ETV Bharat / technology

LinkedInରେ ସାମିଲ ହେଲା ନୂଆ ଭାଷା; 10 ଭାଷା ମଧ୍ୟରେ 4 ଭାରତୀୟ ଭାଷା - LinkedIn adds 10 new languages

author img

By ETV Bharat Tech Team

Published : 2 hours ago

LinkedIn adds 10 new languages: ସୋସିଆଲ ମିଡିଆ ପ୍ଲାଟଫର୍ମ ଲିଙ୍କଡଇନ 10 ନୂଆ ଭାଷାକୁ ନିଜ ଆପ୍‌ରେ ସାମିଲ କରିଛି । ଇଂରାଜୀ ବ୍ୟତୀତ ଏହି ଭାଷାରେ ପୁରା ଆପ୍‌କୁ ଚଲାଇପାରିବେ ୟୁଜର । ଏହି ନୂଆ ଭାଷା ମଧ୍ୟରେ 4ଟି ଭାରତୀୟ ଭାଷା ରହିଛି । ଅଧିକ ପଢନ୍ତୁ

LinkedIn
LinkedIn (ETV Bharat)

ହାଇଦ୍ରାବାଦ: ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରେ ଲିଙ୍କଡଇନ (LinkedIn)କୁ କମ ୟୁଜର ବ୍ୟବହାର କରନ୍ତି । କହିବାକୁ ଗଲେ ମୁଖ୍ୟତଃ ଏହି ଆପ୍‌କୁ ବେସରକାରୀ ଚାକିରି କରୁଥିବା ବ୍ୟକ୍ତି ଅଧିକ ବ୍ୟବହାର କରନ୍ତି । ନୂଆ ଚାକିରି ଅନ୍ବେଷଣରେ ଥିବା କର୍ମଚାରୀ ଏହି ଆପ୍‌ରୁ ସେ ସମ୍ପର୍କରେ ଜାଣି ପାରନ୍ତି । ତେବେ ଲିଙ୍କଡଇନ ନିଜ ଆପ୍‌ରେ 10ଟି ନୂଆ ଭାଷାକୁ ସାମିଲ କରିଛି । ସେଥିରେ 4ଟି ଭାରତୀୟ ଭାଷା ସ୍ଥାନ ପାଇଛି ।

ସ୍ଥାନ ପାଇଲା ଭାରତୀୟ ଭାଷା:-

ନୂତନ ଭାବରେ ଯୋଡି ହୋଇଥିବା ଭାଷାଗୁଡ଼ିକ ହେଉଛି ଭିଏତନାମିଜ, ପାର୍ସୀ, ଗ୍ରୀକ୍, ହିବ୍ରୁ (Hebrew), ଫିନିଶ ଏବଂ ହଙ୍ଗେରିଆନ ଅନ୍ତର୍ଭୁକ୍ତ । ଏହାବାଦ ଉପଭୋକ୍ତାମାନେ ବର୍ତ୍ତମାନ ବଙ୍ଗାଳୀ, ମରାଠୀ, ପଞ୍ଜାବୀ, ତେଲୁଗୁ ଭଳି ଭାରତୀୟ ଭାଷାରେ ଲିଙ୍କଡଇନ୍ ବ୍ୟବହାର କରିପାରିବେ । ଆପ୍‌ ଲିଙ୍କଡଇନ୍ ପୂର୍ବରୁ ହିନ୍ଦୀ ଭାଷାକୁ ସମର୍ଥନ କରୁଛି । ତେବେ ହିନ୍ଦୀ ଭାଷାକୁ ମିଶାଇଲେ ପ୍ଲାଟଫର୍ମରେ ସମୁଦାୟ 5 ଭାରତୀୟ ଭାଷାକୁ ଏହା ସପୋର୍ଟ କରୁଛି ।

Also Read: ଏଣିକି ଚାକିରି ଖୋଜିବା ସହିତ ଖେଳିପାରିବେ ଗେମ୍, ଆପ୍‌ରେ ଆସିଲା ନୂଆ ଫିଚର - LinkedIn Introduces Gaming Feature

ମୋଟ 26 ଭାଷାର ବ୍ୟବହାର:-

ମୋଟ ଭାବେ ଦେଖିବାକୁ ଗଲେ ନୂତନ ଭାଷାକୁ ଯୋଗ କଲେ ଲିଙ୍କଡଇନ ପ୍ଲାଟଫର୍ମରେ ବ୍ୟବହୃତ ମୋଟ ଭାଷା ସଂଖ୍ୟା 26ରେ ପହଞ୍ଚିଛି । ଏ ନେଇ ଲିଙ୍କଡଇନର ଚିଫ୍‌ ପ୍ରଡକ୍ଟ ଅଫିସର ଟମର୍‌ କୋହେନ କହିଛନ୍ତି ଯେ ଏହି ନୂତନ ଭାଷା ଆପ୍‌ରେ ଯୋଗ ହେବା ପରେ ଦୁନିଆର ଅଧିକ ୟୁଜର ଆପ୍‌ ସହ ଯୋଡ଼ି ହେବେ ଏବଂ ଅନ୍ୟ ୟୁଜରଙ୍କ ସହ ମଧ୍ୟ ଯୋଡ଼ି ହୋଇପାରିବେ ।

କେମିତି ଲିଙ୍କଡଇନରେ ଭାଷା ପରିବର୍ତ୍ତନ କରିବେ ?

  • ଆପଣଙ୍କ ଡିଭାଇସରେ ୱେବପେଜ କିମ୍ବା ଆପ ଖୋଲନ୍ତୁ ।
  • 'Settings & Privacy' ଯାଆନ୍ତୁ ଓ ପେଜର ଫୁଟରରେ ଥିବା 'Language' ଲିଙ୍କକୁ ଟାପ୍‌ କରନ୍ତୁ ।
  • ଭାଷା ବଦଳାଇବା ଫିଚର ଆପ୍‌ର ଭାଷାକୁ ପରିବର୍ତ୍ତନ କରିବ ।
  • ଲିଙ୍କଡଇନ୍ ବିଜ୍ଞାପନ, ପ୍ରଡକ୍ଟ ବିଜ୍ଞାପନ, ହେଲପ ସେଣ୍ଟର, ଗ୍ରାହକ ସେବା ଏବଂ ମୋବାଇଲ୍ ଆପ୍ ପାଇଁ ସମସ୍ତ ଭାଷା ସମର୍ଥିତ ନୁହେଁ ।
  • ବର୍ତ୍ତମାନ ଲିଙ୍କଡଇନରେ ଭାରତରେ 135 ମିଲିୟନରୁ ଅଧିକ ସଦସ୍ୟ ଅଛନ୍ତି । ଏହି ହାର ପ୍ରତିବର୍ଷ 20 ପ୍ରତିଶତ ବୃଦ୍ଧି ପାଉଛି । ଫଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ଦେଶ ଦ୍ବିତୀୟ ବୃହତ୍ତମ ଏବଂ ଦ୍ରୁତ ଅଭିବୃଦ୍ଧିଶୀଳ ବଜାର ଭାବରେ ପରିଣତ ହୋଇଛି ।
Also Read: କୌଣସି ବି ସ୍ଥାନର ଦେଖିପାରିବେ ପୁରୁଣା କାଳର ଫଟୋ; Google Maps ଆଣିଲା Time Machine ଫିଚର - Google Maps Time Machine Feature

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.