ETV Bharat / state

ରାଜଧାନୀରେ ସିରିଜ ବୋମାମାଡ, ଥରିଲା ବାପୁଜୀନଗର-ଶିଶୁଭବନ - bomb blast in Bhubaneswar - BOMB BLAST IN BHUBANESWAR

BOMB BLAST IN BHUBANESWAR: ପୁଣି ଅଶାନ୍ତ ରାଜଧାନୀ ଭୁବନେଶ୍ବର । ଦୁର୍ବୃତ୍ତଙ୍କ ବୋମାମାଡ଼ରେ କମ୍ପିଲା ବାପୁଜୀନଗର । ବୋମାମାଡର କାରଣ ଅସ୍ପଷ୍ଟ । ସେପଟେ ସୁରକ୍ଷା ଦାବି କଲେ ରାଜଧାନୀବାସୀ । ଅଧିକ ପଢନ୍ତୁ

BOMB BLAST IN BHUBANESWAR
BOMB BLAST IN BHUBANESWAR (ETV Bharat Odisha)
author img

By ETV Bharat Odisha Team

Published : Sep 19, 2024, 6:22 PM IST

ଭୁବନେଶ୍ବର: ପୂଜା ପୂର୍ବରୁ ରାଜଧାନୀରେ ଅଶାନ୍ତ ପରିବେଶ । ସାଧାରଣରେ ଖୁଲମଖୁଲା ଦୁର୍ବୃତ୍ତଙ୍କ ସିରିଜ ବୋମାମାଡ । ବୋମାମାଡରେ ଥରିଲା ବାପୁଜୀନଗର ଓ ଶିଶୁଭବନ ଛକ । କ୍ୟାପିଟାଲ ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ବୋମାମାଡ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ୩ଟି ବୋମାମାଡ କରି ଚମ୍ପଟ ମାରିଥିଲେ । ଫଳରେ ବାପୁଜୀନଗର ଓ ଶିଶୁଭବନ ଛକ ପାଖରେ ରାତି ୧୧ସମୟରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଭୟରେ ଥରହର ହୋଇଥିଲେ । ଘଟଣାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

BOMB BLAST IN BHUBANESWAR (ETV Bharat Odisha)

ବୋମାମାଡରେ ଥରିଲା ରାଜଧାନୀ:

ଏନେଇ ସ୍ଥାନୀୟ ଜଣେ ଯୁବକ କହିଛନ୍ତି," ବାପୁଜୀନଗର କେଦାପଲ୍ଲୀ ପାଖ କାସା ଲିଭି ପାଖରେ ଥିବା ସ୍ପୋର୍ଟସ ଏମ୍ପୋରିୟମ କଡ଼ରେ ତା ପଛକୁ ଯିବାକୁ ଯେଉଁ ବାଟ ଅଛି ସେହି ପାଚେରୀ ଉପରକୁ ଦୁଇଟି ବୋମାମାଡ କରାଯାଇଛି । ଦୁଇଜଣ ବାଇକରେ ଆସି ଦୁଇ ଥର ବୋମାମାଡ କରିଥିବା ମୁଁ ଶୁଣିବାକୁ ପାଇଲି ।ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । "

BOMB BLAST IN BHUBANESWAR
BOMB BLAST IN BHUBANESWAR (ETV Bharat Odisha)

ଆତଙ୍କିତ ରାଜଧାନୀବାସୀ:

ସେହିପରି ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି," ଆମେ ରାତି ପ୍ରାୟ ୧୧ଟା ସମୟରେ ଘରେ ଖାଇବାକୁ ବସିଥିଲୁ । ହଠାତ୍ ଜୋରରେ ଶବ୍ଦ ହେଲା ଆଉ କମ୍ପି ଉଠିଲା । ଏନେଇ ଆମେ ଭାବିଲୁ କୌଣସି ଭସାଣି ହେଉଛି ବୋଲି ହେଲେ ପୁଣିଥରେ ବୋମା ଫୁଟିଲା । ଆମେ ପୁରା ଭୟଭୀତ ହୋଇଗଲୁ । ଗ୍ରୀନ କଲର ସାର୍ଟ ପିନ୍ଧିକି ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ବୋମା ଫୋପାଡ଼ି ଚମ୍ପଟ ମାରିଥିଲେ ।"

BOMB BLAST IN BHUBANESWAR
BOMB BLAST IN BHUBANESWAR (c)

ଏହା ମଧ୍ୟ ପଢନ୍ତୁ ...ପୋଲିସର ନିଦ ହଜାଇଲା ULFA-I, 19 ସ୍ଥାନରେ ଖଞ୍ଜା ଯାଇଛି ବୋମା - Big Claim By ULFAI

ଏହା ମଧ୍ୟ ପଢନ୍ତୁ ...୧୩୫ ଯାତ୍ରୀଙ୍କୁ ନେଇ ଉଡୁଥିଲା ଏୟାର ଇଣ୍ଡିଆ, ପାଇଲଟ କହିଲେ 'ବିମାନରେ ବୋମା' - Bomb Threat on Air India Flight

ଏହା ମଧ୍ୟ ପଢନ୍ତୁ ...ରାଜଧାନୀ ରାଜରାସ୍ତାରେ ବେପରୁଆ ଗାଡ଼ି ଚାଳନା, ୫ ଗିରଫ - Reckless Driving

ଏହା ମଧ୍ୟ ପଢନ୍ତୁ ... ଟଙ୍କା ନେଉଥିଲେ ଅସଲି ବ୍ରାଣ୍ଡର, ବିକୁଥିଲେ ପାଣି - Duplicate Liquor Seized

ବୋମାମାଡର କାରଣ ଅସ୍ପଷ୍ଟ:
ତେବେ ବୋମାମାଡ କେବଳ ବାପୁଜୀନଗର ଭିତରେ ଲେନ ନମ୍ବର ୧ ପାଖରେ ନୁହେଁ ପରେ ଦୁର୍ବୃତ୍ତ ମାନେ ଝରଣା ସାହି ପାଖରେ ମଧ୍ୟ ଆଉ ଏକ ବୋମାମାଡ କରିଥିଲେ । ଏନେଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଦାଦାବଟି ବା ଭାଇଗିରି ବା କୋୖଣସି ବ୍ୟକ୍ତିଗତ ରାଗ ରଖି ବୋମାମାଡ ହୋଇଛି, ସେନେଇ ଛାନଭିନ କରୁଛି ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.