ETV Bharat / state

ଶ୍ରୀମନ୍ଦିର ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଛି କି ହାନିକାରକ ଘିଅ ? ଖଣ୍ଡନ କଲା ମହାସୁଆର ନିଯୋଗ - specified company ghee using Khaja

author img

By ETV Bharat Odisha Team

Published : 3 hours ago

Specified company ghee in preparation of Mahaprasad and Khaja: ଶ୍ରୀମନ୍ଦିର ମହାପ୍ରସାଦ ଓ ଖଜା ଭୋଗ ପ୍ରସ୍ତୁତିରେ ବ୍ୟବହାର ହେଉଛି ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ । ଏପରି ଅଭିଯୋଗ ଆଣିଲେ ବରିଷ୍ଠ ସୂପକାର ସେବକ ବୈଦ୍ୟନାଥ ମହାସୁଆର । ଏହା ପରମ୍ପରା ବିରୋଧୀ ବୋଲି କହିଲେ । ଅଧିକ ପଢନ୍ତୁ

MAHAPRASAD AND KHAJA
MAHAPRASAD AND KHAJA (ETV BHARAT ODISHA)

ପୁରୀ: ତିରୁପତି ବାଲାଜୀଙ୍କ ମନ୍ଦିର ଲଡୁରେ ଶୁଦ୍ଧ ଘିଅ ବ୍ୟବହାର ହେଉନଥିବା ଅଭିଯୋଗ ପରେ ଶ୍ରୀମନ୍ଦିରରେ ଯାଞ୍ଚ ହେବ ଘିଅର ମାନ । ଏଥିସହ ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଉଥିବା ପ୍ରତ୍ୟେକ ସାମଗ୍ରୀର ମାନ ଯାଞ୍ଚ ହେବ। ଏହାକୁ ନିରୀକ୍ଷଣ କରିବା ପାଇଁ ଶ୍ରୀ ମନ୍ଦିର ପ୍ରଶାସନରେ ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବା ନେଇ କହିଛନ୍ତି ଆଇନମନ୍ତ୍ରୀ । ଅନ୍ୟପଟେ ଶ୍ରୀମନ୍ଦିରରେ ଶୁଦ୍ଧଘିଅ ବ୍ୟବହାର ହେଉନଥିବା ଅଭିଯୋଗ ଆଣିଛନ୍ତି ଜଣେ ବରିଷ୍ଠ ସୂପକାର ସେବକ ବୈଦ୍ୟନାଥ ମହାସୁଆର । ମହାପ୍ରସାଦ ଓ ସୁଖିଲି ଖଜା ଭୋଗ ପ୍ରସ୍ତୁତିରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବ୍ୟବହାର ହେଉଥିବା ବୈଦ୍ୟନାଥ ମହାସୁଆର କହିଛନ୍ତି । ଏହା ପରମ୍ପରା ବିରୋଧୀ । ଏହାକୁ ବନ୍ଦ କରାଯାଉ ଓ ସରକାର ଭଲ ଘିଅ ସୂପକାର ମାନଙ୍କୁ ରିହାତି ଦରରେ ଯୋଗାଇ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି ।

ଶ୍ରୀମନ୍ଦିରରେ ନିର୍ଦ୍ଧିଷ୍ଟ କମ୍ପାନୀର ଘିଅ ବ୍ୟବହାର ବନ୍ଦ ହେବା ଉଚିତ:

ବରିଷ୍ଠ ସୂପକାର ସେବକ ବୈଦ୍ୟନାଥ ମହାସୁଆର କହିଛନ୍ତି, ''ସତ କଥା କହିବାକୁ ଗଲେ ଶ୍ରୀମନ୍ଦିର କୋଠ ଭୋଗରେ ପ୍ରତିଦିନ 25 ରୁ 30 କେଜି ଓମଫେଡ ଘିଅ ବ୍ୟବହାର ହୋଇଥାଏ । ପର୍ବ ପର୍ବାଣୀରେ ଆଉ କିଛି ଘିଅ ଅଧିକ ବ୍ୟବହାର ହେଇଥାଏ । ହେଲେ ଖଜା ଭୋଗ ସହିତ ବରାଦି ମହାପ୍ରସାଦରେ ଏକ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବ୍ୟବହାର ହେଉଛି । ଭଲ ଘିଅ ବ୍ୟବହାର ହେଲେ ଭୋଗ ଦର ଅଧିକ ହେବ, ଭକ୍ତ ମାନେ ଏହାକୁ କିଣି ପାରିବେ ନାହିଁ। ଏଣୁ ସୂପକାର ମାନେ ଭଲ ଘିଅ ରିହାତି ଦରରେ ଯୋଗାଇ ଦେବା ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏହା କାର୍ଯ୍ୟକାରୀ ହୋଇପାରିନାହିଁ । ଏହି ସମସ୍ୟା ଦୀର୍ଘ 20 ରୁ 25 ବର୍ଷ ହେବ ହେଲାଣି । ହେଲେ ସରକାର ଏନେଇ କୌଣସି ପଦକ୍ଷେପ ନେଇନାହାନ୍ତି । ଶ୍ରୀ ମନ୍ଦିରରେ ସମ୍ପୂର୍ଣ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବ୍ୟବହାର ବନ୍ଦ ହେବା ଉଚିତ୍ । ସରକାର କମ ଦାମରେ ସୂପକାର ସେବକଙ୍କୁ ଭଲ ଘିଅ ଯୋଗାଇ ଦେବା ଉଚିତ୍। ''

ସେ ଆହୁରି ମଧ୍ୟ କହିଛନ୍ତି, ''ଖଜାକୁ ନିର୍ଦ୍ଦିଷ୍ଟ କମ୍ପାନୀ ଘିଅରେ ପ୍ରସ୍ତୁତ କରାଯାଉଛି । ପ୍ରତ୍ୟେକ ଦିନ 30 ରୁ 50 ଟିଣ ଘିଅରେ ଖଜା ପ୍ରସ୍ତୁତ କରାଯାଉଛି । ମହାପ୍ରସାଦ ପ୍ରସ୍ତୁତିରେ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ବେଶୀ ବ୍ୟବହାର ହେଉନାହିଁ । ପୋଟଳ ଭାଜିବା, ଛୁଙ୍କ ଦେବା ଆଦିରେ କିଛି ମାତ୍ରାରେ ସେହୁ ଘିଅ ବ୍ୟବହାର ହେଉଛି । କିଛି ସୂପକାର ସେବକ ଡାଲି, ତରକାରୀ, ଘିଅ ଅନ୍ନରେ ଭଲ ଘିଅ ବ୍ୟବହାର କରୁଛନ୍ତି । ସମ୍ପୂର୍ଣ୍ଣ ଯେ ଭଲ ଘିଅରେ ହେଉନାହିଁ ତାହା ଠିକ୍ ନୁହେଁ । ତେଣୁ ନିର୍ଦ୍ଦିଷ୍ଟ କମ୍ପାନୀର ଘିଅ ଶ୍ରୀମନ୍ଦିରରେ ସମ୍ପୂର୍ଣ ନିଷେଧ ହେବା ଦରକାର । ଯଦି ସରକାର ରିହାତି ଦରରେ ଭଲ ଘିଅ ଦେବେ ସୂପକାର ମାନେ ଏହାକୁ କିଣି ମହାପ୍ରସାଦ ପ୍ରସ୍ତୁତି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଲାବ୍ରୋଟୋରୀ ହେବା ଦରକାର । ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ସାମଗ୍ରୀ କଡ଼ା ଯାଞ୍ଚ କରାଯାଇ ଛଡ଼ାଯିବା ଉଚିତ୍। ''

ଏହା ମଧ୍ୟ ପଢନ୍ତୁ-ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ,'ମହାପ୍ରଭୁଙ୍କ ମହାପ୍ରସାଦ ମାନ ହେବ ପରୀକ୍ଷଣ, ବ୍ୟବହାର ହେଉନି ନକଲି ଘିଅ' - Mahaprasad and ghee quality check

ଏହା ମଧ୍ୟ ପଢନ୍ତୁ-ତିରୁପତି ବିବାଦ ପରେ ଶ୍ରୀମନ୍ଦିର ଘିଅକୁ ନେଇ ପ୍ରଶ୍ନ, ଜିଲ୍ଲାପାଳ କହିଲେ ଯାଞ୍ଚ ହେବ - Srimandir Ghee Quality

ଏହା ମଧ୍ୟ ପଢନ୍ତୁ-ତିରୁପତି ବାଲାଜୀ ପ୍ରସାଦ ବିବାଦ; ଜାଣନ୍ତୁ ଲଡୁରେ ବ୍ୟବହୃତ ଘିଅ ଦାମ କେତେ ? - SRIVARI LADDU PRASADAM

ମହାପ୍ରସାଦ ସମ୍ପୂର୍ଣ ସୁଦ୍ଧତାର ହେବା ଉଚିତ୍:

ଶ୍ରଦ୍ଧାଳୁ ସୁଶାନ୍ତ କୁମାର ପ୍ରଧାନ କହିଛନ୍ତି, ''ତିରୁପତିରେ ନିକଟ ଅତୀତରେ ଅପମିଶ୍ରିତ ଘିଅ ବ୍ୟବହାର ଘଟଣା ନଜରକୁ ଆସିଛି । ଏହା ଦ୍ୱାରା ଆମ ହିନ୍ଦୁ ସମାଜ, ସନାତନ ସମାଜକୁ ଏହା ଶକ୍ତ ଆଘାତ ଦେଇଛି । ଏଣୁ ଭକ୍ତ ହିସାବରେ ଅନୁରୋଧ କରୁଛି ଜଗନ୍ନାଥ ମନ୍ଦିରରେ ଏଭଳି କାର୍ଯ୍ୟ ନହେଉ । ମହାପ୍ରସାଦ ପାଇଁ ଭକ୍ତ ଟିଏ ଆବେଗରେ ଚାହିଁ ରହିଥାଏ । ତେଣୁ ଏହା ପ୍ରସ୍ତୁତି ସମ୍ପୂର୍ଣ ସୁଦ୍ଧତାର ହେବା ଉଚିତ୍। ସରକାର ଓ ପ୍ରଶାସନ ମହାପ୍ରସାଦ ପ୍ରସ୍ତୁତି ଉପରେ କଡ଼ା ନଜର ରଖିବା ଉଚିତ୍ । ଶ୍ରୀମନ୍ଦିର ପରମ୍ପରା ଯେଭଳି କ୍ଷୁର୍ଣ୍ଣ ନହେବ ଏବଂ ମହାପ୍ରସାଦ ପ୍ରସ୍ତୁତି ପାଇଁ ଯାଉଥିବା ପ୍ରତ୍ୟେକ ସାମଗ୍ରୀ ଯେଭଳି ଉଚ୍ଚ ମାନର ରହିବ ତାହା କଡ଼ା ଯାଞ୍ଚ ହେବା ଦରକାର ।''

ମହାପ୍ରସାଦ ପ୍ରସ୍ତୁତି ପାଇଁ ଖରାପ ଘିଅ ଯାଉନାହିଁ:

ଶ୍ରୀମନ୍ଦିର ମହାସୁଆର ନିଯୋଗର ସଂପାଦକ ଗଣେଶ୍ଵର ମହାସୁଆର କହିଛନ୍ତି, '' ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ସାମଗ୍ରୀର ମାନ ଯାଞ୍ଚ ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତ ଯୋଗ୍ୟ । ମନ୍ଦିର ପରମ୍ପରା କେଉଁ ଅନାଦି କାଳରୁ ଚାଲି ଆସିଛି । ଏଣୁ ସୁଦ୍ଧତା ରହିବା ନିହାତି ଦରକାର । ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରତ୍ୟେକ ଜିନିଷର ମାନ ଯାଞ୍ଚ କିଭଳି ଭଲରେ ହୋଇ ପାରିବ ସେ ଦିଗରେ ଆଗାମୀ ଦିନରେ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିରରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଖରାପ ଘିଅ ଯାଉନାହିଁ । ଆପଣ ଦେଖୁଛନ୍ତି ଭକ୍ତ ମାନେ ଆନନ୍ଦରେ ମହାପ୍ରସାଦ ନେଉଛନ୍ତି । ମହାପ୍ରସାଦର ସ୍ଵାଦ, ଗୁଣବତ୍ତାରେ କୌଣସି ଅସୁବିଧା ନାହିଁ। ଏଯାଏ ଭକ୍ତ ଅଭିଯୋଗ କେବେ କରିନାହାନ୍ତି । ଯଦି ଖରାପ ଘିଅ ବ୍ୟବହାର ହେଉଥାନ୍ତା ତାହା ହେଲେ ମହାପ୍ରସାଦର ସ୍ଵାଦ, ଗୁଣବତ୍ତା ଉପରେ ପ୍ରଭାବ ପଡ଼ିବ, ଭକ୍ତଙ୍କ ଅଭିଯୋଗ ଆସିବ । କିନ୍ତୁ ଏହା ଆଜି ପର୍ଯ୍ୟନ୍ତ ହୋଇନାହିଁ । ଦିନକୁ ଦିନ ମହାପ୍ରସାଦ ଚାହିଦା ବଢିବାରେ ଲାଗିଛି । ସବୁକିଛି ପରମ୍ପରା ଅନୁଯାୟୀ ଚାଲିଛି । ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ ଆମେ ତାହାକୁ ପାଳନ କରିବୁ। ଶ୍ରୀମନ୍ଦିର ପରମ୍ପରାକୁ ସେବାୟତ ମାନେ ଅକ୍ଷୁର୍ଣ୍ଣ ରଖିବେ। ''

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.