ETV Bharat / sports

India vs Bangladesh: ପ୍ରଥମ ଦିନରେ ଡ୍ରାଇଭର ସିଟରେ ଭାରତ, ସଙ୍କଟମେଚକ ସାଜିଲେ ଅଶ୍ବୀନ-ଜାଡେଜା - IND vs BAN First Day Report

author img

By ETV Bharat Sports Team

Published : 7 hours ago

IND vs BAN Test Day-1 Report : ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଭାରତ ଦିନର ଶେଷ ଆଡକୁ ଦମଦାର କମବ୍ୟାକ କରିଛି । ଏକଦା 34/3ରେ ସଂଘର୍ଷ କରୁଥିବା ଦଳ ପରବର୍ତ୍ତୀ ଅବସ୍ଥାରେ 155/6 ରେ ପହଞ୍ଚି ସଙ୍କଟରେ ପଡ଼ିଥିବା ସମୟରେ ସଙ୍କଟମୋଚକ ସାଜିଲେ ଦୁଇ ଷ୍ଟାର ସ୍ପିନ୍ ଅଲରାଉଣ୍ଡର ଆର ଅଶ୍ବୀନ ଏବଂ ରବିନ୍ଦ୍ର ଜାଡେଜା । ଅଶ୍ବୀନ କ୍ୟାରିଅରର 6ଷ୍ଠ ଶତକ ହାସଲ କରିଥିବା ବେଳେ ଜାଡେଜା ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅଧିକ ପଢନ୍ତୁ

Ravichandran Ashwin
Ravichandran Ashwin ((AP))

ହାଇଦ୍ରାବାଦ: ଘରୋଇ ଦଳ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଗୁରୁବାରଠୁ ଚେନ୍ନାଇର ଚେପକ ଷ୍ଟାଡିୟମରେ ଆରମ୍ଭ ହୋଇଛି ଟେଷ୍ଟ ମ୍ୟାଚ । ଦିନର ଖେଳ ଶେଷ ବେଳକୁ ଭାରତ 6 ଓ୍ବିକେଟ ବନିମୟରେ 339 ରନ ସ୍କୋର କରଛି । 195 ରନର ଜବରଦସ୍ତ ପାର୍ଟନରସିପ୍ ସହିତ 7 ଓ୍ବିକେଟ ପାଇଁ ରେକର୍ଡ କରିଛନ୍ତି ଦୁଇ ଷ୍ଟାର ସ୍ପିନ୍ ଅଲରାଉଣ୍ଡର ଆର ଅଶ୍ବୀନ ଏବଂ ରବିନ୍ଦ୍ର ଜାଡେଜା । ଅଶ୍ବୀନ ନିଜ କ୍ୟାରିଅରର 6ଷ୍ଠ ଶତକ ମାରି ଅପରାଜିତ ଥିବା ବେଳେ ଜାଡେଜା 86 ରନର ଶାନଦାର ଇନିଂସ ଖେଳିଛନ୍ତି ।

ଏହା ବି ପଢନ୍ତୁ- କଏ ହସନ ମହମ୍ମୁଦ ? ଚେନ୍ନାଇ ଟେଷ୍ଟରେ ଉଡାଇଲେ ଟିମ୍ ଇଣ୍ଡିଆର ହୋସ୍, ଓପନିଂ ସ୍ପେଲରେ ଟପ୍ ଅର୍ଡର ଚିତପଟାଙ୍ଗ - Hasan Mahmud

ଦିନରେ ପ୍ରାରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ଦଳ ମାତ୍ର 34 ରନରେ 3ଟି ବଡ ଓ୍ବିକେଟ ହରାଇଥିଲା । ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି ଦୁଇ ଅଙ୍କ ଛୁଇଁ ପାରିନଥିଲେ । ବାଂଲାଦେଶର ଯୁବ ପେସର ହସନ ମହମ୍ମୁଦଙ୍କୁ ସାମ୍ନା କରିପାରି ନଥିଲେ ଭାରତୀୟ ଟିମର ଟପ୍ ଅର୍ଡର । ଏହା ପରେ ଷ୍ଟାର ଓପନର ୟଜଶ୍ବାଲ ଏବଂ ପନ୍ତଙ୍କ ମଧ୍ୟରେ 62 ରନର ଉପଯୋଗୀ ଭାଗିଦାରୀ ହୋଇଥିଲା । ତେବେ ବ୍ୟକ୍ତିଗତ ସ୍କୋର 39 ରନ ସମୟରେ ପନ୍ତ ମଧ୍ୟ ହସନଙ୍କ ଶିକାର ହୋଇଥିଲେ । ଏହା ପରେ କେଏଲ ରାହୁଲ ମଧ୍ୟ କିଛି ଖାସ କରିନଥିଲେ ସେ ମାତ୍ର 16 ରନ ସ୍କୋର କରି ଆଉଟ ହୋଇଥିବା ବେଳେ ଜୟଶ୍ବାଲ ଅର୍ଦ୍ଧଶତକ ହାସଲ କରି ଆଉଟ ହୋଇଥିଲେ ।

ଏହା ବି ପଢନ୍ତୁ- ‘ମୋତେ କାହିଁକି ବଲ ମାରୁଛ’...ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ବବାଲ ! ପନ୍ତଙ୍କ ସହିତ ପଙ୍ଗା ନେଲେ ଲିଟନ୍ ଦାସ - Rishabh Pant vs Litton Das

ଏହା ପରେ ଆରମ୍ଭ ହୋଇଥିଲା ଅଶ୍ବୀନ-ଜାଡେଜା ସୋ । ଦୁହେଁ 7ମ ଓ୍ବିକେଟ ପାଇଁ 195 ରନର ରେକର୍ଡ ପାର୍ଟନରସିପ୍ ଠିଆ କରି ଭାରତର ସ୍କୋରକୁ 339 ରନରେ ପହଞ୍ଚାଇଛନ୍ତି । ଅଶ୍ବୀନ ଦମଦାର ଶତକୀୟ ଇନିଂସ ଖେଳି 102 ରନରେ ଅପରାଜିତ ଅଛନ୍ତି । ଏହା ତାଙ୍କର 6ଷ୍ଠ ଶତକ । ଏପଟେ ଜାଡେଜା ମଧ୍ୟ 86 ରନର ଆକର୍ଷଣୀୟ ପାଳି ଖେଳିଛନ୍ତି । ଦୁହଁଙ୍କ 195 ରନର ରେକର୍ଡ ଭାରତ ପକ୍ଷରୁ 7ମ ଓ୍ବିକେଟରେ ବାଂଲାଦେଶ ବିପକ୍ଷରେ ସର୍ବାଧିକ ଭାଗିଦାରୀ ରେକର୍ଡ । ଏହା ପୂର୍ବରୁ ସୌରଭ ଗାଙ୍ଗୁଲି ଏବଂ ସୁନିଲ ଯୋଶୀ 24 ବର୍ଷ ପୂର୍ବେ 121 ରନ 7ମ ଓ୍ବିକେଟ ପାଇଁ ସ୍କୋର କରିଥିଲେ ।

ବାଂଲାଦେଶ ପକ୍ଷରୁ ହସନ ମହମ୍ମୁଦ 4ଟି ଓ୍ବିକେଟ ନେଇଥିବା ବେଳେ ନାହିଦ ରାଣା ଏବଂ ମେହିଦୀ ହାସନ ଗୋଟିଏ ଗୋଟିଏ ଓ୍ବିକେଟ ନେଇଛନ୍ତି ।

ଏହା ବି ପଢନ୍ତୁ- 6,6,6,6,6,6... ଇଂଲଣ୍ଡର ଗର୍ବ ଭାଙ୍ଗିଥିଲେ ଯୁବରାଜ, 6 ବଲରେ 6 ଛକା - Six Sixes In An Over

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.