ଓଡିଶା

odisha

ETV Bharat / state

କଳାହାଣ୍ଡି କଂଗ୍ରେସରେ ଅସନ୍ତୋଷ, ପରିବାରବାଦ ରାଜନୀତିକୁ ବିରୋଧ - Family politics in kalahandi - FAMILY POLITICS IN KALAHANDI

Family politics in kalahandi: ଚଳିତ ବିଧାନସଭା ନିର୍ବାଚନରେ ନର୍ଲା ଆସନରୁ ଲଢିବେ ଭକ୍ତଚରଣ ଦାସ ଓ ଭବାନୀପାଟଣା ଆସନରୁ ତାଙ୍କ ପୁଅ ସାଗର ଚରଣ ଦାସ ପ୍ରାର୍ଥୀ ହୋଇଛନ୍ତି । ବାପା-ପୁଅଙ୍କ ରାଜନୀତିକୁ ବିରୋଧ । ପରାଜୟ ପରେ ମଧ୍ୟ ଭକ୍ତଙ୍କ ପୁଅକୁ ଟିକେଟ ମିଳୁଥିବାରୁ ଅସନ୍ତୋଷ ପ୍ରକାଶ କଲେ କର୍ମୀ ।

Etv Bharat
Etv Bharat

By ETV Bharat Odisha Team

Published : Apr 9, 2024, 8:29 PM IST

Updated : Apr 9, 2024, 9:30 PM IST

କଳାହାଣ୍ଡି କଂଗ୍ରେସ

ଭବାନୀପାଟଣା:କଳାହାଣ୍ଡି କଂଗ୍ରେସରେ ବାପା-ପୁଅଙ୍କ ରାଜନୀତିକୁ ବିରୋଧ । ନର୍ଲା ବିଧାନସଭା ଆସନରୁ ଭକ୍ତଚରଣ ଦାସ ଓ ଭବାନୀପାଟଣା ଆସନରୁ ତାଙ୍କ ପୁଅ ସାଗର ଚରଣ ଦାସଙ୍କୁ ଦଳ ଟିକେଟ ମିଳିବା ପରେ ଦଳୀୟ କର୍ମୀ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଭକ୍ତଙ୍କ ମନମୁଖୀ କାର୍ଯ୍ୟପାଇଁ କଳାହାଣ୍ଡି କଂଗ୍ରେସରେ ଦିନକୁ ଦିନ ଅସନ୍ତୋଷ ବଢ଼ି ଚାଲିଥ‌ିବା ବେଳେ ଭକ୍ତଙ୍କ ଏକଛତ୍ରବାଦ ଦେଖି ଦଳ ଛାଡ଼ିବାକୁ ସଜବାଜ ହେଉଛନ୍ତି। ଭକ୍ତ କେବଳ ନିଜର ଏବଂ ନିଜ ପୁଅର ରାଜନୈତିକ ଭବିଷ୍ୟତ ସୁରକ୍ଷା ପାଇଁ ଦଳର ଭବିଷ୍ୟତକୁ ଅନିଶ୍ଚିତତା ମଧ୍ୟକୁ ଠେଲି ଦେଉଛନ୍ତି ବୋଲି ପୂର୍ବତନ ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଅଭିଯୋଗ କରିଛନ୍ତି।

ଯୁବ କଂଗ୍ରେସର ପୂର୍ବତନ ଜିଲ୍ଲା ସଭାପତି ସାଉଲ ମଙ୍ଗରାଜ ସମେତ କିଛି ଅସନ୍ତୁଷ୍ଟ କଂଗ୍ରେସ ନେତା ଓ କର୍ମୀ ଭକ୍ତଙ୍କ ବିରୋଧରେ ରଣହୁଙ୍କାର ଦେଇ ଦିଲ୍ଲୀସ୍ଥିତ ଏଆଇସିସି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ଦେଇଥିଲେ । ସେମାନଙ୍କ ଅଭିଯୋଗ ହେଲା, ଭକ୍ତ ଦାସ ଦଳିତ କାର୍ଡ ଖେଳି ଏଆଇସିସିର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ ଥ‌ିବା ବେଳେ ବାରମ୍ବାର ନିଜେ ହାରିବା ସତ୍ତ୍ବେ ଟିକଟ ପାଇଛନ୍ତି । ବର୍ତ୍ତମାନ ତାଙ୍କପୁଅଙ୍କ ଭବିଷ୍ୟତ ଗଠନ ପାଇଁ ଭକ୍ତ ଦାସ ଅନ୍ୟମାନଙ୍କୁ ଅବହେଳା କରୁଛନ୍ତି।

ଗତ ୨୦୧୯ ନିର୍ବାଚନରେ ପୁଅ ସାଗର ଚରଣ ଦାସଙ୍କୁ ଭବାନୀପାଟଣା ସଂରକ୍ଷିତ ଆସନରେ ପ୍ରାର୍ଥୀ କରାଯାଇଥିଲା। ଏଥ‌ିପାଇଁ ଅନେକ ଦିନରୁ ଦଳର ବିଭିନ୍ନକାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଦଳକୁ ମଜଭୁତ କରିଥିବା ଅନେକ କର୍ମୀ କଂଗ୍ରେସ ଛାଡ଼ିବାକୁ ବାଧ୍ୟ ହୋଇଥିଲେ। ସେହି ନିର୍ବାଚନରେ ସାଗର ଦାସ ମାତ୍ର 34, 4944 ଭୋଟ ପାଇ ତୃତୀୟ ସ୍ଥାନରେ ରହିଥିବା ବେଳେ ବିଜେଡିର ଦୁଷ୍ମନ୍ତ ନାଏକଙ୍କୁ 58, 379ଭୋଟ ମିଳିଥିଲା। ବିଜେପିର ପ୍ରଦୀପ୍ତ ନାଏକ 63, 063 ଭୋଟ ପାଇ ବିଜୟୀ ହୋଇଥିଲେ। ତଥାପି ଭକ୍ତ ଚଳିତ ନିର୍ବାଚନରେ ପୁଅ ସାଗରକୁ ଭବାନୀପାଟଣା ସଂରକ୍ଷିତ ଆସନ ପାଇଁ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଛନ୍ତି ଏବଂ ନିଜେ ଅଣସଂରକ୍ଷିତ ନର୍ଲା ଆସନରୁ ପ୍ରାର୍ଥୀ ହୋଇଛନ୍ତି ।

ଏହାଦ୍ବାରା ଅନେକ ସାଧାରଣ ବର୍ଗ ଏବଂ ସଂଖ୍ୟାଗରିଷ୍ଠ ଅନୁସୂଚିତ ଜାତି ଆଶାୟୀ ପ୍ରାର୍ଥୀଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଉଛି ବୋଲି ଏହି ଅସନ୍ତୋଷ ଗୋଷ୍ଠୀ ଅଭିଯୋଗ କରିଛନ୍ତି । ଯିଏ କର୍ମୀଙ୍କୁ ଭଲରେ ଚିହ୍ନି ନାହିଁ, ସେଭଳି ଲୋକଙ୍କୁ ଡାକି ଟିକେଟ ଦିଆଯାଉଛି। ଭକ୍ତଙ୍କ ଏଭଳି ମନମୁଖୀ କାର୍ଯ୍ୟଯୋଗୁଁ କଂଗ୍ରେସର ପାରମ୍ପରିକ ଭୋଟ କଂଗ୍ରେସଠାରୁ ଦୂରେଇ ଯାଉଛି ବୋଲି ରାଜନୀତି ସମୀକ୍ଷକ କହିଛନ୍ତି। ଚଳିତ ନିର୍ବାଚନରେ କଂଗ୍ରେସ ବଡ଼ ବିପର୍ଯ୍ୟୟର ସାମ୍ନା କରିବ ବୋଲି ରାଜନୀତି ସମୀକ୍ଷକ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

Last Updated : Apr 9, 2024, 9:30 PM IST

ABOUT THE AUTHOR

...view details