ଓଡିଶା

odisha

ETV Bharat / state

ବୟସର କ୍ଳାନ୍ତି ଉପରେ ବିଜୟ, ସାଇକେଲ ଚଳାଇ ଫିଟ୍‌ ନାରାୟଣ - World Bicycle Day

Bicycle Riding For Fitness: ବୟସ 70 ଅତିକ୍ରମ କରି ସାରିଲାଣି । ହେଲେ ସେ ସମ୍ପୂର୍ଣ୍ଣ ଫିଟ୍‌ । ସାଇକେଲ ଚଲାଇବା ଦ୍ବାରା ବାର୍ଦ୍ଧକ୍ୟଜନୀତ ରୋଗ ତାଙ୍କୁ ଆଜି ପର୍ଯ୍ୟନ୍ତ ଛୁଇଁ ପାରିନି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jun 3, 2024, 9:04 PM IST

ବୟସର କ୍ଳାନ୍ତି ଉପରେ ବିଜୟ, ସାଇକେଲ ଚଳାଇ ଫିଟ୍‌ ନାରାୟଣ
ବୟସର କ୍ଳାନ୍ତି ଉପରେ ବିଜୟ, ସାଇକେଲ ଚଳାଇ ଫିଟ୍‌ ନାରାୟଣ (ETV Bharat Odisha)

କୋରାପୁଟ: ଯୁବା ବୟସରେ ସାଥ ଦେଇଥିଲା ସାଇକେଲ । ଯୁବକ ବେଳ ଠାରୁ ଆଜି ପର୍ଯ୍ୟନ୍ତ ବନ୍ଧୁର ଭୂମିକା ନିଭାଇଛି । ଆଉ ବୃଦ୍ଧ ବୟସରେ କେମିତି ବା ଭୁଲିଯିବେ ସେ ବନ୍ଧୁର ସାହାଯ୍ୟ । ବୟସ ତାଙ୍କର 70 ବର୍ଷ ପାର କରିଗଲାଣି । ହେଲେ ଆଜି ବି ସେ ସମ୍ପୂର୍ଣ୍ଣ ଫିଟ । ସକାଳୁ ସକାଳୁ ସାଇକେଲରେ ଘେରାଏ ବୁଲି ଆସିଲେ ମନ ତାଙ୍କର ଫୁର୍ତ୍ତି ଲାଗିବା ସହ ସ୍ବାସ୍ଥ୍ୟ ମଧ୍ୟ ସୁସ୍ଥ ରହେ । ତେବେ ସେ ହେଉଛନ୍ତି କୋରାପୁଟ ଜିଲ୍ଲାର ଜଣେ ଜଣେ ଜଣାଶୁଣା ଗାଳ୍ପିକ ତଥା ପ୍ରସିଦ୍ଧ ସାହିତ୍ୟ ସମାଲୋଚକ ନାରାୟଣ ପଣ୍ଡା । ଆଜି ବିଶ୍ବ ସାଇକେଲ ଦିବସ । ଆଉ ଏହି ଦିବସରେ ସାଇକଲ ସହ ଜଡିତ ଥିବା ନିଜ ଅନୁଭୁତି ବଖାଣିଛନ୍ତି ନାରାୟଣ ।

ବୟସର କ୍ଳାନ୍ତି ଉପରେ ବିଜୟ, ସାଇକେଲ ଚଳାଇ ଫିଟ୍‌ ନାରାୟଣ (ETV Bharat Odisha)

ତେବେ ଗମନାଗମନ ବ୍ୟବସ୍ଥାର ଅଭାବରୁ ଗାଁରୁ ଲୋକେ କାନ୍ଧରେ ଓ ମୁଣ୍ଡରେ ବୋଝ ବୋହି କୋରାପୁଟ ବଜାରକୁ ଆସୁଥିଲେ । ପରେ ଘରେ ଘରେ ସାଇକେଲ ବ୍ୟବହାର ବଢିଥିଲା । ବର୍ତ୍ତମାନ ରାସ୍ତାଘାଟର ବ୍ୟବସ୍ଥା ସାଙ୍ଗକୁ ଗାଁକୁ ଅଟୋରିକ୍ସା ଚାଲିବା ଫଳରେ ସାଇକେଲର ଆଦର ଧୀରେ ଧୀରେ କମିବାରେ ଲାଗିଛି । କିନ୍ତୁ ମଟର ସାଇକେଲ, ଅଟୋ ରିକ୍ସାର ପ୍ରଭାବରେ ସାଇକେଲର ବ୍ୟବହାର କମ ହୋଇଥିବା ବେଳେ ସମ୍ପୂର୍ଣ୍ଣ ରୂପେ ସାଇକେଲ ମାଗୁଣୀର ଶଗଡ଼ ହୋଇଯାଇନାହିଁ । ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି ଘଟିବା ସହିତ ଆଧୁନିକ କୌଶଳରେ ନିର୍ମିତ ସାଇକେଲର ବିକ୍ରି ବୃଦ୍ଧି ପାଇଥିବା ଦେଖାଯାଇଛି । ତେବେ ବୟସ ବଢ଼ିବା ସହ ଦେହରୁ ବଳ ଖସିବା ପରେ ଲୋକେ ପ୍ରାୟତଃ ସାଇକେଲ ଚଲାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ 70 ବର୍ଷରୁ ଊର୍ଦ୍ଧ୍ବ ବୟସର ସମ୍ଭାବ୍ୟ କ୍ଳାନ୍ତି ଉପରେ ବିଜୟ ହାସଲ କରି ଅବସରପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ବଶିଷ୍ଟ ଗାଳ୍ପିକ ନାରାୟଣ ପଣ୍ଡା ପାରମ୍ପାରିକ ସାଇକେଲ ବ୍ୟବହାର କରି ସ୍ୱାସ୍ଥ୍ୟ ସଚେତନତା ବୃଦ୍ଧି କରିବା ସହ କୋରପୁଟବାସୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଉଦାହରଣ ପାଲଟିଛନ୍ତି ।

ଏହା ମଧ୍ଯ ପଢ଼ନ୍ତୁ...ଶରୀରର ଯତ୍ନ ନିଏ ସାଇକେଲ; ପାଖ ମାଡିବନି କର୍କଟ, ହାର୍ଟ ସମସ୍ୟା ହେବ ଛୁ'ମନ୍ତର - Health Benefits Of Cycling


ନିଜ ଶାରୀରିକ ଓ ମାନସିକ ଶକ୍ତିକୁ ଅଧିକ କାର୍ଯ୍ୟକ୍ଷମ କରିବା ଦିଗରେ ପ୍ରତିଦିନ ସାଇକଲ ଚାଳନା ସହାୟକ ହେଉଥିବା କହିଛନ୍ତି ନାରାୟଣ । ଏଥି ସହିତ ସାଇକଲ ଚଲାଇବା ଦ୍ଵାରା ସାମାଜିକ ସ୍ତରରେ ପରିବେଶକୁ ଅଧିକ ଦୂଷିତ ହେବାରୁ ସୁରକ୍ଷିତ ରଖିବାର ପ୍ରୟାସ ଗ୍ରହଣ କରିଛନ୍ତି । ତେବେ 70ରୁ ଊର୍ଦ୍ଧ୍ବ ବର୍ଷ ବୟସରେ ସାଇକଲ ଚଲାଇ ଆଖପାଖ ଅଞ୍ଚଳକୁ ଯାଆନ୍ତି ନାରାୟଣ । ଏପରିକି ସାଇକେଲ ଚଳାଇବା ଦ୍ବାରା ଅନେକ ବାର୍ଦ୍ଧକ୍ୟଜନୀତ ରୋଗ ତାଙ୍କୁ ଆଜି ପର୍ଯ୍ୟନ୍ତ ଛୁଇଁ ପାରିନି । ସେପଟେ ବିଦ୍ୟାଳୟକୁ, ବଜାରକୁ ତଥା କାର୍ଯ୍ୟାଳୟକୁ ଯାଉଥିବା ଅଧିକରୁ ଅଧିକ ବ୍ୟକ୍ତି ସାଇକେଲରେ ଯିବା ଆସିବା କରିପାରିଲେ ନାରାୟଣଙ୍କ ପ୍ରୟାସ ଫଳପ୍ରଦ ହୋଇପାରିବ ବୋଲି ନାରାୟଣଙ୍କ ପତ୍ନୀ ତଥା ବିଶିଷ୍ଟ ଶିକ୍ଷାବିତ ପଦ୍ମା ଶାସ୍ତ୍ରୀ କହିଛନ୍ତି । ସାଇକେଲ ବ୍ୟବହାର କରିବା ଦିଗରେ ସରକାର ଜାତୀୟ ସାଇକେଲ ଦିବସ ପାଳନ ଅବସରରେ ଜନସଚେତନତା ସୃଷ୍ଟି କରିବା ପାଇଁ ଦେଶ ବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ କରୁଥିବା ବେଳେ ନାରାୟଣଙ୍କ ଏହି ବ୍ୟକ୍ତିଗତ ପ୍ରୟାସ ସମସ୍ତଙ୍କୁ ଅନୁପ୍ରାଣିତ କରିଥିବା କହିଛନ୍ତି କୋରାପୁଟର ବିଶିଷ୍ଟ କ୍ରୀଡ଼ାବିତ ଭବାନୀ ଶଙ୍କର ମିଶ୍ର ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details