ଭୁବନେଶ୍ବର: ଆସନ୍ତାମାସ (ଫେବୃଆରୀ) 17 ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ରାଜ୍ୟ ବଜେଟ୍ । ଆର୍ଥିକବର୍ଷ 2025-26 ପାଇଁ ବଜେଟ୍ ଆଗତ କରିବେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ବଜେଟ ଆକଳନ ଗତ ଆର୍ଥିକବର୍ଷରୁ ଅଧିକ ରହିବ ବୋଲି ଜଣାପଡିଛି । ବଜେଟ୍ ଆଗତ ପୂର୍ବରୁ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରାକ ପରାମର୍ଶ ସଭା ଡାକିଛନ୍ତି । ଆଜି (ଶୁକ୍ରବାର) ଲୋକସେବା ଭବନ କନଭେନସନ ସେଣ୍ଟରରେ ଏହି ବୈଠକ ଅନୁଷ୍ଠିତ ହେବ ।
- ବିଭିନ୍ନ ବର୍ଗଠୁ ପରାମର୍ଶ ଓ ମତାମତ ନେବେ ମୋହନ ସରକାର
ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ନେଇ ସରକାରଙ୍କ ପକ୍ଷ ରଖିବେ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଅଂଶୀଦାରଙ୍କ ପରାମର୍ଶ ଲୋଡିବେ । ପ୍ରାକ-ପରାମର୍ଶ ସଭାରେ ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥନୈତିକ ବିଶେଷଜ୍ଞ, ସାଧାରଣ ଲୋକ, ବିଭିନ୍ନ ବର୍ଗର ଅଂଶୀଦାର ସାମିଲ ହେବେ । ନିଜର ମତାମତ ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗ ସମ୍ମୁଖରେ ରଖିବେ ।
- କାର୍ଯ୍ୟକ୍ରମକୁ ଉଦଘାଟନ କରିବେ ମୁଖ୍ଯମନ୍ତ୍ରୀ
ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧି ନେଇ ସରକାରଙ୍କ ପକ୍ଷ ରଖିବେ । ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଅଂଶୀଦାରଙ୍କ ପରାମର୍ଶ ଲୋଡିବେ । ପ୍ରାକ ପରାମର୍ଶ ସଭାରେ ପୂର୍ବତନ ଅର୍ଥ ମନ୍ତ୍ରୀ, ଅର୍ଥନୈତିକ ବିଶେଷଜ୍ଞ, ସାଧାରଣ ଲୋକ, ବିଭିନ୍ନ ବର୍ଗର ଅଂଶୀଦାର ସାମିଲ ହେବେ । ନିଜର ମତାମତ ମୁଖ୍ୟମନ୍ତ୍ରୀ ଓ ଅର୍ଥ ବିଭାଗ ସମ୍ମୁଖରେ ରଖିବେ ।
ସମାଜର ବିଭିନ୍ନ ବର୍ଗର ପ୍ରତିନିଧିଙ୍କ ମତାମତ ନେଇ ଅର୍ଥ ବିଭାଗ ବଜେଟର ପୂର୍ବ ପ୍ରସ୍ତୁତି କରୁଛି । ବିଗତ ବର୍ଷରେ ବଜେଟ ପ୍ରସ୍ତୁତିକୁ ସୂଚନା ଓ ପ୍ରସାରଣ ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିରେ କରାଯାଇଛି । ଏଥିପାଇଁ ଅର୍ଥ ବିଭାଗ ଏକ ସ୍ବତନ୍ତ୍ର ୱେବ-ପୋର୍ଟାଲ, e-mail, WhatsApp ଓ SMS ମାଧ୍ୟମରେ ମତାମତ ସଂଗ୍ରହ କରିଥିଲେ । ବଜେଟ୍ ସଂକ୍ରାନ୍ତୀୟ ସମସ୍ତ ଦସ୍ତାବିଜ ପୋର୍ଟାଲରେ ଉପଲବ୍ଧ ରହିଛି । ବର୍ତ୍ତମାନ 2025-26 ବର୍ଷ ବଜେଟ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ ଜନସାଧାରଣଙ୍କଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଢାଞ୍ଚାରେ ପରାମର୍ଶ ଆହ୍ୱାନ କରିଛି ।
ଏହା ମଧ୍ୟ ପଢନ୍ତୁ :- |