ଓଡିଶା

odisha

ETV Bharat / state

କୋଲକାତାରୁ ବାରିପଦାକୁ ଆସିଥିଲା 19 କେଜି ସୁନା, ଯାଞ୍ଚ ପରେ ମିଳିଲା ପ୍ରମାଣ

କୋଲକାତାରୁ ବାରିପଦାକୁ ଆସିଥିଲା 19 ନୁହେଁ 20 କେଜି ସୁନା । ମୟୂରଭଞ୍ଜ, ବାଲେଶ୍ଵର ଓ ପଶ୍ଚିମବଙ୍ଗ ଅଞ୍ଚଳର ଦୋକାନୀଙ୍କ ପାଖକୁ ଆସିଛି ସୁନା ।

GOLD SEIZED
GOLD SEIZED (ETV BHARAT ODISHA)

By ETV Bharat Odisha Team

Published : 5 hours ago

ରାଇରଙ୍ଗପୁର:ବାରିପଦାରୁ ପୁଳା ପୁଳା ସୁନା ଜବତ ହେବା ଘଟଣା । ଲଜିଷ୍ଟିକ ଗାଡିରେ 20 କେଜି ନୁହଁ ବରଂ 19 କେଜି ସୁନା ରହିଥିବା ସୂଚନା ଦେଇଛନ୍ତି ଜିଏସଟି କମିଶନର । ଜବତ ସୁନା ମୟୂରଭଞ୍ଜ, ବାଲେଶ୍ଵର ଓ ପଶ୍ଚିମବଙ୍ଗ ଅଞ୍ଚଳର ଦୋକାନୀଙ୍କ ପାଇଁ ଆସିଥିଲା । କାଗଜପତ୍ର ଦେଖାଇ ଦୋକାନୀଙ୍କୁ ସୁନା ନେବାକୁ କହିଛନ୍ତି ଜିଏସଟି କମିଶନର ।

ଲଜିଷ୍ଟିକ ଗାଡିରେ 19 କେଜି ସୁନା:

ଗତ ଶୁକ୍ରବାର ରାତି 11ଟା ସମୟରେ କୋଲକାତାରୁ ବାରିପଦା ଅଭିମୁଖେ ଆସୁଥିବା ଏକ ଲଜିଷ୍ଟିକ ଭ୍ୟାନକୁ 17ନଂ ଜାତୀୟ ରାଜପଥରେ ଅଟକାଇ ଯାଞ୍ଚ କରିଥିଲା ସିଟି ଓ ଜିଏସଟି ବିଭାଗ । ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ତଦନ୍ତ ହେବାରୁ ଗାଡିଟିକୁ ବାରିପଦା ସିଟି ଜିଏସଟି ଏନଫୋର୍ସମେଣ୍ଟ କାର୍ଯ୍ୟାଳୟକୁ ଅଣାଯାଇ ତଦନ୍ତ ଆରମ୍ଭ କରା ଯାଇଥିଲା । ଗାଡିରେ 15ରୁ 20 କେଜି ଭିତରେ ସୁନା ଥାଇପାରେ ବୋଲି ସନ୍ଦେହ କରାଯାଉଥିଲା । ତଦନ୍ତ ପରେ 19 କେଜି ସୁନା ଅଳଙ୍କାର ଥିବା ଜିଏସଟି କମିଶନର ସୂଚନା ଦେଇଥିଲେ।

GOLD SEIZED (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ବାରିପଦାରୁ 20 କେଜି ସୁନା ଜବତ, ଲଜିଷ୍ଟିକ ଗାଡ଼ିରେ ହେଉଥିଲା ଚାଲାଣ

ଏହା ମଧ୍ୟ ପଢନ୍ତୁ-ପୁଣି ଭୁବନେଶ୍ବର ଏୟାରପୋର୍ଟ କାର୍ଗୋରୁ ସୁନା ଜବତ - Gold Ornaments Seized

ଏହା ମଧ୍ୟ ପଢନ୍ତୁ-ETV Bharat Follow UP; ଏୟାରପୋର୍ଟରୁ ପୁଳା ପୁଳା ଗହଣା ଠାବ, ସୁନା ଓ ରୁପା ସହ ହୀରା ଜବତ, ରାଜଧାନୀର ବଡ ବଡ ନାମୀ ଦାମୀ ଦୋକାନକୁ ଯାଇଥାନ୍ତା ସୁନା - diamond ornaments seized

କାଗଜପତ୍ର ଦେଖାଇ ସୁନା ନେଲେ ଦୋକାନୀ:

ପରେ କାଗଜପତ୍ର ଯାଞ୍ଚ ସମୟରେ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯଥା ବାରିପଦା, ବୈଶିଙ୍ଗା, ଉଦଳା ଓ ବାଲେଶ୍ଵର ଜିଲ୍ଲା ସହିତ ପଶ୍ଚିମବଙ୍ଗର କିଛି ଦୋକାନୀଙ୍କ ପାଇଁ ଏହି ସୁନା ଅଳଙ୍କାର ଆସିଥିବା ଜଣାପଡିଥିଲା। ମୁମ୍ବାଇରୁ କୋଲକାତାକୁ ବିମାନ ଯୋଗେ ଓ ପରେ ବାରିପଦାକୁ ଆସୁଥିଲା ଏହି ସୁନା ଅଳଙ୍କାର । ଗତକାଲି ରାତି ସୁଦ୍ଧା ମୟୂରଭଞ୍ଜରୁ ତିନି ଦୋକାନୀ, ବାଲେଶ୍ଵରର ଚାରି ଜଣ ଦୋକାନୀ ଜିଏସଟି କାର୍ଯ୍ୟାଳୟ ପହଞ୍ଚି ଆବଶ୍ୟକ ପ୍ରମାଣପତ୍ର ଦେଇ ନିଜ ନିଜର ସୁନା ଅଳଙ୍କାର ନେଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। କେବଳ ପଶ୍ଚିମବଙ୍ଗର ଦୋକାନୀ ମାନେ ଗତକାଲି ଆସି ପାରିନଥିବାରୁ ଆଜି ପହଞ୍ଚିବେ ବୋଲି ଜଣାପଡିଛି।

GOLD SEIZED (ETV BHARAT ODISHA)

ସେପଟେ ସୁନା ଅଳଙ୍କାର ଗୁଡ଼ିକର କାଗଜପତ୍ର ସଠିକ ଥିବା ନେଇ କଲିକତାରୁ ଜଣେ ଆଇନଜୀବୀ ଜିଏସଟି ବିଭାଗକୁ ମେଲ କରିଛନ୍ତି । ସୁନା ଅଳଙ୍କାର ଗୁଡିକ ପୋଲିସ ଓ ଜିଏସଟି ବିଭାଗର ଉପସ୍ଥିତି ରେ ଭିଡିଓ ରେକର୍ଡିଂ ସହ ଓଜନ ଓ କାଗଜପତ୍ରର ସମସ୍ତ ରିପୋର୍ଟ ରଖାଯାଇଛି। ଆଉ ଯେଉଁ ଦୋକାନୀଙ୍କ ସୁନା ଅଳଙ୍କାର ରହିଛି ସେସବୁ ଆବଶ୍ୟକ କାଗଜପତ୍ର ଦେଖାଇ ସୁନା ଅଳଙ୍କାର ନେଇ ଯିବାକୁ କହିଛନ୍ତି ମୟୂରଭଞ୍ଜ ସିଟି ଆଣ୍ଡ ଜିଏସଟି ବିଭାଗର ଡେପୁଟି କମିଶନର କୁଳମଣି ମଲ୍ଲିକ।

GOLD SEIZED (ETV BHARAT ODISHA)

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details