ବଲାଙ୍ଗୀର:ଜିଲ୍ଲାର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରୁ ନିଖୋଜ ନବଜାତ ଶିଶୁକୁ ବୌଦ୍ଧରୁ ଉଦ୍ଧାର କରାଯାଇଛି । ବୌଦ୍ଧ ଜିଲ୍ଲା ଘଣ୍ଟ ପଡ଼ାରୁ ଶିଶୁଟି ମିଳିଛି । ଗତକାଲି(ଶୁକ୍ରବାର) ଡାକ୍ତରଖାନାର ଏସଏନଏସୟୁରୁ ଏକ ନବଜାତ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ଆସିଥିଲା । ଯାହାକୁ ନେଇ ଡାକ୍ତରଖାନା ପରିସରରେ ଦୀର୍ଘ ସମୟ ଧରି ହଙ୍ଗାମା ଦେଖିବାକୁ ମିଳିଥିଲା । ପୋଲିସ ନବଜାତଟିକୁ ଉଦ୍ଧାର କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଅନ୍ୟପଟେ ଏହି ମାମଲାରେ ଜଣେ ଦମ୍ପତିିଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ସହ ତଦନ୍ତ ଜାରି ରଖିଛି ।
ଏହାମଧ୍ୟ ପଢନ୍ତୁ.. ସ୍ତ୍ରୀ ଜନ୍ମଦେଲା ମୃତ ଶିଶୁପୁତ୍ର, ମୃତଦେହକୁ ଅଳିଆ ଗଦାକୁ ଫିଙ୍ଗି ଚାଲିଗଲା ସ୍ବାମୀ
ସୂଚନାଯୋଗ୍ୟ, ଜିଲ୍ଲାର ବରଡି ପଦର ଗ୍ରାମର ସୁଶୀଲ ସ୍ୱାଇଁଙ୍କ ପତ୍ନୀ ଗତକାଲି(ମଙ୍ଗଳବାର) କାନ୍ତାଲ ସ୍ୱାଇଁ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଶିଶୁର ଓଜନ କମ ଥିବାରୁ ତାକୁ ଏସଏନଏସୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା ପରେ ଶିଶୁ ସୁସ୍ଥ ଥିବାରୁ ଡ଼ାକ୍ତର ତାଙ୍କୁ ନେଇଯିବାକୁ କହିଥିଲେ ଡାକ୍ତର । ଏହି ସମୟରେ ଅଭିଯୁକ୍ତ ଦମ୍ପତି ନିଜକୁ ସେହି ନବଜାତର ବାପା ମା କହି ଶିଶୁଟିକୁ ନେଇ ଫେରାର ହୋଇଯାଇଥିଲେ । ପରେ ଶିଶୁଟିର ପ୍ରକୃତ ପିତାମାତା ଏହା ଜାଣିପାରି ହସ୍ପିଟାଲର ଅବହେଳାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ହଙ୍ଗାମା କରିଥିଲେ ।