ଓଡିଶା

odisha

ETV Bharat / state

ବାଲେଶ୍ବର ପୋଲିସକୁ ବଡ଼ ସଫଳତା, ୧୨ ଘଣ୍ଟାରେ ଉଦ୍ଧାର ହେଲା ନବଜାତ ଶିଶୁ - New Born Baby Rescue - NEW BORN BABY RESCUE

New Born Baby Rescue: 9 ତାରିଖ ଚୋରି ହୋଇଥିବା ନବଜାତ ଶିଶୁପୁତ୍ରକୁ 12 ଘଣ୍ଟା ମଧ୍ୟରେ ପୋଲିସ ଉଦ୍ଧାର କରି ମା' କୋଳକୁ ଫେରାଇଛି ପୋଲିସ । ଜାଣନ୍ତୁ କିପରି ଥିଲା ପୋଲିସର ଅପରେସନ ।

New Born Baby Rescue
New Born Baby Rescue (ETV Bharat Odisha)

By ETV Bharat Odisha Team

Published : Jun 10, 2024, 6:25 PM IST

ବାଲେଶ୍ଵର: 12 ଘଣ୍ଟାରେ ଉଦ୍ଧାର ହେଲା ଶିଶୁପୁତ୍ର । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ 9 ତାରିଖ ଚୋରି ହୋଇଥିବା ନବଜାତ ଶିଶୁପୁତ୍ରକୁ 12 ଘଣ୍ଟା ମଧ୍ୟରେ ପୋଲିସ ଉଦ୍ଧାର କରି ମା' କୋଳକୁ ଫେରାଇଛି । ଏନେଇ ବାଲେଶ୍ୱର ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ମିଳିଛି । କେମିତି ଶିଶୁପୁତ୍ରକୁ ଉଦ୍ଧାର କରାଗଲା, ଏହା ଭିତରେ କେଉଁମାନଙ୍କ ସମ୍ପୃକ୍ତି ଅଛି ଏବଂ କ'ଣ କ'ଣ ତଦନ୍ତ ପରିସରଭୁକ୍ତ କରାଯିବ ସେନେଇ ସୂଚନା ଦେଇଛନ୍ତି । ଏସପି ସାଗରିକା ନାଥ କହିଛନ୍ତି, "ଶିଶୁପୁତ୍ର ଜନ୍ମ ହେବାପରେ ଚୋରି କରିଥିବା ମହିଳା ଜଣଙ୍କ ଶିଶୁପୁତ୍ରର ପରିବାର ଲୋକଙ୍କ ସହ ଭଲ ଭାବେ ମିଶି ଯାଇଥିଲେ । ପରେ ଶିଶୁପୁତ୍ରକୁ ପୋଲିଓ ଦେବା ବାହାନାରେ ଚୋରି କରି ନେଇ ମୟୂରଭଞ୍ଜ ଅଞ୍ଚଳର ଗାଁ ଅମର୍ଦ୍ଦାରେ ରଖିଥିଲେ ।"

New Born Baby Rescue (ETV Bharat Odisha)

"ଶିଶୁପୁତ୍ରକୁ ଚୋରି କରିବା ପଛରେ ଆଶାକର୍ମୀଙ୍କ ହାତ ଥିବା ନେଇ ସନ୍ଦେହ କରିଥିଲେ ଶିଶୁପୁତ୍ରର ମା' । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ ଆଶାକର୍ମୀଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା । ଏଥିପାଇଁ 3ଟି ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଖୋଜା ଚାଲିଥିଲା । ସଦର ଏସଡିପିଓଙ୍କ ନେତୃତ୍ୱରେ ଟିମ ଗଠନ କରାଯାଇଥିଲା । ଜଳେଶ୍ବର ଅଞ୍ଚଳରେ ତଦନ୍ତ ସହ ଖନ୍ତାପଡ଼ା ଥାନା ଅଧିକାରୀଙ୍କ ନେତୃତ୍ୱରେ ଗଠନ କରାଯାଇଥିବା ଟିମ, ଟ୍ରାଫିକ କନେଷ୍ଟବଳ ଟିମ, ଅଟୋ ଡ୍ରାଇଭର ଆସୋସିଏସନର ସହଯୋଗରେ ଶିଶୁପୁତ୍ରକୁ ଖୋଜାଖୋଜି କରାଯାଇଥଲା । ଏହାସହ ସିସିଟିଭିରେ କଏଦ ହୋଇଥିବା ଭିଡିଓ ଫୁଟେଜ ଅନୁସାରେ ପୋଲିସ ତଦନ୍ତ ଜାରି ରଖିଥିଲା । ଶେଷରେ ପୋଲିସ ଅମର୍ଦ୍ଦାରୁ ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଚୋରିରେ ସମ୍ପୃକ୍ତି ଥିବା ମହିଳାଙ୍କୁ ଅଟକ ରଖିଛି" ବୋଲି କହିଛନ୍ତି ଏସପି ।

ଏହା ବି ପଢନ୍ତୁ...ବାଲେଶ୍ୱର ମେଡିକାଲରେ ମାତିଛନ୍ତି ପିଲା ଚୋର ! ପୁଣି ହେଲା ନବଜାତ ଶିଶୁପୁତ୍ର ଚୋରି - Newborn Baby Stolen

ଏହି ଘଟଣାରେ ପୋଲିସ, ହସ୍ପିଟାଲ ଷ୍ଟାଫ ଓ ସିକ୍ୟୁରିଟି ଗାର୍ଡଙ୍କୁ ତଦନ୍ତ ପରିସରକୁ ଅଣାଯିବା ନେଇ ଏସପି ସୂଚନା ଦେଇଛନ୍ତି । ତେବେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ଗତ ଏପ୍ରିଲ ମାସ 4 ତାରିଖ ଏବଂ ଜୁନ ମାସ 9 ତାରିଖ ଦୁଇ ଥର କେବଳ ଶିଶୁପୁତ୍ରଙ୍କୁ ଚୋରି ହେବା ନେଇ ଚିନ୍ତା ବଢିଛି । ହସ୍ପିଟାଲରେ କେଉଁଠି ନା କେଉଁଠି ସୁରକ୍ଷା ବ୍ୟବସ୍ଥା ଏବଂ ଏଥିରେ ହସ୍ପିଟାଲ କର୍ମଚାରୀ ସମ୍ପୃକ୍ତ ଅଛନ୍ତି କି ନାହିଁ ସେ ବିଷୟରେ ପୋଲିସ ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି । ପ୍ରକାଶ ଥାଉକି, ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କୁଲାଚଡ ଗାଁର ଅନିତା ଦଣ୍ଡପାଟଙ୍କ ଗୋଟିଏ ଦିନର ଶିଶୁପୁତ୍ର ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରି ଶିଶୁପୁତ୍ରକୁ ଉଦ୍ଧାର କରିବା ସହ ଏହାଭିତରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details