ଓଡିଶା

odisha

ETV Bharat / state

ବାତ୍ୟା ‘ଦାନା’ ପାଇଁ ପ୍ରସ୍ତୁତ ଶିକ୍ଷା ବିଭାଗ; ସ୍କୁଲ କଲେଜ ପରେ ବିଶ୍ୱବିୟଦ୍ୟାଳୟ 3 ଦିନ ଛୁଟି, ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ ଶିକ୍ଷୟତ୍ରୀ

3 ଦିନ କଲେଜ ଏବଂ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା । ବାତ୍ୟା ଦାନା ପାଇଁ 14 ଜିଲ୍ଲାରେ 3 ଦିନ କଲେଜ ଏବଂ ବିଶ୍ବବିଦ୍ୟାଳୟ ଛୁଟି ଘୋଷଣା ।

Colleges and universities to remain closed
Colleges and universities to remain closed (ETV Bharat Odisha)

By ETV Bharat Odisha Team

Published : 4 hours ago

Updated : 4 hours ago

ଭୁବନେଶ୍ୱର:ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏହା ସହିତ ରାଜ୍ୟ ସରକାରଙ୍କ ଅଧୀନରେ ଥିବା କଲେଜ ଗୁଡିକରେ ଚାଲିଥିବା ପରୀକ୍ଷା ଆଦି କୁ ମଧ୍ୟ ବାତିଲ କରିଛନ୍ତି । ତେବେ ଆସନ୍ତା ୨୩ ରୁ ୨୫ ସମସ୍ତ ସ୍କୁଲ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଛୁଟି । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ 14 ଜିଲ୍ଲାରେ ସ୍କୁଲ ଛୁଟି ଘୋସୋଣା କରାଯାଇଛି । ଯାହାକୁ ନେଇ ଶିକ୍ଷକ ମାନେ ସ୍କୁଲ ଛୁଟି ପରେ ମଧ୍ୟ ୨୪ ଘଣ୍ଟିଆ ଆଲର୍ଟ ରହିବେ।

ବାତ୍ୟା 'ଦାନା' ପାଇଁ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଛୁଟି-

ବାତ୍ୟା 'ଦାନା' ପାଇଁ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ଛୁଟି ଘୋଷଣା । ୧୪ ଜିଲ୍ଲାରେ ୩ ଦିନ ପାଇଁ ସମସ୍ତ ସ୍କୁଲ କଲେଜ ବିଶ୍ୱବିଦ୍ୟାଳୟ ବନ୍ଦ । ଏହା ସହ ଯେଉଁ କଲେଜ ରେ ପରୀକ୍ଷା ଚଳୁଛି ତାହା ମଧ୍ୟ ବନ୍ଦ କରାଯାଇଛି। ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ। ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ।

Colleges and universities to remain closed (ETV Bharat Odisha)

ଶିକ୍ଷକ ଶିକ୍ଷୟତ୍ରି କରିବେ ରୋଷ୍ଟର ଡ୍ୟୁଟି-

ଖୋର୍ଦ୍ଧା ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଅଧୀନ କୌଣସି ଶିକ୍ଷକ କିମ୍ବା ଶିକ୍ଷା ଅଧିକାରୀ ମୁଖ୍ୟଳୟ, ସ୍କୁଲ କାର୍ଯ୍ୟାଳୟ ଛାଡ଼ି ଛୁଟିରେ ଯାଇପାରିବେ ନାହିଁ । ହଷ୍ଟେଲରେ ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ, ପାନୀୟ ଜଳ, ମହମବତି, ଦିଆସିଲି ମହକୁଦ ରଖିବା ଦିଗରେ ପ୍ରଧାନଶିକ୍ଷକ ଓ ୱାର୍ଡେନ୍‌ମାନେ ପଦକ୍ଷେପ ଗ୍ରହଣ କରିବା ନେଇ ନିର୍ଦେଶ ଦିଆଯାଇଛି । ଏହି ସମୟରେ କୌଣସି ଶିକ୍ଷକ ଶିକ୍ଷୟାତ୍ରୀ ଛୁଟିରେ ଯାଇପାରିବେ ନାହିଁ । ଏହା ସହ ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇବାକୁ ୨୪ ଘଣ୍ଟିଆ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ ଶିକ୍ଷୟତ୍ରି ।

Colleges and universities to remain closed (ETV Bharat Odisha)

ବିଇଓରେ ଖୋଲିବ କଣ୍ଟ୍ରୋଲ ରୁମ୍-

ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଖୋଲିବ କଣ୍ଟ୍ରୋଲ ରୁମ୍। ପ୍ରଧାନଶିକ୍ଷକମାନଙ୍କ ମୋବାଇଲ୍ ନମ୍ବର କଣ୍ଟ୍ରୋଲ ରୁମ୍ ଷ୍ଟାଫ୍‌ଙ୍କୁ ପ୍ରଦାନ କରାଯିବ। ଯାହା ଫଳରେ ଜରୁରୀକାଳୀନ ପରିସ୍ଥିତିରେ ବ୍ଳକ ଉନ୍ନୟନ ଅଧିକାରୀ (ବିଡିଓ) ଓ ତହସିଲ୍ଦାର ଯୋଗାଯୋଗ କରିପାରିବେ। ଏନେଇ ସମସ୍ତ ଜିଲ୍ଲାର ସମସ୍ତ ବିଇଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏହା ବି ପଢନ୍ତୁ- ଅବପାତ ରୂପ ନେଲା ସଦୃଶ ଲଘୁଚାପ, ପାରାଦ୍ବୀପରୁ ୭୩୦ କିମି ଦୂରରେ କେନ୍ଦ୍ରୀଭୂତ, ୨୪ରେ ଭୀଷଣ ବାତ୍ୟା

ଏହା ବି ପଢନ୍ତୁ- ବାତ୍ୟା ପାଇଁ ସ୍କୁଲ ଛୁଟି, ୧୪ ଜିଲ୍ଲାରେ ୩ ଦିନ ସ୍କୁଲ ବନ୍ଦ ଘୋଷଣା କଲେ ରାଜ୍ୟ ସରକାର

14 ଜିଲ୍ଲାରେ ସ୍କୁଲ 3 ଦିନ ଛୁଟି-

ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ସ୍କୁଲ ଛୁଟି ଘୋଷଣା କଲେ ସରକାର । ଆସନ୍ତା 23ରୁ 25 ସ୍କୁଲ ଛୁଟି । ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ 14 ଜିଲ୍ଲାରେ ସ୍କୁଲ ଛୁଟି । ଛୁଟି ଘୋଷଣା କଲେ ସ୍ୱତନ୍ତ୍ର ରିଲିଫ କମିଶନର । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ଵର, ମୟୁରଭଞ୍ଜ, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଅନୁଗୁଳ, ନୟାଗଡ଼, ଖୋର୍ଦ୍ଧା ଓ କଟକ ଜିଲ୍ଲାର ସ୍କୁଲ ଛୁଟି । ବାତ୍ୟା 'ଦାନା' ପାଇଁ ସ୍କୁଲ ଛୁଟି ଘୋଷଣା । ୧୪ ଜିଲ୍ଲାରେ ୩ ଦିନ ପାଇଁ ସ୍କୁଲ ବନ୍ଦ । ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୁଳ, ଖୋର୍ଦ୍ଧା, ନୟାଗଡ ଓ କଟକ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ସମ୍ଭାବ୍ୟ ବାତ୍ୟା ପାଇଁ ୧୪ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା । ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କଲେ SRC ।

ବଳ ଗୋଟାଉଛି ବାତ୍ୟା ‘ଦାନା’-

ଅବପାତରେ ପରିଣତ ହେଲା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଗତକାଲିଠାରୁ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ଆଜି ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଆଜି ସଂଧ୍ୟା ସୁଦ୍ଧା ଏହା ଗଭୀର ଅବପାତରେ ପରିଣତ ହେବା ସହ ଆସନ୍ତାକାଲି (23 ତାରିଖ) ପୂର୍ବାହ୍ନ ସୁଦ୍ଧା ବାତ୍ୟାର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି ।23 ତାରିଖ ସକାଳେ ଏହା ବାତ୍ୟାର ରୂପ ନେବା ପରେ ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରି ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳମୁହାଁ ହେବ । ଏବେ ସୁଦ୍ଧା ଏହାର ଗତିପଥ ଓ ତୀବ୍ରତା ନେଇ ପ୍ରାଥମିକ ଆକଳନ କରାଯାଇଛି । ଓଡିଶାର ପୁରୀ ଓ ପଶ୍ଚିମବଙ୍ଗ ଉପକୂଳର ସାଗରଦ୍ବୀପ ମଧ୍ୟରେ ଏହା 24 ତାରିଖ ରାତି କିମ୍ବା 25 ତାରିଖ ଭୋର୍‌ ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିବାର ପ୍ରାରମ୍ଭିକ ଆକଳନ କରିଛି ପାଣିପାଗ ବିଭାଗ ।

Last Updated : 4 hours ago

ABOUT THE AUTHOR

...view details