ETV Bharat / technology

ଆଡମିସନ ପୂର୍ବରୁ IIT ଗୌହାଟିରେ ଛାତ୍ରଙ୍କ ମେଡିକାଲ ଟେଷ୍ଟ ବାଧ୍ୟତାମୂଳକ; କାରଣ ଜାଣନ୍ତୁ - IIT Guwahati

author img

By ETV Bharat Tech Team

Published : 2 hours ago

IIT Guwahati: ଏଣିକି ଆଇଆଇଟି ଗୌହାଟିରେ ଆଡମିସନ ନେବାକୁ ହେଲେ ଯେକୌଣସି ଛାତ୍ରଛାତ୍ରୀଙ୍କ ମେଡିକାଲ ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ହାତରେ ମେଡିକାଲ ଚେକଅପ ସାର୍ଟିଫିକେଟ ନଥିଲେ ମିଳିବନି ଆଡମିସନ । କାରଣ କଣ ଜାଣନ୍ତୁ...

IIT Guwahati
IIT Guwahati (ETV Bharat)

ହାଇଦ୍ରାବାଦ: ଆସାମ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (IIT) ଗୌହାଟିରେ ଏଣିକି ଆଡମିସନ ନେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବ ନିଜର ମେଡିକାଲ ଚେକଅପ୍‌ ସାର୍ଟିଫିକେଟ । କାରଣ ପ୍ରତିଷ୍ଠାନ ପକ୍ଷରୁ ଏହାକୁ ବାଧ୍ୟତାମୂଳକ କରାଯାଇଛି । ହାତରେ ମେଡିକାଲ ଟେଷ୍ଟ ସାର୍ଟିଫିକେଟ ନଥିଲେ କଲେଜରେ ଆଡମିସନ ମିଳିବ ନାହିଁ । ଚଳିତ ବର୍ଷ IIT କ୍ୟାମ୍ପସ ଭିତରେ ପ୍ରାୟ 10ଜଣ ବିଦ୍ୟାର୍ଥୀ ଆତ୍ମହତ୍ୟା କରିବା ପରେ କଲେଜ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି ।

ଚଳିତ ବର୍ଷ ଗଲାଣି 10ଜଣଙ୍କ ଜୀବନ:-

ଆଇଆଇଟି ଗୌହାଟିରେ ଚଳିତ ବର୍ଷ ପ୍ରାୟ 10ଜଣଙ୍କ ଜୀବନ ଗଲାଣି । ନିକଟରେ ତୃତୀୟ ବର୍ଷର କମ୍ପ୍ୟୁଟର ସାଇନ୍ସ ଛାତ୍ର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଏହି ଛାତ୍ର ଜଣକ ଉତ୍ତର ପ୍ରଦେଶର ହୋଇଥିବା ବେଳେ ସେ ନିଜ ହଷ୍ଟେଲ ରୁମରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ କଲେଜର ଛାତ୍ରଛାତ୍ରୀମାନେ ଆନ୍ଦୋଳନରେ ବସିଥିଲେ । ଏଠାରେ ପଢୁଥିବା ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ସମର୍ଥନ କରିବାକୁ ଆନ୍ଦୋଳନରତ ଛାତ୍ରଛାତ୍ରୀ ଦାବି କରିଥିଲେ ।

Also Read: କୋଟାରେ ଜୀବନ ହାରିଲେ ଆଉ ଜଣେ ଛାତ୍ର, ଚଳିତ ବର୍ଷର ଷଷ୍ଠ ଘଟଣା - KOTA STUDENT SUICIDE

ବାଧ୍ୟତାମୂଳକ ମେଡିକାଲ ପରୀକ୍ଷଣ:-

ବର୍ତ୍ତମାନ ଅନୁଷ୍ଠାନ ଏକ ପ୍ରେସ ବିଜ୍ଞପ୍ତିରେ କହିଛି ଯେ ଏହି ଘଟଣା (ଆତ୍ମହତ୍ୟା) ଗୁଡ଼ିକ ମଧ୍ୟରୁ ଅନେକ ଅଣ-ଏକାଡେମିକ୍ ଅଟେ । କିନ୍ତୁ ଛାତ୍ରଛାତ୍ରୀମାନଙ୍କ କଲ୍ୟାଣ ପାଇଁ ଉନ୍ନତ ସମର୍ଥନ ବ୍ୟବସ୍ଥା ଏବଂ ପ୍ରତିଷେଧକ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ହେବ । ଆଇଆଇଟି ଗୌହାଟି ଏଥିପାଇଁ ଅନେକ କାର୍ଯ୍ୟକଳାପ ହାତକୁ ନେଇଛି । ଏଥିମଧ୍ୟରେ ଖୋଲା ଯୋଗାଯୋଗ, ଉନ୍ନତ ପରାମର୍ଶ ସେବା, ଫ୍ୟାକଲଟି ପରାମର୍ଶଦାତା ବ୍ୟବସ୍ଥା, ବ୍ୟାପକ ଚିକିତ୍ସା ଯାଞ୍ଚ ଅନ୍ତର୍ଭୁକ୍ତ । ଆଇଆଇଟି ଗୌହାଟି ଆଡମିସନ ସମୟରେ ଡାକ୍ତରୀ ପରୀକ୍ଷା (Medical Examination) ବାଧ୍ୟତାମୂଳକ କରିଛି । ଏହାଦ୍ବାରା ଛାତ୍ରଛାତ୍ରୀମାନଙ୍କର ଆବଶ୍ୟକ ଯତ୍ନ ନିଶ୍ଚିତ କରିବାରେ ସାହାଯ୍ୟ କରିବ ।

'ଚାପରେ ରହୁଛନ୍ତି ଛାତ୍ରଛାତ୍ରୀ'

ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁସାରେ ଯେଉଁ ଛାତ୍ରମାନେ ଆତ୍ମହତ୍ୟା କରିଛନ୍ତି ସେମାନେ ମାନସିକ ଚାପର ବଶବର୍ତ୍ତୀ । ମୃତ ଛାତ୍ର ଆବଶ୍ୟକ ଚିକିତ୍ସା ପ୍ରମାଣପତ୍ର ଦାଖଲ କରିଥିଲେ ମଧ୍ୟ ସେଗୁଡିକ ବିବେଚନା କରାଯାଇନଥିଲା ଯାହା ତାଙ୍କୁ ଅଧିକ ଚାପଗ୍ରସ୍ତ କରିଥିଲା । ଛାତ୍ରମାନେ କହିଛନ୍ତି ଯେ ଏହାପରେ ସେମାନେ ଆତ୍ମହତ୍ୟା କରିଥାଇପାରନ୍ତି । ଏହି ଘଟଣା ପରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଗୌହାଟି ଡିନ୍ କେ.ଭି କୃଷ୍ଣ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ।

Also Read: NEET ପାଇଁ ଚଲାଇଥିଲେ ପ୍ରସ୍ତୁତି, ପରୀକ୍ଷା ପୂର୍ବ ଦିନ ଜୀବନ ହାରିଲେ ଛାତ୍ର - NEET STUDENT SUICIDE

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.