ETV Bharat / state

ଭୁବନେଶ୍ୱର ବିଜେଡିରେ ବଡ଼ ହଲଚଲ ! ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ, ପୁରୀରେ ୩୦ କର୍ପୋରେଟର - BJD show cause notice

author img

By ETV Bharat Odisha Team

Published : 2 hours ago

Updated : 2 hours ago

BJD Infighting In Bhubaneswar: ୪ ବିଜେଡି ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଦଳ । ଏପଟେ ପୁରୀରେ ପହଞ୍ଚିଛନ୍ତି ବିଜେଡିର ୩୦ କର୍ପୋରେଟର । ବିଏମସି କର୍ପୋରେସନ ବୈଠକ ପରେ ଭୁୂବନେଶ୍ବର ବିଜେଡିରେ ବଡ଼ ହଲଚଲ ନେଇ ଚର୍ଚ୍ଚା ହେଉଛି ।

BJD corporator issue
BJD corporator issue (ETV Bharat Odisha)

ଭୁବନେଶ୍ବର: ପଦାରେ ପଡ଼ିଲା ବିଜେଡି କଳି । ଭୁବନେଶ୍ୱର ବିଜେଡିରେ ବଡ଼ ଧରଣର ହଲଚଲ । ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସର ଉତ୍ତର ରଖିବାକୁ ନିର୍ଦ୍ଦେଶ । ଭୁବନେଶ୍ୱର, ବିଜେଡି ଓ ବିବାଦ । ଦଳର ଦୁଇ କର୍ପୋରେଟରଙ୍କ ସମେତ ୪ ନେତାଙ୍କୁ କାରଣ ଦର୍ଶାଅ ନୋଟିସ । ସେପଟେ ପୁରୀରେ ୩୦ ଜଣ ବିଜେଡି କର୍ପୋରେଟର ପହଞ୍ଚିଥିବା ସୂଚନା ମିଳିଛି ।

୪ ଜଣଙ୍କୁ ନୋଟିସ :

ବିଜେଡିର ୪ ଜଣ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବିଜେଡି କର୍ପୋରେଟର ଅମରେଶ ଜେନା ଏବଂ ବିରଞ୍ଚି ନାରାୟଣ ମହାଶୂପକାରଙ୍କୁ କାରଣ ଦର୍ଶାଅ । ନୋଟିସ ଜାରି କଲେ ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତ । ବିଜେଡି ନେତା ରାଜେଶ ପାତ୍ର ଓ ବିଜୁ ଛାତ୍ର ଜନତା ଦଳ ନେତା ବିବେକ ସ୍ୱାଇଁଙ୍କୁ ମଧ୍ୟ ନୋଟିସ । କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆ ନଯିବ, ଉତ୍ତର ଦେବାକୁ ନୋଟିସ । 15 ଦିନରେ ଉତ୍ତର ଦେବାକୁ ହୋଇଛି ନୋଟିସ ।

Corporators Reaction after Notice (ETV Bharat Odisha)

ପୁରୀରେ ୩୦ ବିଜେଡି କର୍ପୋରେଟର !

ଭୁବନେଶ୍ଵର ବିଏମସିର 30ରୁ ଅଧିକ ବିଜେଡି କର୍ପୋରେଟର ପୁରୀ ଆସି ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିଛନ୍ତି । ଏପଟେ ବିଏମସିରେ ବିଜେଡି ଏକାଠି ଥିବା କହିଲେ ବିଜେଡି କର୍ପୋରେଟର । ଭୁବନେଶ୍ୱର ବିଜେଡିରେ ଦିନକୁ ଦିନ ବିବାଦ ବଢିବାରେ ଲାଗିଛି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡ଼ିର ଦୁଇ ଗୋଷ୍ଠୀର ବିବାଦ ତୀବ୍ର ରୂପ ଧାରଣ କରିଛି । ଏହାକୁ ନେଇ ବିଜେଡି ଚିନ୍ତାରେ । ବିଜେଡି ହାତରୁ ବିଏମସି ଖସି ଯିବାର ଆଶଙ୍କା ସୃଷ୍ଟି ହେଇଛି । କିଛି ବିଜେଡ଼ି କର୍ପୋରେଟର ବିଜେପିରେ ମିଶିବା ଆଶଙ୍କା କରାଯାଉଛି ।

BJD Infighting In Bhubaneswar (EETV Bharat Odisha)

ଏହି ଭିତରେ 35 ରୁ 40 ଜଣ ବିଜେଡ଼ି କର୍ପୋରେଟର ଏକାଠି ହୋଇ ପୁରୀ ଲୋକନାଥ ମନ୍ଦୀରକୁ ଆସି ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରିଛନ୍ତି । ଯାହାକୁ ନେଇ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ତେବେ ପୁରୀ ଲୋକନାଥ ମନ୍ଦୀରକୁ ଆସିଥିବା ବିଜେଡିର କର୍ପୋରେଟର ମାନେ କହିଛନ୍ତି, "ଆଜି ଆମେ ଏକାଠି ହୋଇ ପ୍ରଭୁ ଲୋକନାଥଙ୍କ ଆଶୀର୍ବାଦ ନେବା ପାଇଁ ଆସିଛୁ । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କଙ୍କ ଦୀର୍ଘାୟୁ କାମନା କଲୁ ପ୍ରଭୁ ଲୋକନାଥଙ୍କ ନିକଟରେ । ଆଗାମୀ ଦିନରେ ବିଜେଡି ପୁଣି କ୍ଷମତା କୁ ଫେରିବ । ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହେବା ପାଇଁ ଆମେ ପ୍ରଭୁଙ୍କୁ ପ୍ରାର୍ଥନା କଲୁ ।"

BJD show cause notice
BJD show cause notice (ETV Bharat Odisha)

"ବିଏମସିରେ ବିଜେଡିର ଏକତା ଅଛି । କୌଣସି ବିବାଦ ନାହିଁ । ଯେଉଁ କେତେକ ବିଶୃଙ୍ଖଳା କରୁଛନ୍ତି ଦଳ ସେ ଦିଗରେ କାର୍ଯ୍ୟାନୁଷ୍ଠାନ ନେବ। ଆଜି ଆମେ 40 ଜଣ କର୍ପୋରେଟର ଲୋକନାଥଙ୍କ ନିକଟକୁ ଆସି ଆଶୀର୍ବାଦ ନେଇଛୁ । ତେବେ କେତେକ କର୍ପୋରେଟରଙ୍କ ଶାରୀରିକ ଅସୁସ୍ଥତା, ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଆମ ସହ ଆସି ପାରିନାହାଁନ୍ତି । କିନ୍ତୁ ବିଜେଡ଼ିର କର୍ପୋରେଟର ସବୁ ଏକାଠି ଅଛନ୍ତି । ବିଏମସିରେ ଅନସ୍ଥା ସ୍ଥିତି ଉପୁଜିବ ନାହିଁ । ବିରୋଧୀ ତାଙ୍କ କାର୍ଯ୍ୟ କରୁଛନ୍ତି । ଆମେ ଆମ କାର୍ଯ୍ୟ କରୁଛୁ," ବୋଲି କହିଛନ୍ତି ଜଣେ କର୍ପୋରେଟର ।

ଆଜି(ସୋମବାର ସେପ୍ଟେମ୍ବର ୩୦) 40 ଜଣ ବିଜେଡି କର୍ପୋରେଟର ଏକ ବସରେ ଲୋକନାଥ ମନ୍ଦିର ଯାଇଥିଲେ । ତେବେ ବିଏମସି ବିଜେଡି ଦୁଇ ଫାଳ ହୋଇ ଯାଇଥିବା ବେଳେ ବିଜେଡି ଏକାଠି ଥିବା ବାର୍ତ୍ତା ଦେବା ପାଇଁ ଦଳ ନିଜ କର୍ପୋରେଟରଙ୍କୁ ଲୋକନାଥ ମନ୍ଦିର ଏକାଠି ପଠାଇ ଥିବା ଚର୍ଚ୍ଚା ହେଉଛି । ଏପରିକି ଦଳକୁ ଛାଡି ଅନ୍ୟ ଦଳରେ ନମିଶିବା ପାଇଁ ପ୍ରଭୁ ଲୋକନାଥଙ୍କ ନିକଟରେ ବିଜେଡି ତାର କର୍ପୋରେଟରଙ୍କୁ ଶପଥ କରାଇଥବା ଚର୍ଚ୍ଚା ହେଉଛି ।

୨ ନେତା ଓ ୨ କର୍ପୋରେଟରଙ୍କୁ ନୋଟିସ୍
  • ୪ ଜଣଙ୍କୁ BJD ସୁପ୍ରିମୋଙ୍କ କାରଣ ଦର୍ଶାଅ ନୋଟିସ
  • ଦଳରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ନୋଟିସ
  • କର୍ପୋରେଟର ବିରଞ୍ଚି ଓ ଅମରେଶଙ୍କୁ ନୋଟିସ
  • ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଚିବ, ବିଜୁ ଯୁବ ଜନତା ଦଳର ସଭାପତିଙ୍କୁ ନୋଟିସ
  • ୧୫ ଦିନ ମଧ୍ୟରେ ଉତ୍ତର ଦେବାକୁ ନୋଟିସ

ଭୁବନେଶ୍ୱର ବିଜେଡି କଳି ପ୍ରସଙ୍ଗ-

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଭୁବନେଶ୍ୱର ବିଜେଡିର ଅନ୍ତର୍ଦ୍ୱନ୍ଦ୍ବ ବା ଗୋଷ୍ଠୀ କନ୍ଦଳ । ଦଳର ଅନ୍ତଃ ବିଦ୍ରୋହ ଏତେ ତୀବ୍ର ହେଲଣି ଯେ ଭୁବନେଶ୍ୱର ବିଜେଡିରେ ଦଳୀୟ କନ୍ଦଳ ହାଟରେ ପଡ଼ି ବାଟରେ ଗଡିଲାଣି । ଆଉ ଦଳ ମଧ୍ୟରେ ଫାଟ ବଢ଼ିବାରେ ଲାଗିଛି । ଏହାକୁ ନେଇ ଭୁବନେଶ୍ୱର ବିଜେଡି ଏବେ ଦୁଇ ଫଳ । ଗତ କିଛିଦିନ ତଳେ ଶଙ୍ଖଭବନରେ ହୋଇଥିବା କନ୍ଦଳର ଛାପ ଏବେ ବିଏମ୍‌ସିର ମାସିକିଆ ବୈଠକରେ ଦେଖିବାକୁ ମିଳିଥିଲା । ବୈଠକକୁ ଆସିନଥିଲେ ଅଧିକାଂଶ ବିଜେଡି କର୍ପୋରେଟର । ଦଳର ଦୁଇଜଣ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହଶୂପକାରଙ୍କ ବିରୋଧରେ ଏବେ ଅନ୍ୟ ବିଜେଡ଼ି କର୍ପୋରେଟରମାନେ ମେଳି ବାନ୍ଧିଛନ୍ତି । ଆଉ ଏହି ମେଳିର ଚର୍ଚ୍ଚା ଏବେ ବାହାରକୁ ଆସିଥିବା ବେଳେ ବିଜେଡି ଭିତରେ ଥିବା ବିବାଦକୁ ନେଇ ମୁହଁ ଖୋଲିଛନ୍ତି ଭୁବନେଶ୍ୱର ମେୟର ।

ଏମିତି କହିଲେ ମେୟର ?

କର୍ପୋରେସନ ମିଟିଂରେ କର୍ପୋରେଟର ଅନୁପସ୍ଥିତ ରହି ଅନ୍ୟତ୍ର ମେଳି କରିବା ପ୍ରସଙ୍ଗରେ ମେୟର କହିଥିଲେ ଯେ, "ଅଲଗା ମେଳି କଥା ହେଉଛି ଭୁଲ୍ । ଏହା ତାଳ ପଡ଼ିବାକୁ କାଉ ଉଡ଼ିବା ଭଳି କଥା । କର୍ପୋରେସନ ମିଟିଂ ଯୋଗ ଦେବା ଆମ ଦାୟିତ୍ଵ । ଲୋକଙ୍କ ସମସ୍ୟା ଉପସ୍ଥାପନାର ଏହା ଏକ ଫୋରମ । କାହାର କଣ କାମ ରହିଯାଇଥିବ ସେହି କାରଣରୁ ସେମାନେ ଆସିପାରି ନାହାନ୍ତି । କର୍ପୋରେଟର ଭାଇ-ଭଉଣୀ ଗେଟ ଟୁଗେଦର୍ କରିବା ବା ଏକାଠି ବସିବାର ଯଦି ଆପଣ ଅନ୍ୟ ଅର୍ଥ ବାହାର କରିବେ ତେବେ କଣ କରାଯିବ । ତାଳ ପଡ଼ିବାକୁ କୁଆ ରଡ଼ିବା । ଏହି ନୀତିରେ ଏହି କଥା ସବୁ ଆଲୋଚନା ହେଉଛି । ମଧ୍ୟ ଏବଂ ଏକାମ୍ରର କିଛି କର୍ପୋରେଟର ବୈଠକରେ ମଧ୍ୟ ଆସିଥିଲେ । ବିଜୁ ଜନତା ଦଳ ଲୋକଙ୍କ ସେବା ପାଇଁ କାମ କରୁଛି, ତେଣୁ ଅନ୍ୟ କୌଣସି ବିଷୟ ଚିନ୍ତା କରି ଲୋକଙ୍କ ସେବାଠାରୁ ଦୂରେଇବା କଥା କେବେବି ହେବନି ।"

ଏଠାରେ ସୂଚନା ଥାଉକି ଗତ ଶୁକ୍ରବାର ଆୟୋଜିତ ବିଏମ୍‌ସିର ମାସିକିଆ ବୈଠକରେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ୩୨ ଜଣ କର୍ପୋରେଟର ଏଥିରେ ଯୋଗଦେଇ ନ ଥିଲେ । ଗୋଟେପଟେ ବିଏମ୍‌ସିର ବୈଠକ ଚାଲିଥିବାବେଳେ, ଅନ୍ୟପଟେ ସେହିଦିନ ଲକ୍ଷ୍ମୀସାଗର ସ୍ଥିତ ଏକ ମନ୍ଦିରରେ ଏହି କର୍ପୋରେଟରମାନଙ୍କର ଅନ୍ୟ ଏକ ବୈଠକ ହୋଇଥିଲା । ଦଳର କିଛି ବିଦ୍ରୋହୀ କର୍ପୋରେଟର ଦଳକୁ ଭାଙ୍ଗିବାକୁ ଚାହୁଁଥିବାବେଳେ, ଦଳର ସଭାପତି ଏନେଇ କୌଣସି ପଦକ୍ଷେପ ନେଉନାହାଁନ୍ତି । ଏପରିକି ସମ୍ପୃକ୍ତ କର୍ପୋରେଟରଙ୍କୁ ତାଗିଦ୍‌ ମଧ୍ୟ କରାଯାଉନାହିଁ । ତେଣୁ ଯଥାଶୀଘ୍ର ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମଧ୍ୟ ଓ ଏକାମ୍ର ନିର୍ବାଚନମଣ୍ଡଳୀର ୩୨ କର୍ପୋରେଟର ଅସହଯୋଗ ଆନ୍ଦୋଳନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହା ବେଶ ଚର୍ଚ୍ଚର ଶିରୋନାମା ପାଲଟିଛି ।

ଅକ୍ଟୋବର ୨ ପୂର୍ବରୁ ଯଦି ସଭାପତି କୌଣସି ପଦକ୍ଷେପ ନ ନିଅନ୍ତି ତେବେ ୨ରେ ହେବାକୁ ଥିବା ଗାନ୍ଧୀ ଜୟନ୍ତୀ କାର୍ଯ୍ୟକ୍ରମରୁ ଦଳର କୌଣସି କାର୍ଯ୍ୟକ୍ରମରେ ଏମାନେ ଭାଗନେବେ ନାହିଁ । କର୍ପୋରେଟରଙ୍କ ଏହି ନିଷ୍ପତ୍ତି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଜରିଆରେ ଦଳର ସଭାପତିଙ୍କ ନିକଟରେ ଉପସ୍ଥାପନ କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ଦେଇଥିଲେ ଦଳୀୟ ନେତୃବୃନ୍ଦ ।

ତେଜୁଛି କି ଭୁବନେଶ୍ୱର ବିଜେଡି କଳି ?

ପୁଣି ତେଜିଲା ଭୁବନେଶ୍ୱର ବିଜେଡି କଳି ! ବିଏମସି କର୍ପୋରେସନ ବୈଠକରେ ଦେଖିବାକୁ ମିଳିଲା ପ୍ରଭାବ । ଆସିଲେ ନାହିଁ ଅଧିକାଂଶ କର୍ପୋରେଟର, ସିଟ ପଡିଲା ଫାଙ୍କା । ବିଏମସିର ମଧ୍ୟମ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ହାତ ଗଣତିରେ ବିବାଦରେ ଥିବା ଦୁଇ କର୍ପୋରେଟର ବିରଞ୍ଚି ମହଶୂପକାର ଓ ଅମରେଶ ଜେନାଙ୍କ ସହ ୧୦ ରୁ ୧୨ ଜଣ କର୍ପୋରେଟରଙ୍କୁ ଛାଡିଦେଲେ ୩୦ରୁ ଅଧିକ କର୍ପୋରେଟର ଅନୁପସ୍ଥିତ ଥିଲେ ଅବା ତାଙ୍କୁ ଦେଖିବାକୁ ମିଳିନଥିଲା । ଅନୁପସ୍ଥିତକୁ ନେଇ ପ୍ରଶ୍ନ ଉଠାଇଥିଲା ବିଜେପି । ସେପଟେ ବୈଠକରେ ପାର୍ବଣରେ ସହରର ମୌଳିକ ସୁବିଧା ପୁରଣ ପାଇଁ ମେୟର ଓ କର୍ପୋରେଟରଙ୍କ କଥା କଟାକଟି ଓ ହଟଗୋଳ ଦେଖିବାକୁ ମିଳିଥିଲା । ଏହାସହ ଆଗକୁ ପାର୍ବଣ ଆସୁଥିବା ବେଳେ ସବୁଠି ରାସ୍ତାର ସମସ୍ୟା ବଡ ମୁଣ୍ଡ ବିନ୍ଧାର କାରଣ ସାଜିଥିବା ବେଳେ ବିଶେଷ କରି ୱାର୍ଡ ଗୁଡିକରେ ୫ ତାରିଖ ପୂର୍ବରୁ ସବୁ ବିଭାଗର ସମନ୍ଵୟକୁ ନେଇ କିଭଳି କାର୍ଯ୍ୟ ସରିବ ସେନେଇ ଆଲୋଚନା ହୋଇଛି । ସବୁ କର୍ପୋରେଟରଙ୍କ ମତ ନେଲା ପରେ ୫ ତାରିଖ ପୂର୍ବରୁ କାର୍ଯ୍ୟ ସାରିବାର ପ୍ରତିଶ୍ରୁତି ଦେଇଥିଲେ ଭୁବନେଶ୍ୱର ମେୟର ।

ବିଏମ୍ସିର ଦୁଇ କର୍ପୋରେଟରଙ୍କୁ କାରଣ ଦର୍ଶାଅ ନୋଟିସ- ‘ଦଳ ଭାଙ୍ଗିବାକୁ କୁଚକ୍ରୀନେତାଙ୍କୁ ଉଚିତ ଜବାବ ମିଳିବ’

ଭୁବନେଶ୍ୱର ବିଜେଡିର କଳି ଦାଣ୍ଡରେ ପଡି ହାଟରେ ଗଡ଼ିବା ପରେ ଦୁଇ କର୍ପୋରେଟର ଅମରେଶ ଜେନା ଓ ବିରଞ୍ଚି ମହାଶୂପକାରଙ୍କୁ ବିଜେଡି ଦଳ କାରଣ ଦର୍ଶାଏ ନୋଟିସ ପଠାଇଛି । କାରଣ ଦର୍ଶାଅ ନୋଟିସ ପରେ ମୁହଁ ଖୋଲିଛନ୍ତି ଦୁଇ କର୍ପୋରେଟର । କେବଳ ଆମକୁ ନୁହେଁ ଦଳରେ ଥିବା ତଳରୁ ଉପର ଅନେକ କର୍ମୀଙ୍କୁ ନୋଟିସ୍ ହେବା ଦରକାର ବୋଲି ବିରଂଚି ମହଶୂପକାର କହିଛନ୍ତି । ସେ ଆହୁରି କହିଛନ୍ତି, "ଦଳରେ ବିଶୃଙ୍ଖଳା ଆମେ କରିନାହୁଁ । ଯେଉଁମାନେ କରିଛନ୍ତି ତାଙ୍କୁ ବି ନୋଟିସ ହେବାର ଆବଶ୍ୟକତା ରହିଛି । ଦଳକୁ ଓ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଆମେ ସମ୍ମାନ କରୁ । ସେଇ ମୁତାବିକ ଦଳର ସୁପ୍ରିମୋ ଯଦି କିଛି ଅନୁଭବ କରି କାରଣ ଦର୍ଶାଅ ନୋଟିସ ଦେଇଛନ୍ତି ୧୫ ଦିନର ମହଲତ ଦେଇଛନ୍ତି, ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଉତ୍ତର ଅଛି ଆମେ ସୁପ୍ରିମୋଙ୍କ ଆଗରେ ରଖିବୁ । ତା ପରେ ବାସ୍ତବରେ ଯାହା ଉପରେ ନୋଟିସ୍ ହେବା କଥା ହେବ। ଆମେ ଆଗରୁ ଯାହାଙ୍କ କଥା କହିଛୁ ସେମାନେ ବାସ୍ତବରେ ବିଶୃଙ୍ଖଳା କରିଛନ୍ତି । ଏହାସହ ସେ କକହିଛନ୍ତି ଆମର ଗୋଟିଏ ଦାବି ରହିବ ନ୍ୟାୟ ଓ ଦଣ୍ଡବିଧାନ ଦଳ ଯେତେବେଳେ ହେଉଛି ସମସ୍ତଙ୍କ ପାଇଁ ହେଉ ।"

ସେହିପରି ଅମରେଶ ଜେନା କହିଛନ୍ତି, "କିଛି ମାସ ହେବ ଭୁବନେଶ୍ୱରରେ ଯାହା ଚାଲିଚି ସମସ୍ତେ ଜାଣିଛନ୍ତି । ଆମକୁ ଦେଖି ଯାହାକୁ ବ୍ୟଥା ଓ ବେଦନା ହୁଏ ଏବଂ ଯାହାକୁ ଆମେ ବାଉଁଶ ଗଛ ପରି ଲାଗୁ ସେମାନେ ଆମ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ଏହାର ଉଚିତ୍ ଜବାବ ଆମ ପାଖେ ଅଛି । ଦଳ ବିରୁଦ୍ଧ କାମ କିଏ କରୁଚି ତାର ଜବାବ ଆମେ ଦଳର ସଭାପତିଙ୍କୁ ଦେବୁ । ସେ ଆହୁରି କହିଛନ୍ତି ସବୁ ଦଳର ଗୋଟେ ନୀତି ନିୟମ ଓ ଅନୁଶାସନ ଅଛି ଦଳ ଯଦି ଭାବୁଛି ଆମେ ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିଛୁ ସେଥିପାଇଁ ଦଳ ଆମକୁ ନୋଟିସ ଦେଇଛି । ଆମେ ସଠିକ ଅନୁଶୀଳନ ସହ ତାର ଉତ୍ତର ଦେବୁ । ଦଳ ଜାଣିଚି ଭୁବନେଶ୍ୱର ବିଜେଡିରେ କିଏ ବିଶୃଙ୍ଖଳା କରିଛି । ନୋଟିସ ଦେବାଟା ଗୋଟେ ଅପରାଧ ନୁଁହେ। ଆମ ଦଳର ନୀତି ନିୟମ ଭିତରେ ଅଛୁ ଦଳ ତାର କଥା ଆମକୁ ପଚାରିଛି ସଭାପତି ତାଙ୍କ ଦାୟିତ୍ୱ ଲିଭାଇଛନ୍ତି। ଶୃଙ୍ଖଳିତ କର୍ମୀ ଭାବେ ଆମେ ତାକୁ ସ୍ୱାଗତ କରୁଛୁ ଯେ ଦଳ କାରଣ ଦର୍ଶାଅ ରେ ଆମ କଥା ଜାଣିବାକୁ ଚାହିଁଲା । କିଛି କୁଚକ୍ରୀ ଗୋଷ୍ଠି ଯିଏ ଆମ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କୁ ଉଚିତ ଜବାବ ଦେବୁ ।ଦଳକୁ କିଏ ଅସୁବିଧାରେ ପକାଉଛି, ବିରୋଧରେ ଯାଉଛି, କିଏ ଷଡଯନ୍ତ୍ର କରୁଛି ଓ କାହିଁକି କରୁଛି ତାର ଉଦେଶ୍ୟ କଣ ତାକୁ ଜବାବ ମଧ୍ୟ ଦେବୁ। ଛାତ୍ର ଜୀବନରୁ ଦଳ ପାଇଁ ୨୫ ବର୍ଷ ହେବ ଆମେ କାର୍ଯ୍ୟ କରୁଛୁ ଏଥିରେ କିଛି ସନ୍ଦେହ ନାହିଁ ତାହା ସମସ୍ତେ ଜାଣିଛନ୍ତି । କିନ୍ତୁ ଆମେ ରହିଲେ କୋଉ ନେତାର ଅସୁବିଧା ହଉଛି କାହାର କଷ୍ଟ ହେଉଛି ଆମକୁ ସେଇଟା ଜାଣିବାକୁ ପଡିବ ତାକୁ ଆମେ ଠିକଣା ଜାଗାରେ ଢଙ୍ଗରେ ଉତ୍ତର ଦେବୁ।

ଏହାସହ ଅନ୍ୟ କର୍ପୋରେଟର ପୁରୀ ଯିବା ପ୍ରସଙ୍ଗରେ ସେ କହିଛନ୍ତି ଯେ, ସାଧାରଣ ଭାବେ କର୍ପୋରେଟର ମିଶିକି ବୁଲିବାକୁ ଯିବା ଭଳି ସେମାନେ ଯାଇଛନ୍ତି ମତେ ବି ଡାକୁଥିଲେ ମୋର ବ୍ୟକ୍ତିଗତ କାମ ପାଇଁ ମୁ ଯାଇପାରିନି । ଗଣ୍ଡଗୋଳ ପରିସ୍ଥିତିରେ ଯାଇଥିବାରୁ ମିଡିଆରେ ଚର୍ଚ୍ଚା ହେଉଛି । ବ୍ୟକ୍ତିଗତ ଆସରିବାଦ ପାଇଁ ଯାଇଥାଇ ପାରନ୍ତି। ଯିଏ ଚକ୍ରାନ୍ତ କକରୁଛନ୍ତି ବା ଯାହାଙ୍କ ପ୍ରରୋଚନାରେ ଦଳ ଦୁଇଫାଳ ହେବାକୁ ବସିଛି ସେମାନେ ସଫଳ ହେବେନି ଆମେରେ ଏକାଠି ଅଛୁ ଦଳ ପାଇଁ ମିଶିକି କାମ କରିବୁ।

ଏଠାରେ ସୂଚନା ଥାଉକି ଆଜି ଏକାମ୍ର ଓ ମଧ୍ୟ ନିର୍ବାଚନ ମଣ୍ଡଳୀର କିଛି କର୍ପୋରେଟର ଲୋକନାଥ ଦର୍ଶନ ପାଇଁ ଯାଇଛନ୍ତି । ସେମାନଙ୍କର ଅନୁପସ୍ଥିତ ସମୟରେ ହିଁ ଏଭଳି ନୋଟିସ ମିଳିଛି ଦୁଇ ବିଜେଡି କର୍ପୋରେଟର। ଯାହା ଭୁବନେଶ୍ୱର ବିଜେଡ଼ି କଳିରେ ନିଆଁରେ ଘିଅ ଢ଼ାଳିବା ସଦୃଶ ହୋଇଛି ଆଉ ଦଳର ଅନ୍ତର୍ଦ୍ୱନ୍ଦକୁ ପଦାରେ ପକାଇଛି ।

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.