ଓଡିଶା

odisha

ETV Bharat / state

ସିଙ୍ଗାପୁରର ନିବେଶକଙ୍କୁ ଓଡିଶା ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ ମୋହନ - CM MOHAN MAJHI SINGAPORE VISIT

ପରିବହନ ମନ୍ତ୍ରୀଙ୍କୁ ଭେଟିଲା, ସିଙ୍ଗାପୁର ବନ୍ଦର ପ୍ରାଧିକରଣ ବୁଲିଲା ମୁଖ୍ୟମନ୍ତ୍ରୀଙ୍କ ଟିମ୍‌ । ମେଗା ରୋଡ ସୋ ସହ ନିବେଶକଙ୍କୁ କଲେ ଆମନ୍ତ୍ରଣ ।

ସିଙ୍ଗାପୁରରେ ଓଡିଶାର ମେଗା ରୋଡ ସୋ ସଫଳ : ମୁଖ୍ୟମନ୍ତ୍ରୀ
ସିଙ୍ଗାପୁରରେ ଓଡିଶାର ମେଗା ରୋଡ ସୋ ସଫଳ : ମୁଖ୍ୟମନ୍ତ୍ରୀ (ETV Bharat odisha)

By ETV Bharat Odisha Team

Published : Nov 20, 2024, 7:31 AM IST

ଭୁବନେଶ୍ବର: ସିଙ୍ଗାପୁର ଗସ୍ତର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଓଡିଶାର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଗତକାଲି (ମଙ୍ଗଳବାର) ସିଙ୍ଗାପୁର ପରିବହନ ମନ୍ତ୍ରୀଙ୍କ ସମେତ ସ୍ଥାନୀୟ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିଛନ୍ତି । ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରସମୂହ (ASEAN)ର ନିବେଶକ ଏବଂ ଶିଳ୍ପପତିମାନଙ୍କୁ ଓଡିଶାର ବ୍ୟବସାୟିକ ସୁଯୋଗ ଆକର୍ଷିତ କରି ପାରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଓଡ଼ିଶାର ପରିବହନ ବ୍ୟବସ୍ଥା ବିଶ୍ୱସ୍ତରୀୟ ହେବ । ଏଥିପାଇଁ ସିଙ୍ଗାପୁର ସହଯୋଗ କରିବ । ସିଙ୍ଗାପୁର ପରିବହନ ମନ୍ତ୍ରୀ ଚି ହଙ୍ଗ ଟାଟଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗସ୍ତର ତୃତୀୟ ଦିନ ପ୍ରାରମ୍ଭରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସିଙ୍ଗାପୁର ପରିବହନ ମନ୍ତ୍ରୀଙ୍କ ସହ ଉଚ୍ଚସ୍ତରୀୟ ଆନ୍ତଃସରକାର ଆଲୋଚନାରେ ଭାଗ ନେଇଛନ୍ତି । ଇଣ୍ଟିଗ୍ରେଟେଡ ମଲ୍ଟିମୋଡାଲ ଲଜିଷ୍ଟିକ ପରିଚାଳନା, ସିଙ୍ଗାପୁରର ଉନ୍ନତ ପରିବହନ ପ୍ରଣାଳୀ ତଥା ଡିଜିଟାଲ ମାଲ ପରିବହନ ଏବଂ ଉପକୂଳ ପରିବହନ ଉପରେ ଆଲୋଚନା ହୋଇଛି ।

ସିଙ୍ଗାପୁରରେ ଓଡିଶାର ମେଗା ରୋଡ ସୋ ସଫଳ : ମୁଖ୍ୟମନ୍ତ୍ରୀ (ETV Bharat odisha)
ଏହି ଆଲୋଚନା ଏବଂ ଉପସ୍ଥାପନାରେ ରାଜ୍ୟର ସମୃଦ୍ଧ ସମ୍ବଳ, ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ କୁଶଳୀ ଶ୍ରମିକମାନଙ୍କ ଉପସ୍ଥିତ ବାବଦରେ ଆଲୋକପାତ କରିଛି ମୁଖ୍ୟମନ୍ତ୍ରୀଙ୍କ ଟିମ୍‌ । ସିଙ୍ଗାପୁର ଏବଂ ପଡୋଶୀ ଦେଶଗୁଡିକର ଶିଳ୍ପ ପ୍ରତିନିଧୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଓଡିଶାର ଉଦୀୟମାନ ସୁଯୋଗ ପ୍ରତି ସେମାନଙ୍କର ଆଗ୍ରହକୁ ପ୍ରତିଫଳିତ କରୁଛି ବୋଲି କହିବା ସହ ଓଡିଶାର ବିପୁଳ ପୁଞ୍ଜି ବିନିଯୋଗ ସମ୍ଭାବନା ଏବଂ ଭାରତର ଅଭିବୃଦ୍ଧି କାହାଣୀକୁ ଆଗେଇ ନେବାକୁ ପ୍ରସ୍ତୁତ ଥିବା ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ।
ସିଙ୍ଗାପୁରରେ ଓଡିଶାର ମେଗା ରୋଡ ସୋ ସଫଳ : ମୁଖ୍ୟମନ୍ତ୍ରୀ (ETV Bharat odisha)
  • ଆହୁରି ସ୍କିଲ୍ଡ ହେବ ଓଡିଶା

ଓଡିଶାର ପ୍ରତିନିଧୀ ଦଳ ବୈଷୟିକ ଶିକ୍ଷା ଏବଂ ଶିକ୍ଷା ସେବା ପ୍ରତିଷ୍ଠାନ (ITEES) ପରିଦର୍ଶନ କରି ଦକ୍ଷତା ବିକାଶ ଦିଗରେ ଧ୍ୟାନ ଦେଇଛନ୍ତି । ଦକ୍ଷତା ବିକାଶ ଢାଞ୍ଚା ବଢାଇବା ପାଇଁ ଓଡ଼ିଶା ‘ITEES’ ସହିତ ସକ୍ରିୟ ଭାବରେ ସହଯୋଗ କରିଆସୁଛି । ଭୁବନେଶ୍ୱରରେ ବିଶ୍ୱ ଦକ୍ଷତା କେନ୍ଦ୍ର (WSC)ର ସଫଳ ପ୍ରତିଷ୍ଠା ଏହାର ଉଦାହରଣ । ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ତାଲିମ ଓଡିଶାକୁ ସ୍କିଲ ‘କ୍ୟାପିଟାଲ ଅଫ ଇଣ୍ଡିଆ’ ଭାବରେ ସ୍ଥାନିତ କରିବାରେ ଏହି ସହଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ନେତୃତ୍ୱ ITEES ପରି ବିଶ୍ୱସ୍ତରୀୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ନୂତନ ପଦକ୍ଷେପ ଗ୍ରହଣ କରି ଓଡିଶା ସ୍କିଲିଂ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସିଙ୍ଗାପୁରରେ ଓଡିଶାର ମେଗା ରୋଡ ସୋ ସଫଳ : ମୁଖ୍ୟମନ୍ତ୍ରୀ (ETV Bharat odisha)
ସିଙ୍ଗାପୁରରେ ଓଡିଶାର ମେଗା ରୋଡ ସୋ ସଫଳ : ମୁଖ୍ୟମନ୍ତ୍ରୀ (ETV Bharat odisha)
  • ରାଉଣ୍ଡ ଟେବୁଲ ବୈଠକରେ ଅଂଶ ଗ୍ରହଣ କଲା ‘ଟିମ୍‌ ଓଡିଶା’


‘ଏଣ୍ଟରପ୍ରାଇଜ ସିଙ୍ଗାପୁର’ ଏବଂ ‘FICCI’ ଦ୍ୱାରା ଆୟୋଜିତ ହୋଇଥିବା ରାଉଣ୍ଡ ଟେବୁଲ ବୈଠକରେ ଓଡିଶାର ପ୍ରତିନିଧୀ ଦଳ ଅଂଶଗ୍ରହଣ କରିଛି । ବୈଠକରେ ଆଗ୍ରୋକର୍ପ ଇଣ୍ଟରନ୍ୟାସନାଲ, ଆରିଅନପ୍ରୋ ପେମେଣ୍ଟ ସଲ୍ୟୁସନ, ଇଷ୍ଟକମ, ଏଲିକ୍ସିର ଟେକ୍ନୋଲୋଜି, ଏନ୍ଭିରୋନ୍ସେନ୍ସ, ଏଭରଭୋଲ୍ଟ ଗ୍ରୀନ ଏନର୍ଜି, ଗ୍ରେମାଟିକ୍ସ, ୱାନବେରୀ ଟେକ୍ନୋଲୋଜି, ସୁରବାନା ଜୁରୋଙ୍ଗ ଏବଂ ୟୋଙ୍ଗନାମ ଇଞ୍ଜିନିୟରିଂ ସଂସ୍ଥାର ପ୍ରତିନିଧି ସାମିଲ ହୋଇଥିଲେ । ଏଥିସହ ଲିଣ୍ଡେ, ଭେନା ଏନର୍ଜି, କ୍ୟାପିଟାଲ୍ ଲ୍ୟାଣ୍ଡ, ଏଭରଷ୍ଟୋନ୍ ଗ୍ରୁପ, ଭୋପକ, ଇନ୍ଦୋରାମା, ମାଇକ୍ରୋନ ଏବଂ MAS ହୋଲ୍ଡିଂ ପରି ବିଶ୍ୱସ୍ତରୀୟ ସଂସ୍ଥାର ପ୍ରତିନିଧିଙ୍କ ସହ ଏକକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ :- ସିଙ୍ଗାପୁର ଉପ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ଅଧିକ ପୁଞ୍ଜି ନିବେଶ ଲକ୍ଷ୍ୟ

ଏହା ମଧ୍ୟ ପଢ଼ନ୍ତୁ-ଓଡିଶାରେ ନିବେଶ ଲାଗି ବଢୁଛି ନିବେଶକଙ୍କ ଆଗ୍ରହ, ୫ଲକ୍ଷ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ସିଙ୍ଗାପୁର ବନ୍ଦର ପରିଦର୍ଶନ କଲା ମୁଖ୍ୟମନ୍ତ୍ରୀଙ୍କ ଟିମ୍‌

କେମିକାଲ୍ସ, ପେଟ୍ରୋକେମିକାଲ୍ସ, ମେଟାଲ ଏବଂ ମେଟାଲ ଡାଉନଷ୍ଟ୍ରମ, ଆଇଟି, ଆଇଟିଏସ, ଟେକ୍ସଟାଇଲ ଏବଂ ବସ୍ତ୍ର ପ୍ରସ୍ତୁତି କ୍ଷେତ୍ରରେ ଓଡିଶାକୁ ଅଧିକ ପୁଞ୍ଜି ବିନିଯୋଗ କରିବା ଏବଂ ଆଗାମୀ ପ୍ରକଳ୍ପଗୁଡିକୁ କିପରି ଆର୍ଥିକ ସହାୟତା କରାଯିବ ସେନେଇ ଆଲୋଚନା ହୋଇଛି । ରାଜ୍ୟର ଅଭିବୃଦ୍ଧି ସମ୍ଭାବନା ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଏକ ଉଦୀୟମାନ ନିବେଶ ହବ ଭାବରେ ଓଡିଶାର ସ୍ଥିତିକୁ ଆହୁରି ସୁଦୃଢ କରିପାରିଛି ।ବନ୍ଦର ପରିଚାଳନା ଏବଂ ଲଜିଷ୍ଟିକ୍ସରେ ସର୍ବୋତ୍ତମ ଅଭ୍ୟାସ ଅଧ୍ୟୟନ ପାଇଁ ବନ୍ଦର କାର୍ଯ୍ୟରେ ବିଶ୍ୱସ୍ତରୀୟ ଅଗ୍ରଣୀ ପୋର୍ଟ ସିଙ୍ଗାପୁର ପ୍ରାଧିକରଣ ପରିଦର୍ଶନ କରିଛନ୍ତି ଓଡ଼ିଶାର ପ୍ରତିନିଧି ଦଳ । ଓଡ଼ିଶାର ବନ୍ଦର ଭିତ୍ତିଭୂମିକୁ ମଜବୁତ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଡେଲକୁ ବିକଶିତ କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି ।ଯାହା ଦ୍ୱାରା ଓଡିଶା ଭାରତରେ ଏକ ଗୁରୁତ୍ୱପୂର୍ଣ୍ଣ ଲଜିଷ୍ଟିକ ହବ ଭାବରେ ସ୍ଥାନିତ ହେବ ।

  • ରୋଡ ଶୋ’ର 3 ଶହ ପ୍ରତିନିଧିଙ୍କ ଅଂଶଗ୍ରହଣ

ନିବେଶକ ରୋଡ ଶୋ’ରେ ବିଶିଷ୍ଟ ଶିଳ୍ପପତି, ନିବେଶକ, ପ୍ରବାସୀ ଓଡିଆ ଏବଂ ସ୍ୱତନ୍ତ୍ର ନିମନ୍ତ୍ରଣକାରୀଙ୍କ ସମେତ 300ରୁ ଅଧିକ ପ୍ରତିନିଧୀ ଯୋଗ ଦେଇଥିଲେ । ଏହି ରୋଡ ଶୋ'ରେ ଓଡିଶାର ବ୍ୟବସାୟିକ ସୁଯୋଗ ଉପରେ ଆଲୋଚନା ହୋଇଛି । ରାଜ୍ୟର ସମୃଦ୍ଧ ସମ୍ବଳ, ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ କୁଶଳୀ କର୍ମଜୀବୀଙ୍କ ବାବଦରେ ଓଡିଶାର ପ୍ରତିନିଧି ଅବଗତ କରିଛନ୍ତି । ଯାହାକି ଓଡ଼ିଶାକୁ ପୁଞ୍ଜି ବିନିଯୋଗର ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

  • ସିଙ୍ଗାପୁର ଗସ୍ତ ସମ୍ପୂର୍ଣ୍ଣ ସଫଳ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କହିଛନ୍ତି, "ସିଙ୍ଗାପୁର ଗସ୍ତ ଅତ୍ୟନ୍ତ ସଫଳ ହୋଇଛି । ବିଗତ ତିନି ଦିନରେ ଆମେ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବା ସହ ବନ୍ଦର ଏବଂ ଶିଳ୍ପାଞ୍ଚଳ ପରିଦର୍ଶନ କରିଛୁ । ଓଡିଶାର ବିକାଶ ପାଇଁ ମୂଲ୍ୟବାନ ଜ୍ଞାନ ହାସଲ କରିଛୁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ‘ପୂର୍ବୋଦୟ ଯୋଜନା’ ଲକ୍ଷ୍ୟ ରଖିଛନ୍ତି । ତେଣୁ ଆମେ ପୂର୍ବ ଭାରତକୁ ପୁନର୍ଜୀବିତ କରିବା ଉପରେ ଧ୍ୟାନ ଦେଉଛୁ । 'ଉତ୍କର୍ଷ ଓଡିଶା - ମେକ୍ ଇନ ଓଡିଶା କନକ୍ଲେଭ 2025' ରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଓଡିଶାକୁ ଆସିବ ପୁଞ୍ଜି, ୪ ଦିନିଆ ସିଙ୍ଗାପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଏହା ମଧ୍ୟ ପଢନ୍ତୁୃ-ନୂଆବର୍ଷରେ ମୋହନ ମାଝୀ ସରକାରଙ୍କ ମିଶନ ଶିଳ୍ପାୟନ, ‘ଉତ୍କର୍ଷ ଓଡ଼ିଶା’ରେ ବିଶ୍ବ ନିବେଶକଙ୍କୁ କରାଯିବ ଆକୃଷ୍ଟ - Utkarsha Odisha Logo Unveiled

  • ଶିଳ୍ପ ଓ ବ୍ୟବସାୟ ପାଇଁ ଓଡିଶାର ଦ୍ବାର ଖୋଲା: ଶିଳ୍ପ ମନ୍ତ୍ରୀ

ଶିଳ୍ପପତି ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି, “ଓଡିଶାରେ ଶିଳ୍ପ ପ୍ରତିଷ୍ଠା ଓ ବ୍ୟବସାୟ କରିବା ପାଇଁ ଦ୍ୱାର ଖୋଲା ଅଛି । ଏ କ୍ଷେତ୍ରରେ ଆଗକୁ ବଢ଼ିବାକୁ ପ୍ରସ୍ତୁତ ଅଛୁ । ଦକ୍ଷତା ବିକାଶକୁ ପ୍ରାଥମିକତା ଦେଇ ଆମେ ଓଡିଶାକୁ ସ୍କିଲ କ୍ୟାପିଟାଲ ଅଫ ଇଣ୍ଡିଆରେ ପରିଣତ କରିଛୁ । ଏକ ବ୍ୟବସାୟ ଅନୁକୁଳ ପରିବେଶ ପ୍ରତିପୋଷଣ କରିବାକୁ ପ୍ରତିବଦ୍ଧ । ଆଗାମୀ ବର୍ଷରେ ଓଡିଶାର ଅଭିବୃଦ୍ଧି ପାଇଁ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିବା ଏବଂ ଆନ୍ତର୍ଜାତୀୟ ଭାଗିଦାରୀକୁ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇପିକଲ ଏମଡି ଭୁପିନ୍ଦର ସିଂ ପୁନିଆ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details