ETV Bharat / sports

କାନପୁରରେ 'ବିରାଟ' ରେକର୍ଡ; ସଚିନଙ୍କୁ ପଛରେ ପକାଇଲେ କୋହଲି - Virat Kohli Record

author img

By ETV Bharat Sports Team

Published : 2 hours ago

Updated : 2 hours ago

IND vs BAN Virat Kohli Record : କାନପୁର ଟେଷ୍ଟରେ କୋହଲିଙ୍କ ଐତିହାସିକ ରେକର୍ଡ । 27 ହଜାର ଅନ୍ତର୍ଜାତୀୟ ରନ ପୂରଣ କରିବାରେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ବିତୀୟ ଭାରତୀୟ । ଅଧିକ ପଢ଼ନ୍ତୁ

Virat Kohli Record
Virat Kohli Record (ETV Bharat Odisha)

କାନପୁର (ଉତ୍ତର ପ୍ରଦେଶ) : ବାଂଲାଦେଶ ବିପକ୍ଷରେ କାନପୁରରେ ଇତିହାସ ରଚିଲେ ବିରାଟ କୋହଲି । ବିଶ୍ବ କ୍ରିକେଟରେ 4ର୍ଥ ବ୍ୟାଟର ଭାବେ ପୂରଣ କଲେ 27 ହଜାର ଅନ୍ତର୍ଜାତୀୟ ରନ । ଏହି ଐତିହାସିକ ସଫଳତା ହାସଲ କରିବାରେ କୋହଲି ଦ୍ବିତୀୟ ଏବଂ ଦ୍ରୁତତମ ବ୍ୟାଟର ହୋଇଛନ୍ତି । କୋହଲିଙ୍କ ପୂର୍ବରୁ କେବଳ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏହି ସଫଳତା ହାସଲ କରିଥିଲେ ।

27 ହଜାର ପୂରଣ କରିବାରେ ଦ୍ରୁତତମ :-

ବିରାଟ କୋହଲି ଦ୍ବିତୀୟ ଭାରତୀୟ ବ୍ୟାଟର ଭାବେ 27 ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଛନ୍ତି । ଏହା ପୂର୍ବରୁ କେବଳ ମହାନ ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଛନ୍ତି । ତେବେ ଏହି ଐତିହାସିକ ସଫଳତା ହାସଲ କରିବା ପାଇଁ କୋହଲି ଦ୍ରୁତତମ ଭାରତୀୟ ହୋଇଛନ୍ତି । ସଚିନ ତେନ୍ଦୁଲକର 623 ପାଳି ଖେଳି 27 ହଜାର ଅନ୍ତର୍ଜାତୀୟ ରନ ପୂରଣ କରିଥିଲେ । ହେଲେ କୋହଲି ଏହି ମାଇଲଷ୍ଟୋନ ଅତିକ୍ରମ କରିବା ପାଇଁ କେବଳ 594 ପାଳି ଖେଳିଛନ୍ତି ।

ଟେଷ୍ଟରେ ଭାରତର ଟି20 ମାଡ଼ :-

ବର୍ଷା ପ୍ରଭାବିତ ଦ୍ବିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ କେବଳ 35 ଓଭର ଖେଳ ସମ୍ଭବ ହୋଇଥିଲା । ଏହିଦିନ 3 ବହୁମୂଲ୍ୟ ୱିକେଟ ହରାଇ 107 ରନ କରିଥିଲା ବାଂଲାଦେଶ । ଏହାପରେ ଦ୍ବିତୀୟ ଓ ତୃତୀୟ ଦିନ ଖେଳ ଆଦୌ ସମ୍ଭବ ହୋଇନଥିଲା । ଆଜି, ଅର୍ଥାତ 4ର୍ଥ ଦିନରେ ବାଂଲାଦେଶକୁ 233 ରନରେ ଅଲ୍‌ଆଉଟ୍‌ କରିବା ପରେ ଭାରତ ବ୍ୟାଟିଂ କରିବାକୁ ଓହ୍ଲାଇଥିଲା । ଅଧିନାୟକ ରୋହିତ ଶର୍ମା ଓ ଯଶସ୍ବୀ ଜୟସ୍ବାଲ ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଖେଳିଥିଲେ । ପ୍ରଥମ 3 ଓଭରରେ ହିଁ ଦଳ ରେକର୍ଡ 50 ରନ ଅତିକ୍ରମ କରିଥିଲା । ଏହାପରେ ୱିକେଟ ପରେ ୱିକେଟ ପଡ଼ିଥିଲେ ମଧ୍ୟ ଧୂଆଁଧାର ବ୍ୟାଟିଂ ଜାରି ରଖିଥିଲା ଟିମ୍‌ ଇଣ୍ଡିଆ । କୌଣସି ଟେଷ୍ଟ ମ୍ୟାଚ୍‌ରେ ଦ୍ରୁତତମ 100, 150, 200 ଓ 250 ରନ କରିବାର ରେକର୍ଡ କରିଥିଲା ଭାରତୀୟ ଦଳ । ଏହାପରେ 9 ୱିକେଟ ହରାଇ 285 ରନ କରିଥିବା ସମୟରେ ପ୍ରଥମ ପାଳି ଘୋଷଣା କରିଦେଇଥିଲେ ରୋହିତ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.