ଓଡିଶା

odisha

By ETV Bharat Odisha Team

Published : Jun 25, 2024, 1:07 PM IST

ETV Bharat / state

ତ୍ରିଶୂଳିଆ ବ୍ରିଜ ଉପରୁ ବାଲି ସଫା କଲା ସିଏମସି, ଟାର୍ଗେଟ କଲେ କଂଗ୍ରେସ କର୍ପୋରେଟର - congress corporator targets cmc

ଜିଲ୍ଲାପାଳଙ୍କ ନିର୍ଦ୍ଦେଶନାମାକୁ ମାନିଲେନି ବାଲି ମାଫିଆ, ତ୍ରିଶୂଳିଆ ବ୍ରିଜ ଉପରୁ ସିଏମସି ବାଲି ହଠାଇବା ଉପରେ ପ୍ରଶ୍ନ କଲେ କଂଗ୍ରେସ କର୍ପୋରେଟର । ଅଧିକ ପଢନ୍ତୁ

CONGRESS CORPORATOR TARGETS CMC
CONGRESS CORPORATOR TARGETS CMC (ETV BHARAT ODISHA)

କଟକ: ରାସ୍ତାରୁ ବାଲି ସଫା ନହେବା ପର୍ଯ୍ୟନ୍ତ ବାଲି ଉଠାଣ ଉପରେ କଟକଣା ଜାରି କରିଥିଲା କଟକ ଜିଲ୍ଲା ପ୍ରଶାସନ । ଗତ ୨୨ ତାରିଖ ସନ୍ଧ୍ୟା ୬ଟାରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ କଟକ ଜିଲ୍ଳାପାଳ । ମାତ୍ର ଏହି ନିର୍ଦ୍ଦେଶନାମାକୁ ବାଲି ମାଫିଆମାନେ ସତେ ଯେପରି ଫୁ କରି ଉଡାଇ ଦେଇଛନ୍ତି । ରାସ୍ତା ଉପରେ ବାଲି ଆଉ ବାଲି । ତାହା ପୁଣି କଟକ ଭୁବନେଶ୍ୱରକୁ ସଂଯୋଗ କରୁଥିବା ତ୍ରିଶୂଳିଆ ବ୍ରିଜ ଉପରେ । ଏକଥା ଆମେ କହୁ ନାହୁଁ ବରଂ ସିଏମସି ମେୟର ଏକଥା କହିବା ସହ ରାସ୍ତା ଉପରୁ ବାଲି ସଫା କରିଛନ୍ତି । ଯାହାକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନବାଚୀ ।

CONGRESS CORPORATOR TARGETS CMC (ETV BHARAT ODISHA)
ନଦୀରୁ ବାଲି ଉଠାଇବା ପାଇଁ ଅନୁମତି ପାଇଥିବା ବ୍ୟକ୍ତିମାନଙ୍କୁ କଟକ ଜିଲ୍ଲାପାଳ କଡା ଚେତାବନୀ ଦେଇଥିଲେ । ବିଶେଷକରି ଯେଉଁମାନେ ବାଲି ବ୍ୟବସାୟ କରୁଛନ୍ତି, ରାସ୍ତା ଉପରେ ଯେପରି ବାଲି ଜମା ନହୁଏ ସେଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଏହି ନିର୍ଦ୍ଦେଶନାମାରେ ସ୍ପଷ୍ଟ ଭାବରେ ଦର୍ଶାଯାଇଥିଲା କି ରାସ୍ତା ଉପରୁ ବାଲି ସଫା ନକଲେ ଚାଲାଣ ବନ୍ଦ ରହିବ । ଆଉ ଏହି ନିର୍ଦ୍ଦେଶନାମା ଗତ ୨୨ ତାରିଖ ସନ୍ଧ୍ୟା ୬ଟାରୁ କାର୍ଯ୍ୟକାରୀ କରିବାକୁ କୁହାଯାଇଥିଲା । ଏହି ନିର୍ଦ୍ଦେଶନାମାକୁ ଦୁଇ ଦିନ ବିତିଲାଣି କୌଣସି ବାଲି ବ୍ୟବସାୟୀ ରାସ୍ତା ସଫା କଲେ ନାହିଁ ।

ଏହା ମଧ୍ୟ ପଢନ୍ତୁ-ମୌସୁମୀ ମୁକାବିଲା ପାଇଁ ସିଏମସିରେ ସାଂସଦଙ୍କ ବୈଠକ, ଜଳବନ୍ଦୀ ସମସ୍ୟା ଦୂର ନେଇ ତାଗିଦ - CMC Review Meeting

ଗତକାଲି ସକାଳୁ ସିଏମସି ମେୟର, କମିଶନରଙ୍କ ସମେତ ଅନେକ କର୍ମଚାରୀ ବାଲି ସଫା ମେସିନ ନେଇ ତ୍ରିଶୂଳିଆ ବ୍ରିଜ ଉପରେ ପଡି ରହିଥିବା ବାଲି ସଫା କରିଥିଲେ । ଯାହାକୁ ନେଇ ମେୟର ଏବଂ କମିଶନରଙ୍କୁ କଡା ସମାଲୋଚନା କରାଯାଇଛି । କାହିଁକି ଉପରେ ପଡି ସିଏମସି ବାଲି ସଫା କରିଲେ ? କେଉଁ ଉଦ୍ଦେଶ୍ୟରେ ସିଏମସି ବାଲି ସଫେଇ କରିଲା ବୋଲି ବିରୋଧୀ ପ୍ରଶ୍ନ କରିଛି । କଟକ ସହରର ଅନେକ ରାସ୍ତାରେ ବାଲି ପଡି ରହୁଛି । ଯାହା ଫଳରେ ଅନେକ ଦୁର୍ଘଟଣା ଘଟୁଛି । ମାତ୍ର ସିଏମସି ତାହାକୁ ସଫା କରୁନାହିଁ । ବାଲି ମାଫିଆଙ୍କ ପାଇଁ ସିଏମସି କାହିଁକି ଏତେ ତପ୍ତରତା ପ୍ରକାଶ କରୁଛି ବୋଲି କଂଗ୍ରେସ କର୍ପୋରେଟର ସୁବାଶିଷ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।

ଏନେଇ ମେୟର ସୁବାସ ସିଂ କହିଛନ୍ତି ଯେ, ତ୍ରିଶୂଳିଆ ବ୍ରିଜରେ ପ୍ରତ୍ୟେକ ଦିନ ହଜାର ହଜାର ଲୋକ କଟକରୁ ଭୁବନେଶ୍ୱର ଯାତାୟାତ କରିଥାନ୍ତି । ରାସ୍ତା ଉପରେ ବାଲି ପଡି ରହିଥବାରୁ ସିଏମସି ଏହି ପଦକ୍ଷେପ ଗ୍ରହଣ କରିଛି । ମାତ୍ର ଯେଉଁମାନେ ଏହି ନିର୍ଦ୍ଦେଶନାମା ପାଳନ କରୁନାହାନ୍ତି ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details