରଯୁକ୍ତ ପରିବା ଫୋଲେଟ ଓ ଭିଟାମିନ-ବିରେ ଭରପୂର ଥିବାରୁ ଅବସାଦ କମ୍ କରିବାରେ ସହାୟକ ହୋଇପାରେ ।

କୋଳି: ଷ୍ଟ୍ରବେରୀ, ରସବେରି, ବ୍ଲୁବେରୀ ଓ ଜାମୁକୋଳି ଇତ୍ୟାଦି କୋଳି ଆଣ୍ଟି-ଅକ୍ସିଡାଣ୍ଟରେ ଭରପୂର । ଏହା ଶରୀରର ସେଲ୍ ନଷ୍ଟ ହେବାରୁ ସୁରକ୍ଷା ଦିଏ । ଏଥିସହ ମାନସିକ ଅବସାଦ ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ଏକ ଅଧ୍ୟୟନରେ କୁହାଯାଇଛି ।

ଗାଜର: ଏଥିରେ କ୍ୟାରୋଟନଏଡ୍ସ ଭଳି ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି, ଯାହା ଶରୀରରେ ଆଣ୍ଟି-ଇନଫ୍ଲାମେଟୋରୀ ପ୍ରଭାବ ପକାଏ । କିଛି ଅଧ୍ୟୟନ ଅନୁସାରେ, ଅଧିକ କ୍ୟାରୋଟେନଏଡ୍ସ ସେବନ କରିବା ଫଳରେ ମାନସିକ ଅବସାଦ ଓ ଚିନ୍ତାର ଲକ୍ଷଣ କମ୍ ହୋଇଥାଏ ।

ଆଭୋକାଡୋ: ଆଭୋକାଡୋରେ ପ୍ରଚୁର ଫୋଲେଟ, ପୋଟାସିୟମ, ଟ୍ରିପ୍ଟୋଫନ ଓ ଭିଟାମିନ-କେ ରହିଛି । ଏଥିରେ ମସ୍ତିଷ୍କ ପାଇଁ ସୁସ୍ଥ ମୋନୋଅନସାଚୁରେଟେଡ ଫ୍ୟାଟି ଏସିଡ ବି ରହିଥାଏ, ଯାହା ଡିପ୍ରେସନ ବିରୋଧରେ ଲଢେଇ କରିବାରେ ସହାୟକ ହୋଇପାରେ ।

ଛତୁ: ଭିଟାମିନ ବି ଏବଂ ସେଲେନିୟମର ଏକ ଭଲ ଉତ୍ସ ହେଲା ଛତୁ । କିଛି ରିସର୍ଚ୍ଚରେ କୁହାଯାଇଛି ଯେ, ଏସବୁ ପୋଷକ ତତ୍ତ୍ବର ଅଭାବ ହେଲେ ଡିପ୍ରେସନ ଲକ୍ଷଣ ଦେଖାଯାଏ ।

ଟମାଟୋ: ଟମାଟୋରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ । ଏଥିସହ ଆଇରନ, ଭିଟାମିନ B6, ଟ୍ରିଫ୍ଟୋଫନ ମଧ୍ୟ ରହିଛି, ଯାହା ଆପଣଙ୍କ ମସ୍ତିଷ୍କ ପାଇଁ ମୁଡ-ରେଗୁଲେଟିଂ କେମିକାଲ ସୃଷ୍ଟି କରିବା ଲାଗି ଜରୁରୀ ପୋଷକ ତତ୍ତ୍ବ ଅଟେ । ସପ୍ତାହକୁ ଦୁଇରୁ 6 ଥର ଟମାଟୋ ଖାଉଥିବା ବୟସ୍କ ବ୍ୟକ୍ତିଙ୍କଠାରେ ସପ୍ତାହରେ ଥରେ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ସାମାନ୍ୟ ଓ ଗୁରୁତର ଡିପ୍ରେସନ ଲକ୍ଷଣ ଦେଖାଯିବାର ଆଶଙ୍କା 46 ପ୍ରତିଶତ କମ୍ ।

କ୍ଷୀର: କ୍ଷୀର ଭିଟାମିନ-ଡିର ଏକ ଭଲ ଉତ୍ସ, ଯାହା ଡିପ୍ରେସନର ଲକ୍ଷଣକୁ ଦୂର କରିପାରେ । ଏକ ଅଧ୍ୟୟନରୁ ଜଣାପଡେ ଯେ, ଅଧିକ ମାତ୍ରାରେ ଲୋ ଫ୍ୟାଟ କ୍ଷୀର ଓ ଦହି ଖାଉଥିବା ଲୋକଙ୍କଠାରେ ଡିପ୍ରେସନ ଦେଖାଯିବାର ସମ୍ଭାବନା କମ୍ ।

କଫି: କଫିରେ ପ୍ରଚୁର କାଫିନ ରହିଛି, ଯାହା ସଙ୍ଗେ ସଙ୍ଗେ ଆପଣଙ୍କ ମୁଡ୍ ବଦଳାଇପାରେ । କିଛି ରିସର୍ଚ୍ଚ ଅନୁଯାୟୀ, କାଫିନ ଭଲ ଅନୁଭବ କରାଉଥିବା କେତେକ କେମିକାଲ ଯେପରିକି ସେରୋଟୋନିନ, ଡୋପାମାଇନ ଓ ନରଡ୍ରେନାଲାଇନ ଉତ୍ପାଦନ ବଢାଇ ଅବସାଦ ଦୂର କରିପାରେ ।

ସାଲମନ ମାଛ: ଏହି ମାଛରେ ପ୍ରଚୁର ଭିଟାମିନ ଡି ଏବଂ ଓମେଗା 3 ଫାଟି ଏସିଡ୍ ରହିଥାଏ ଯାହା ଭିଟାମିନ ଅଭାବ ଥିବା ଲୋକଙ୍କ ମଧ୍ୟରେ ଅବସାଦ ଲକ୍ଷଣ ଦୂର କରିବାରେ ସହାୟକ ହୋଇଥାଏ ।

ଡାର୍କ ଚକୋଲେଟ: ଚକୋଲେଟ ଡିପ୍ରେସନରୁ ଆଶ୍ବସ୍ତି ଦେଇପାରେ । ଡାର୍କ ଚକୋଲେଟ ଖାଇବା ଫଳରେ ଡିପ୍ରେସନର ଲକ୍ଷଣ କମ୍ ହୋଇପାରେ । ଏହା ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ଲାଭୋନାଇଡ ଭଳି ଉପାଦାନରେ ଭରପୂର ହୋଇଥିବାରୁ ମସ୍ତିଷ୍କରେ ରକ୍ତ ପ୍ରବାହରେ ସୁଧାର ଆଣେ ଓ ମୁଡ୍ ଠିକ୍ କରିପାରେ ।

ବାଦାମ: ବାଦାମ ଓମେଗା 3ର ଏକ ଭଲ ଉତ୍ସ । ଓମେଗାର ଫ୍ୟାଟି ଏସିଡ ମସ୍ତିଷ୍କ ପାଇଁ ଜରୁରୀ ହୋଇଥାଏ । ଓମେଗା 3 ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଅବସାଦ ଦୂର ହେବା ସହ ମନ ଫୂର୍ତ୍ତି ରହିଥାଏ । ସେହିପରି ଶରୀରରେ ଜିଙ୍କର ଅଭାବ ଅବସାଦର କାରଣ ହୋଇପାରେ । ଏ କ୍ଷେତ୍ରରେ କାଜୁ ବାଦାମ ଖାଇଲେ ଫାଇଦା ମିଳେ ।

ଏହା ମଧ୍ୟ ପଢନ୍ତୁ: ମହିଳାଙ୍କଠାରେ ଏସବୁ ଲକ୍ଷଣ ହୋଇପାରେ ହୃଦଘାତର ସଙ୍କେତ, ଜମାରୁ କରନ୍ତୁନି ଅବହେଳା - Symptoms of heart attack in women

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାରେ ପ୍ରଥମ ୱାଟର ଡେଲିଭରି: ପାଣି ଭିତରେ କେମିତି ହୁଏ ଶିଶୁ ଜନ୍ମ, ଏହା କେତେ ସୁରକ୍ଷିତ ? - First water delivery in Odisha

Disclaimer- ଏଠାରେ ଦିଆଯାଇଥିବା ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଭଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.