ETV Bharat / state

ଶରଧାବାଲିରେ ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ, କହିଲେ ସରକାର ପ୍ରଜାଙ୍କର ପ୍ରଜାଙ୍କ ପାଇଁ.. - Mohan Majhi Govt Report Card

author img

By ETV Bharat Odisha Team

Published : 6 hours ago

Mohan Majhi Govt Report Card: ଶରଧାବାଲିରେ ବିଜେପି ସରକାରଙ୍କ 100 ଦିନର ହିସାବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଲେ ରିପୋର୍ଟ କାର୍ଡ । ମୁଖ୍ୟମନ୍ତ୍ରୀ କହିଲେ ସରକାର ପ୍ରଜାଙ୍କର ପ୍ରଜାଙ୍କ ପାଇଁ ।

ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ
ଶହେ ଦିନର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

ଭୁବନେଶ୍ବର/ପୁରୀ: ରାଜ୍ୟରେ 100 ଦିନ ପୂରା କଲେ ମୋହନ ସରକାର । ଶହେ ଦିନରେ ରାଜ୍ୟବାସୀ ପାଇଁ କଣ କରିଛନ୍ତି ରାଜ୍ୟ ସରକାର । ଶରଧାବାଲିରେ ଗୋଟି ଗୋଟି କରି ହିସାବ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରିପୋର୍ଟ କାର୍ଡ ଉପସ୍ଥାପନ କରି ଦେଲେ ବିଜେପି ସରକାରଙ୍କ କାମର ହିସାବ । ଏହି ଅବସରରେ ସଫଳତାର ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ ରାଜ୍ୟ ଉଦ୍ଦେଶ୍ୟରେ ରଖିଲେ ଅଭିଭାଷଣ । ଜାଣନ୍ତୁ ଅଭିଭାଷଣରେ କଣ କଣ କହିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଆମ ସଂକଳ୍ପ ପତ୍ର ଆମ ଧର୍ମ ଗ୍ରନ୍ଥ:

ମୋହନ ମାଝୀ ଅଭିଭାଷଣରେ କହିଛନ୍ତି, ଏ ଜାତି ମହାପ୍ରଭୁଙ୍କ ଆଶୀର୍ବାଦ ବିନା ନିଶ୍ବ । ଗଣତନ୍ତ୍ରରେ ସରକାର ପ୍ରଜାଙ୍କର, ଏବଂ ପ୍ରଜାଙ୍କ ପାଇଁ । ଲୋକ ମତ, ଲୋକ ହିତ ଓ ଲୋକ ସ୍ବାର୍ଥ ହିଁ ସର୍ବୋପରି । 24 ବର୍ଷର ଅହଙ୍କାରୀ ଓ ଲୋକ ବିରୋଧୀ ସରକାରର ପତ୍ତନ ଘଟିଛି, ଲୋକଙ୍କ ପାଇଁ । ଲୋକଙ୍କ ସମସ୍ୟାରୁ ଦୂରେଇ ଗଲେ, ଲୋକ ଗ୍ରହଣ କରିବେ ନାହିଁ ବୋଲି 2024 ନିର୍ବାଚନରୁ ପ୍ରମାଣିତ ହୋଇଛି । ପୂର୍ବ ସରକାର ଭୋଟ ରାଜନୀତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କୁ ବ୍ୟବହାର କରିଥିଲେ । ଆମ ପାଇଁ ଆମ ସଂକଳ୍ପ ପତ୍ର ଆମ ଧର୍ମ ଗ୍ରନ୍ଥ । ଆମେ ଲୋକଙ୍କ ସରକାର ହିସାବରେ ଆମେ ପ୍ରତିପାଦିତ କରି ପାରିଛୁ ।

ଦୟାରେ ଚାଲିଥିଲା ପୂର୍ବ ସରକାର:

ମୋହନ ଆହୁରି କହିଛନ୍ତି, ‘ବର୍ଷ ବର୍ଷ ଧରି ସରକାରୀ ଅଧିକାରୀଙ୍କ ଦୟାରେ ଚାଲିଥିଲା ପୂର୍ବ ସରକାର । ଏବେ ଲୋକଙ୍କ ସିଧାସଳଖ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମାନେ । ଭବିଷ୍ୟତରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଭିଯୋଗ ଶୁଣାଣି କରାଯିବ । ଏବଂ ଲୋକଙ୍କ ସବୁ ସମସ୍ୟା ଶୁଣି ସରକାର ସମାଧାନ କରିବା ପାଇଁ ଯୋଜନା କରୁଛନ୍ତି । ମିଛ ପ୍ରଚାର ଓ ମିଛ ପରିସଂଖ୍ୟାନରେ ସମସ୍ୟା ସମାଧାନ ହୁଏ ନାହିଁ । ଆମେ କେମିତି କାମ କରୁଛୁ, ତାହା ଲୋକ କହିବେ। ନିର୍ଦ୍ଦିଷ୍ଟ ସମୟ ଭିତରେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ କାମ ଚାଲିଛି ।’

ଭକ୍ତ-ଭଗବାନ ମଧ୍ୟରେ ଦୂର ହେଲା ପ୍ରତିବନ୍ଧକ:

ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିବା ଆମର ପ୍ରଥମ ପଦକ୍ଷେପ ଥିଲା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ତିଆରି ହୋଇଥିବା ମନ୍ୟୁଷକୃତ ପ୍ରତିବନ୍ଧକ ଦୂର ହୋଇଛି । ଓଡ଼ିଆ ଅସ୍ମିତା ପୁନଃ ପ୍ରତିଷ୍ଠା ପାଇଁ 200 କୋଟି ଟଙ୍କାର ସ୍ଥାୟୀ ପାଣ୍ଠି ଗଠନ ହୋଇଛି । ଶ୍ରୀମନ୍ଦିର ଉନ୍ନତି ପାଇଁ 500 କୋଟିର କର୍ପସ ପାଣ୍ଠି ବ୍ୟବସ୍ଥା କରାଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3100 ଟଙ୍କା କରାଯାଇଛି । ସୁଭଦ୍ରା ଯୋଜନାରେ 1 କୋଟିରୁ ଊର୍ଦ୍ଧ୍ବ ମହିଳାଙ୍କୁ ପ୍ରଥମ କିସ୍ତି ମିଳିବା ଆରମ୍ଭ ହୋଇଛି ।

ଖୁବ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଯୋଜନା:

ମୋହନ ଆହୁରି କହିଛନ୍ତି, ‘ପୂର୍ବ ସରକାର ନିଜ ଅହଙ୍କାର ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରୁନଥିଲେ । ଖୁବଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଦେଶର 27 ହଜାରରୁ ଅଧିକ ହସ୍ପିଟାଲରେ ଓଡ଼ିଶାର ଲୋକ ମାନେ ଚିକିତ୍ସା ସେବା ପାଇ ପାରିବେ । ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ କରାଯିବ । ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ସହ ଖାଲି ଥିବା ଡାକ୍ତର ପଦବୀ ଏବଂ ପାରା ମେଡିକାଲ ଷ୍ଟାଫ ପଦବୀ ଖୁବଶୀଘ୍ର ପୂରଣ ହେବ । ସ୍କୁଲ କଲେଜରେ ଶିକ୍ଷାର ମାନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଆମ ଗାଁ ଆମ ବିକାଶ ଯୋଜନାରେ ଗ୍ରାମାଞ୍ଚଳ ଭିତ୍ତିଭୂମି ଆହୁରି ମଜବୁତ ହେବ । ଆବାସ ପୋର୍ଟାଲ ମଧ୍ୟ ଆରମ୍ଭ କରାଯାଇଛି ।’

ମୁଖ୍ୟମନ୍ତ୍ରୀ ମୋହନ
ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

3ଟି ସେମିକଣ୍ଡକ୍ଟର ଶିଳ୍ପ ପାଇଁ ମଞ୍ଜୁରୀ:

ଶ୍ରମିକଙ୍କ ପାଇଁ ସର୍ବନିମ୍ନ ମଜୁରୀ ବୃଦ୍ଧି କରାଯାଇଛି । ନିର୍ମାଣ ଶ୍ରମିକଙ୍କ ପାଇଁ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ 6 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । 5 ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ଦିଆଯିବ । ରାଜଧାନୀରେ ଏଫଡିଆଇ ପାର୍କ ପ୍ରତିଷ୍ଠା ହେବ । ରାଜ୍ୟରେ ନୂଆ 11ଟି MSME ପାର୍କ ପ୍ରତିଷ୍ଠା କରାଯିବ । ସିଙ୍ଗିଲ ୱିଣ୍ଡୋ କ୍ଲିୟରଣରେ ଗତ 100 ଦିନ ଭିତରେ 45 ହଜାର କୋଟିର ପୁଞ୍ଜିନିବେଶ ପାଇଁ 3ଟି ସେମିକଣ୍ଡକ୍ଟର ଶିଳ୍ପ ପାଇଁ ମଞ୍ଜୁରୀ ଦିଆଯାଇଛି । ରେଳ କ୍ଷେତ୍ରରେ 25 ହଜାର କୋଟିର ପ୍ରକଳ୍ପ କେନ୍ଦ୍ର ସରକାର ଉପହାର ଦେଇଛନ୍ତି । 70 ହଜାର କୋଟିର ପ୍ରକଳ୍ପ ମଞ୍ଜୁର ହୋଇସାରିଛି । 1 ଲକ୍ଷ କୋଟିର ପ୍ରକଳ୍ପ ମିଳିବ ।

ଶରଧାବାଲିରେ ଶହେ ଦିନର ହିସାବ
ଶରଧାବାଲିରେ ଶହେ ଦିନର ହିସାବ (ETV Bharat Odisha)

ଦୁର୍ନୀତିରେ ଯିଏ ସମ୍ପୃକ୍ତ ତାକୁ ଛାଡିବନି ଆମ ସରକାର:

କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ 21 ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅନୁଦାନ ଦେଇଛନ୍ତି । ଏବଂ 50 ହଜାର କୋଟିର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଛନ୍ତି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଗତ 100 ଦିନ ଭିତରେ 71ଟି ମାମଲା ରୁଜୁ ହୋଇଛି । 58 ଜଣ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ଗିରଫ କରି ଜେଲ ପଠାଯାଇଛି । ଯେଉଁଥିରେ 17 ଜନ ପ୍ରଥମ ଶ୍ରେଣୀ ଅଧିକାରୀ, 7 ଜଣ ଦ୍ଵିତୀୟ ଶ୍ରେଣୀ ଅଧିକାରୀ ଅଛନ୍ତି । ପୂର୍ବ ସରକାର ଛୋଟ ଛୋଟ କିରାଣୀ ମାନଙ୍କୁ ଧରୁଥିଲେ । କିନ୍ତୁ ଦୁର୍ନୀତିରେ ଯିଏ ସଂପୃକ୍ତ ଅଛନ୍ତି, ଆମ ସରକାର କାହାକୁ ଛାଡ଼ିବ ନାହିଁ । 20ଟି ମାମଲାରେ 66 କୋଟି 50 ଲକ୍ଷ ଟଙ୍କା ଜବତ ହୋଇଛି । 50 ପ୍ରତିଶତରୁ ଅଧିକ ଦୋଷୀ ସାବ୍ୟସ୍ତ ହାର ବଢିଛି ।

ମୁଖ୍ୟମନ୍ତ୍ରୀ ମୋହନ
ମୁଖ୍ୟମନ୍ତ୍ରୀ ମୋହନ (ETV Bharat Odisha)

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ ଅଭିଭାଷଣ:

ମୋହନ ସରକାରଙ୍କ 100 ଦିନ ପୂର୍ତ୍ତି ଅବସରରେ ପୁରୀ ଶରଧାବାଲି ଠାରେ ସରକାର ଦେଲେ ରିପୋର୍ଟ କାର୍ଡ । ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜ ଅଭିଭାଷଣରେ କହିଛନ୍ତି, ‘ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେଲା । ଯାହା ମୋଦି ଗ୍ୟାରେଣ୍ଟି ଥିଲା, ଚାରି ଦ୍ଵାରା ଖୋଲିଲା, ରତ୍ନ ଭଣ୍ଡାର ଖୋଲିଲା, ସୁଭଦ୍ରା ଯୋଜନା ଦିଆଗଲା । ଶ୍ରୀମନ୍ଦିର ପାଇଁ 500 କୋଟିର ବ୍ୟବସ୍ଥା କରାଗଲା । ଓଡ଼ିଆ ଅସ୍ମିତା ସୁରକ୍ଷା ପାଇଁ 200 କୋଟିର କର୍ପସ ଫଣ୍ଡ ହୋଇଛି । ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ହୋଇ ଛିଡା ହେଲେ ମୋହନ ମାଝୀ । ଅଭିଯୋଗ ପ୍ରକୋଷ୍ଠ ଖୋଲିଲା, ଲୋକଙ୍କ ଅଭିଯୋଗ ଶୁଣାଣି ହେଲା । ଏ ସରକାରର ସବୁଠୁ ବଡ଼ ସଫଳତା, ଲୋକଙ୍କ ସହ ଯୋଡ଼ି ହେବାର ପ୍ରତିବଦ୍ଧତା । ଲୋକଙ୍କ ଭରସା ତିଆରି ହୋଇଛି । ସାଧାରଣ ଲୋକ ମନ୍ତ୍ରୀଙ୍କ ପାଖରେ ପହଞ୍ଚି ପାରୁଛନ୍ତି । ଯାହା କଥା ଦେଇଥିଲୁ କରୁଛୁ । ନିର୍ବାଚନ ପୂର୍ବରୁ କହିଥିଲେ, ମିଶନ ଶକ୍ତି ବନ୍ଦ ହୋଇଯିବ କିନ୍ତୁ ମିଶନ ଶକ୍ତି ଆଜି ଦୌଡୁଛି । ମହିଳାଙ୍କୁ ଶକ୍ତିଶାଳୀ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ଅନେକ ବିକାଶମୂଳକ କାମ ପାଇଁ ଭିତ୍ତିଭୂମି ପଡ଼ୁଛି ।

ରାତି 2ଟା ପର୍ଯ୍ୟନ୍ତ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ:

‘ଏ ସରକାରଙ୍କୁ ସାଧାରଣ ଲୋକଙ୍କ ଭରସା ଓ ବିଶ୍ବାସ ଦରକାର । ଅନ୍ୟ ମହିଳା ମାନଙ୍କୁ ମଧ୍ୟ ଖୁବଶୀଘ୍ର ପ୍ରଥମ କିସ୍ତି ମିଳିବ । ମୋଦି ଗ୍ୟାରେଣ୍ଟିରେ ଯାହା ଲେଖିଛୁ, ସବୁ ଗୋଟିଏ ଗୋଟିଏ କରି ପୂରଣ କରାଯିବ । ଗାଁ ଲୋକଙ୍କ ପାଖକୁ ଯୋଜନାର ସୁଫଳ ପହଞ୍ଚାଇବା ପ୍ରଶାସନିକ ଅଧିକାରୀ ମାନେ ଯିବେ । ଗରିବଙ୍କୁ ପକ୍କା ଘର ମିଳିବ । ମୋଦିଙ୍କ ଯୋଜନା ଓ ମୋହନ ସରକାରଙ୍କ ପ୍ରତିବଦ୍ଧତାକୁ ନେଇ ଡବଲ ଇଞ୍ଜିନ ସରକାର ଚାଲିବ । ରେଳବାଇ କ୍ଷେତ୍ରରେ 10 ହଜାର କୋଟିର ଅନୁଦାନ ମିଳିଛି । ଗାଁରେ ଥିବା ମହିଳା ମାନଙ୍କୁ ସଶକ୍ତ କରି ସ୍ବାବଲମ୍ବୀ କରିବା ପାଇଁ ମୋହନ ସରକାର ପ୍ରତିଶ୍ରୁତିବଦ୍ଧ । ରାତି 2 ଟା ଯାଏଁ ଲୋକଙ୍କ ପାଇଁ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ମଣ୍ଡଳ ସଦସ୍ୟ । ଓଡ଼ିଶାବାସୀଙ୍କ ସ୍ବପ୍ନ ପୂରଣ କରିବେ ସରକାର । ଗାଁର ଭିତ୍ତିଭୂମି ଆହୁରି ମଜବୁତ୍ ହେବ ।’

ଆୟୁଷ୍ମାନ ଭାରତକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଘୋଷଣା:

ବିଜେପି ସରକାରର 100 ଦିନ ପୂର୍ତ୍ତି ଉତ୍ସବରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଘୋଷଣା । ଆୟୁଷ୍ମାନ ଭାରତ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଦ୍ଵାରା ଦେଶ ସାରା 27 ହଜାର ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା । ପୂର୍ବ ସରକାରରେ ମାତ୍ର 900 ହସ୍ପିଟାଲରେ ଚିକିତ୍ସା ସେବା ସୁବିଧା ମିଳୁଥିଲା । ଖୁବଶୀଘ୍ର 3 ହଜାର ଡାକ୍ତର ଏବଂ ପାରା ମେଡିକାଲ ଷ୍ଟାଫ ନିଯୁକ୍ତ ହେବେ, ମାସେ ଦୁଇ ମାସ ଭିତରେ ଚିକିତ୍ସା ସେବା ଯୋଗାଇ ଦେବେ । ପୁରୀ ମେଡିକାଲ କଲେଜରେ ବିଏସସି ନର୍ସିଂ କୋର୍ସ ଆସନ୍ତା ବର୍ଷରୁ ଆରମ୍ଭ ହେବ । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟବସ୍ଥା କରାଯିବ । 5 ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ଦିଆଯିବ । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ 5ଟା କବାଟ ଦେଇ ଯିବାକୁ ପଡୁଥିଲା । କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସିଧାସଳଖ ଭେଟି ପାରିବେ ଲୋକ ।

ଏହା ମଧ୍ୟ ପଢନ୍ତୁ:

ପୁରୀ ଶରଧାବାଲିରେ 'ନୂଆ ଓଡ଼ିଶା'ର ସଂକଳ୍ପ ନେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଲେ ୧୦୦ ଦିନର ରିପୋର୍ଟ କାର୍ଡ

ମୋହନ ସରକାରଙ୍କ 100 ଦିନ, ରିପୋର୍ଟ କାର୍ଡ କେତେ ସଫଳ ?

ମୋହନ ମାଝୀ ସରକାର ଦେବେ ୩୬ ହଜାର ନିଯୁକ୍ତି, ୧୦୦ ଦିନରେ ୪୫ ହଜାର କୋଟି ନିବେଶ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.