ଭୁବନେଶ୍ବର: ହଟିବ ପରଦା, ଧରାପଡିବ ଭରତପୁର ଥାନା ଆର୍ମି ମେଜର ଓ ବାନ୍ଧବୀଙ୍କ ନିର୍ଯାତନା ମାମଲାର ସତ-ମିଛ । ଫିଟିବ ପୀଡିତାଙ୍କ ଅଭିଯୋଗର ଅସଲ ଗୁମର । ସାମ୍ନାକୁ ଆସିବ କମିଶନରେଟ ପୋଲିସର ପ୍ରକୃତ ଚେହେରା । ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାରେ ଗୁଜୁରାଟ ଗାନ୍ଧୀନଗର ଫୋରେନସିକ ଲ୍ୟାବରେ ଆଜି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ୫ ଅଧିକାରୀଙ୍କ ହେବ ପଲିଗ୍ରାଫ ପରୀକ୍ଷା । ଏନେଇ ବିମାନ ଯୋଗେ ଏହି ୫ ଅଧିକାରୀ ଗାନ୍ଧୀନଗରରେ ପହଞ୍ଚି ସାରିଛନ୍ତି ।
ଗାନ୍ଧୀନଗରରେ ପଲିଗ୍ରାଫ ପରୀକ୍ଷା:
ପଲିଗ୍ରାଫ ପରୀକ୍ଷା ହେବାକୁ ଥିବା ପୋଲିସଙ୍କ ମଧ୍ୟରେ ଅଛନ୍ତି ନିଲମ୍ବିତ ଭରତପୁର ଥାନା ପୂର୍ବତନ ଆଇଆଇସି (IIC) ଦୀନକୃଷ୍ଣ ମିଶ୍ର, ଏସଆଇ ପ୍ରକାଶ ମହାରଣା, ମହିଳା ଏସଆଇ ବୈଶାଳିନୀ ପଣ୍ଡାଙ୍କ, ମହିଳା ଏଏସଆଇ ସଲିଳମୟୀ ସାହୁ ଓ ଏଏସଆଇ ସାଗରିକା ରଥ । ମୋଟ ପାଞ୍ଚଜଣ ନିଲମ୍ବିତ ଅଫିସର ଗତକାଲି (ରବିବାର) ରାତିରେ ବିମାନ ଯୋଗେ ଗୁଜୁରାଟରେ ପହଞ୍ଚିଛନ୍ତି । କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ସେମାନଙ୍କୁ ନେଇ ଗୁଜୁରାଟରେ ପହଞ୍ଚି ଟେଷ୍ଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏନେଇ କ୍ରାଇମବ୍ରାଞ୍ଚର ଅଧିକାରୀ ପ୍ରସ୍ତୁତ କରିଥିବା ପ୍ରାରମ୍ଭିକ ରିପୋର୍ଟରୁ ମିଳିଥିବା ତଥ୍ୟ ଆଧାରରେ ଗାନ୍ଧୀନଗର ସ୍ଥିତ ଫୋରେନସିକ ଲ୍ୟାବରେ ସେମାନଙ୍କର ଏକାଧିକ ଟେଷ୍ଟ କରାଯିବ । ଏହା ମଧ୍ୟରେ ରହିଛି, ଲାଏ-ଡିଟେକସନ ଟେଷ୍ଟ, ପଲିଗ୍ରାଫ ଓ ବ୍ରେନ ମ୍ୟାପିଂ ।
- ଦୀନକୃଷ୍ଣ ମିଶ୍ରଙ୍କ ତିନୋଟି ଟେଷ୍ଟ ହେବ
ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ତିନୋଟି ଟେଷ୍ଟ ହେବ । ଅର୍ଥାତ ‘ନାର୍କୋ ଟେଷ୍ଟ’ ସହ ‘ପଲିଗ୍ରାଫ ଟେଷ୍ଟ’ ଓ ‘ବ୍ରେନ ମ୍ୟାପିଂ’ ଟେଷ୍ଟର ସମ୍ମୁଖୀନ ହେବେ ଦୀନକୃଷ୍ଣ । କାରଣ ଆଇଆଇସିଙ୍କ ବିରୋଧରେ ପୀଡିତା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଆଇଆଇସି ଦୀନକୃଷ୍ଣଙ୍କର ଟେଷ୍ଟ ପାଇଁ ପୁର୍ବରୁ ତାଙ୍କୁ ଭୁବନେଶ୍ବର ‘ଏସଡିଜେଏମ’ କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ସେ ସମସ୍ତ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହି ସମ୍ମତି ପ୍ରକାଶ କରିଥିଲେ । ପରେ ଅନ୍ୟ ଚାରିଜଣ ଅଫିସର ଏସଆଇ ପ୍ରକାଶ ମହାରଣା ଓ ବୈଶାଳିନୀ ପଣ୍ଡାଙ୍କ ସମେତ ଏଏସଆଇ ସଲିଳମୟୀ ସାହୁ ଓ ସାଗରିକା ରଥ ମଧ୍ୟ ଟେଷ୍ଟ ପାଇଁ ନିଜର ସମ୍ମତି ପ୍ରକାଶ କରିଥିଲେ । ଦୀନକୃଷ୍ଣଙ୍କୁ ଛାଡିଲେ ଅନ୍ୟ ଚାରି ନିଲମ୍ବିତ ଅଧିକାରୀଙ୍କର କେବଳ ପଲିଗ୍ରାଫ ଟେଷ୍ଟ ହେବ ।
- ସାଇଣ୍ଟିଫିକ ତଥ୍ୟ ପ୍ରମାଣଯୋଗ୍ୟ
ଏଥିପାଇଁ ସୁପ୍ରିମକୋର୍ଟଙ୍କ ରାୟ ‘12SCC460-2019’ ‘ରାଜେନ୍ଦ୍ର ପହ୍ଲାରାଓ ଓ୍ବାସନିକ ବନାମ ମହାରାଷ୍ଟ୍ର‘ର ରାୟ ଆଧାରରେ ଇନଭେଷ୍ଟିଗେସନ ଏଜେନ୍ସି ଉନ୍ନତ ମାନର ସାଇଣ୍ଟିଫିକ ତଦନ୍ତର ସହାୟତା ନେଇପାରିବେ । ସେହି ଆଧାରରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ନାର୍କୋ , ପଲିଗ୍ରାଫ ଓ ବ୍ରେନ୍ ମ୍ୟାପିଂ ଟେଷ୍ଟ ସହ ଅନ୍ୟ ଚାରିଜଣ ଅଫିସରଙ୍କ ପଲିଗ୍ରାଫ ଟେଷ୍ଟ ପାଇଁ SDJM କୋର୍ଟଙ୍କୁ ପୁର୍ବରୁ ଆବେଦନ କରିଥିଲେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ । ଯେଉଁ ଆଧାରରେ କୋର୍ଟଙ୍କୁ ଅନୁମତି ନେଇ ଗୁଜୁରାଟ ସ୍ଥିତି ଗାନ୍ଧୀନଗର ଫରେନସିକ ଲ୍ୟାବରେ ଏସବୁ ଟେଷ୍ଟ କରାଯିବାକୁ ଯାଉଛି ।
- କ’ଣ ଏହି ପଲିଗ୍ରାଫ ଟେଷ୍ଟ
ପଲିଗ୍ରାଫ ଟେଷ୍ଟ ହେଉଛି ‘ଲାଏ-ଡିଟେକ୍ସନ ଟେଷ୍ଟ’ ବା ମିଛ ଧରିବା ପ୍ରକ୍ରିୟା । ଅର୍ଥାତ ଏହି ପ୍ରକ୍ରିୟାରେ ଅଭିଯୁକ୍ତର ମୁଣ୍ଡରେ, ହାତରେ ଓ ଶରୀର ଅନ୍ୟ କିଛି ଅଙ୍ଗରେ କିଛି ଉପକରଣ ଲଗାଯାଏ । ପରେ ମାମଲାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କୁ ପ୍ରଶ୍ନ କରିଥାନ୍ତି । ସେହି ସମୟରେ ଅଭିଯୁକ୍ତଙ୍କ ରକ୍ତଚାପର ମାତ୍ରା, ପଲ୍ସ ରେଟ, ହୃଦସ୍ପନ୍ଦନ ଓ ଅନ୍ୟାନ୍ୟ ଶରିରୀର ହାଭଭାବକୁ ଚର୍ଜମା କରାଯାଏ । ଫଳରେ ସେ କହୁଥିବା କଥା ସତ ନା ମିଛି ତାହା ଜଣାପଡେ । ଏକ ଅଭିଜ୍ଞ ଡାକ୍ତର ଟିମ୍ ସହାୟତାରେ ତଦନ୍ତକାରୀ ସଂସ୍ଥା ଏହି ପ୍ରକ୍ରିୟା ଶେଷ କରିଥାଏ । ଯାହାକି ତଦନ୍ତ ସମୟରେ ଆଇନସମ୍ମତ ବୋଲି ସୁପ୍ରିମକୋର୍ଟଙ୍କ ରାୟ ରହିଛି ।
- ବ୍ରେନ୍ ମ୍ୟାପିଂ କ’ଣ