ETV Bharat / state

କେବେ ସରିବ ଇ-କେୱାଇସି, କେବେ ମିଳିବ ନୂଆ ରାସନ କାର୍ଡ, ଫିଜିକାଲ କେୱାଇସି କଣ ? ଜାଣନ୍ତୁ - Ration Card E KYC

author img

By ETV Bharat Odisha Team

Published : 3 hours ago

EKYC For Ration Card: ଓଡ଼ିଶାରେ ଚାଲିଛି ରାସନ କାର୍ଡ ଯାଞ୍ଚ । ରାଜ୍ୟ ବାହାରେ ଥିବା ଓଡ଼ିଆ ଲୋକ କରୁଛନ୍ତି ଇ-କେଓ୍ବାଇସି । ଏହି ପ୍ରକ୍ରିୟା ଶେଷ ପରେ ଦିଆଯିବ ନୂଆ ରାସନ କାର୍ଡ । ଫିଜିକାଲ ଭେରିଫିକେସନ ବା ଫିଜିକାଲ ଯାଞ୍ଚ କଣ ?

RATION CARD E KYC VERIFICATION
RATION CARD E KYC VERIFICATION (ETV BHARAT ODISHA)

ଭୁବନେଶ୍ବର: ସାରା ଦେଶରେ ଜାରି ରହିଛି ରାସନ କାର୍ଡ ଇ-କେଓ୍ବାଇସି ଅପଡେଟ । ଏହା ସରିବା ପରେ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯିବ ନୂଆ ରାସନ କାର୍ଡ । ଅଯୋଗ୍ୟ/ଭୁତ ହିତାଧିକାରୀଙ୍କୁ ହଟାଯାଇ ପ୍ରକୃତ ଏବଂ ନୂଆ ହିତାଧୀକାରୀଙ୍କୁ ରାସନ କାର୍ଡ ଦେବେ ସରାକର । ଏଥର ଚାଉଳ ସହ ମିଳିବ ଗହମ । ଅକ୍ଟୋବରରୁ ଓଡ଼ିଶାର ହିତାଧିକାରୀ ପାଇବେ ଗହମ । ତେବେ କେତେ ଦିନ ପର୍ଯ୍ୟନ୍ତ ଚାଲିବ ଇ-କେୱାଇସି ? କେମିତି କରିବେ ଅନଲାଇନ ଫର୍ମ ପୂରଣ ? ଫିଜିକାଲ ଇ କେୱାଇସି କଣ ? ଆସନ୍ତୁ ଜାଣିବା...

କେତେ ଜଣ କରିଛନ୍ତି E-KYC ?

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଅନୁଯାୟୀ, '' ରାଜ୍ୟରେ ସାଢେ 3 କୋଟି ଲୋକ E-KYC ପଞ୍ଜିକରଣ କରିବେ । ବର୍ତ୍ତମାନ ସୁଦ୍ଧା 2 କୋଟି ଲୋକ ରାସନ କାର୍ଡରେ ଇ-କେଓ୍ବାଇସି କରି ସାରିଛନ୍ତି । ଆଶା ରହିଛି ନଭେମ୍ବର ମଧ୍ୟରେ ବାକି ଲୋକ ପଞ୍ଜିକରଣ କରି ନେବେ । '' ରାଜ୍ୟର 3.26 କୋଟିରୁ ଅଧିକ ଲୋକ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ( NFSA) ବା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧିନରେ ଅଛନ୍ତି ।

କେବେ ସରିବ E-KYC ?

ରାସନ କାର୍ଡରେ E-KYC କରିବାର କୌଣସି ଶେଷ ତାରିଖ ନାହିଁ । ଶେଷ ଲୋକ ଇ-କେଓ୍ବାଇସି ନ କରିବା ଯାଏଁ ଏହି ପ୍ରକ୍ରିୟା ଚାଲୁ ରହିବ। ଏହା ସରିବା ପରେ ଯାଞ୍ଚ କରାଯାଇ ଅଯୋଗ୍ୟଙ୍କ ନାମ ରାସନ କାର୍ଡରୁ ହଟାଇ ଦିଆଯିବ । ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ କାର୍ଡ ମିଳିବ । ଯେଉଁ ମାନେ ରାଜ୍ୟ ବାହାରେ ରହୁଛନ୍ତି ସେମାନେ ସେହି ସ୍ଥାନରେ ଇ-କେଓ୍ବାଇସି କରିପାରିବେ । ଅଗଷ୍ଟ ଶେଷ ପର୍ଯ୍ୟନ୍ତ ପ୍ରାୟ ୧୦ ଲକ୍ଷ ଆବେଦନ ଗ୍ରହଣ କରାଯାଇଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-ରାସନ କାର୍ଡ EKYCକୁ ନେଇ ଆସିଲା ବଡ଼ ଅପଡେଟ୍, ଏମିତି କହିଲେ ମନ୍ତ୍ରୀ - RATION CARD VERIFICATION

ଏହା ମଧ୍ୟ ପଢନ୍ତୁ ....ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

ଅଯୋଗ୍ୟ ରାସନ କାର୍ଡଧାରୀ:

2016-2017ରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ 16 ଲକ୍ଷ 27 ହଜାର 920ଟି ରାସନ କାର୍ଡକୁ ଅଯୋଗ୍ୟ ଘୋଷଣା କରାଯାଇଛି । ସେଥିମଧ୍ୟରେ ଅନେକ ମୃତ ବ୍ୟକ୍ତିଙ୍କ ନାମ ମଧ୍ୟ ରହିଥିଲା । ମୃତ ବ୍ୟକ୍ତିଙ୍କ ନାମରେ ଆସୁଥିବା ରାସନ ବାଟ ମାରଣା ହେଉଥିବା ଅଭିଯୋହ ହୋଇ ଆସୁଥିଲା । ବର୍ତ୍ତମାନ ରାସନ କାର୍ଡରେ ଆଧାର କାର୍ଡ ସଂଯୋଗ କରିବା ଦ୍ବାରା ଯୋଗ୍ୟ ହିତାଧିକାରୀ ବାଛି ହୋଇଯିବେ ଏବଂ ସେମାନଙ୍କୁ ନୂଆ କାର୍ଡ ମଧ୍ୟ ପ୍ରଦାନ କରାଯିବ ।

ରାସନ କାର୍ଡ ଫିଜିକାଲ ଭେରିଫିକେସନ:

ଯେଉଁମାନେ ରାସନ କାର୍ଡରେ ଇ-କେଓ୍ବାଇସି କରିନଥିବେ ସେମାନଙ୍କ ଫିଜିକାଲ ଭେରିଫିକେସନ ହେବ । ଏକ ସ୍ବତନ୍ତ୍ର ଟିମ୍‌ ଘର ଘର ବୁଲିବେ ଓ କାହିଁକି ରାସନକାର୍ଡ ରେ ଇ-କେଓ୍ବାଇସି କରିନାହାନ୍ତି ତାହା ପରଖିବେ ? ଯଦି କୌଣସି ରାସାନ କାର୍ଡ ହିତାଧିକାରୀ ଫିଜିକାଲ ଭେରିଫିକେସନରେ ଫେଲ୍ ହୁଅନ୍ତି, ତେବେ ସେମାନଙ୍କ ନାମ ରାସନ କାର୍ଡରୁ ବାଦ୍ ପଡ଼ିବ ।

ଗରିବ କଲ୍ୟାଣ ଅନ୍ନ ଯୋଜନା ନେଇ କଣ ପ୍ରତିଶ୍ରୁତି ଦେଇଥିଲା ବିଜେପି ?

ଗରିବ ପରିବାରର ଲୋକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆଗାମୀ ପାଞ୍ଚବର୍ଷ ପାଇଁ ମାଗଣା ରାସନ ଯୋଗାଇ ଦିଆଯିବା ନେଇ ନିର୍ବାଚନୀ ସଙ୍କଳ୍ପ ପତ୍ରରେ କହିଥିଲା ବିଜେପି । ଗରିବଙ୍କ ଖାଦ୍ୟ ଥାଳିକୁ ସୁରକ୍ଷା ଦେବେ ପ୍ରଧାନମନ୍ତ୍ରୀ । ଗତ ବିଧାନସଭା ନିର୍ବାଚନରେ ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବା ପରେ, ରାସନ କାର୍ଡ ଯାଞ୍ଚ ଆରମ୍ଭ ହୋଇଛି । କେବଳ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ- Ration card: ବିଧାନସଭାରେ ମୋହନ ସରକାରଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ - New Ration card By September

ଏହା ମଧ୍ୟ ପଢ଼ନ୍ତୁ- ଏହିମାନଙ୍କ କଟିଯିବ ରାସନ କାର୍ଡ; ଶୀଘ୍ର କରନ୍ତୁ eKYC ଅପଡେଟ୍‌ - Ration Card eKYC

ଏହା ମଧ୍ୟ ପଢନ୍ତୁ-ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

କାହିଁକି ହେଉଛି ରାସନ କାର୍ଡ ଇ-କେଓ୍ବାଇସି ?

ଦେଶରେ ରାସନ କାର୍ଡର ଅପବ୍ୟବହାର କରାଯାଉଥିବାରୁ କେନ୍ଦ୍ର ସରକାର ଆଧାର କାର୍ଡକୁ ରାସନ କାର୍ଡ ସହ ସଂଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଅନେକ ହିତାଧିକାରୀ ଏହା କରି ସାରିଥିବା ବେଳେ ଆଉ କିଛି ବାକି ରହିଛନ୍ତି । କିଛି ସ୍ଥାନରେ ମୃତବ୍ୟକ୍ତି ତଥା ବାହାର ଲୋକ ମଧ୍ୟ ରାସନ କାର୍ଡରେ ରାସନ ନେଉଛନ୍ତି । ତେଣୁ ସରକାର ହିତାଧିକାରୀଙ୍କ ଇ-କେଓ୍ବାସି କରାଉଛନ୍ତି । ଏହାପରେ ମୃତ ବ୍ୟକ୍ତିଙ୍କ ନାମରେ ରହିଥିବା ରାସନ କାର୍ଡ ହଟାଇ ଦିଆଯିବ ଏବଂ ଯେଉଁ ପରିବାରରେ ଯେତିକି ସଦସ୍ୟ ରହୁଛନ୍ତି ସେହି ଅନୁଯାୟୀ ରାସନ ପ୍ରଦାନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.