ETV Bharat / state

ଭରତପୁର ମାମଲାର ବିଚାର ବିଭାଗୀୟ ତଦନ୍ତ ଆରମ୍ଭ, ଜଷ୍ଚିସ ଦାଶ କମିଶନ ନେଲେ ପ୍ରଥମ ବୈଠକ - JUDICIAL INVESTIGATION

author img

By ETV Bharat Odisha Team

Published : 3 hours ago

Judicial Investigation: ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ କରିଛନ୍ତି ଜଷ୍ଟିସ ଦାଶ କମିଶନ । ସର୍କିଟ ହାଉସରେ ପ୍ରଥମ ବୈଠକରେ ପୋଲିସ ଡିଜିଙ୍କ ସମେତ ତମାମ ବଡ ଅଧିକାରୀ ଉପସ୍ଥିତ ।

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ଏହିମାନେ ଅଛନ୍ତି ଉପସ୍ଥିତ
ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ଏହିମାନେ ଅଛନ୍ତି ଉପସ୍ଥିତ (ETV Bharat Odisha)

ଭୁବନେଶ୍ବର: ଭରତପୁର ଥାନା ନିର୍ଯାତନା ମାମଲାରେ ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ । ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ଆୟୋଗ ଆଜିଠାରୁ ବିଧିବଦ୍ଧ ଭାବେ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ଆରମ୍ଭ ପୂର୍ବରୁ ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସରେ ପ୍ରଥମ ବୈଠକ ବସିଛି । 24 ତାରିଖରେ ସରକାର ଜଷ୍ଟିସ ଦାଶଙ୍କୁ ମାମଲାର ‘ଟର୍ମ ଅଫ ରେଫରେନ୍ସ’ ପ୍ରଦାନ କରିସାରିଛନ୍ତି ।

କମିଶନ ଅଧ୍ୟକ୍ଷ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ପୋଲିସ ଡିଜି ଓ୍ବାବି ଖୁରାନିଆ, ଗୃହ ବିଭାଗ ସଚିବ ସତ୍ୟବ୍ରତ ସାହୁଙ୍କ ସହ ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂ, ଷ୍ଟେଟ କ୍ରାଇମ୍ ରେକର୍ଡ ବ୍ୟୁରୋ ତଥା ‘ଏସଏଫ୍ଏସଏଲ’ ନିର୍ଦେଶିକା ସନ୍ତୋଷ ବାଲା, କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର, ଆଇଜି ସଫିନ ଅହମ୍ମଦ କେ. ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସେପଟେ ଆଜି ଗୁଜୁରାଟର ଗାନ୍ଧୀନଗରରେ ଭରତପୁର ୫ ନିଲମ୍ବିତ ଅଧିକାରୀଙ୍କ ପଲିଗ୍ରାଫ ଟେଷ୍ଟ ମଧ୍ୟ ଜାରି ରଖିଛି କ୍ରାଇମବ୍ରାଞ୍ଚ ଟିମ୍‌ ।

ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ
ଭରତପୁର ଥାନା କାଣ୍ଡ: ଆରମ୍ଭ ହେଲା ବିଚାର ବିଭାଗୀୟ ତଦନ୍ତ, ସର୍କିଟ ହାଉସରେ ବସିଲା ପ୍ରଥମ ବୈଠକ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- IPS ସ୍ତରରେ ବଡ଼ ଅଦଳବଦଳ: ନୂଆ ପୋଲିସ କମିଶନର ସୁରେଶ ଦେବଦତ୍ତ, ପ୍ରତୀକଙ୍କ ସ୍ଥାନ ନେଲେ ପିନାକ - Odisha IPS Reshuffle

ଏହା ମଧ୍ୟ ପଢନ୍ତୁ :- ଭରତପୁର ଥାନା କାଣ୍ଡ: ୩୦ରୁ ତଦନ୍ତ ଆରମ୍ଭ କରିବ ଚିତ୍ତରଞ୍ଜନ ଦାଶ କମିଶନ, ସରକାର ଦେଲେ ‘ଟର୍ମ ଅଫ ରେଫରେନ୍ସ’ - BHARATPUR PS CASE

  • ‘ଟର୍ମ ଅଫ ରେଫରେନ୍ସ’ କଣ ଦେଇଛନ୍ତି ସରକାର:-

ଗତ ୨୪ ତାରିଖରେ ସରକାର ଜଷ୍ଟିସ ଦାଶଙ୍କୁ ମାମଲାର "ଟର୍ମ ଅଫ ରେଫରେନ୍ସ’ ପ୍ରଦାନ କରିଥିଲେ । ଏଥିରେ ତିନିଟି ବିଷୟ ସ୍ଥାନିତ ହୋଇଥିଲା ।

  • ରେଫରେନ୍ସ ନମ୍ବର ୧
    . ଯୁବକଙ୍କ ସହ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ସହ ଝଗଡା
    . ଅଭିଯୋଗ ଦାଖଲ ପାଇଁ ଥାନାକୁ ଆସିଥିବା ପୀଡ଼ିତାଙ୍କ ନାଁରେ ‘ଏଫଆଇଆର’ (FIR)
    .ଭରତପୁର ଥାନାରେ ଦାୟର ହୋଇଥିବା ମାମଲା
  • ରେଫରେନ୍ସ ନମ୍ବର ୨

ଘଟଣା ସମ୍ପର୍କିତ ଭିଡିଓ ଭାଇରାଲ ହେବା ଘଟଣା

  • ରେଫରେନ୍ସ ନମ୍ବର ୩

ସରକାରଙ୍କୁ କମିଶନଙ୍କ ସୁପାରିଶ

ଭରତପୁର ଥାନାରେ ଆର୍ମି ଅଫିସର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାକୁ ନେଇ ସାରା ରାଜ୍ୟରେ ଆଲୋଡନ ଖେଳିଥିଲା । ପୋଲିସର ଏପରି ନିର୍ଯାତନାକୁ ନେଇ ସାରା ଦେଶରୁ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଘଟଣାର ଗୁରୁତ୍ବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତେବେ ଆଜି ଠାରୁ ବିଧିବଦ୍ଧ ଭାବେ ମାମଲାର ତଦନ୍ତ ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.