ପାରାଦ୍ୱୀପ: ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପ ବନ୍ଦର ଆନୁକୂଲ୍ୟରେ ଆରମ୍ଭ ହୋଇଛି ସର୍ବ ଭାରତୀୟ ବୃହତ ବନ୍ଦର କ୍ରୀଡା ପ୍ରତିଯୋଗିତା । ବୃହତ କ୍ରୀଡା ନିୟନ୍ତ୍ରଣ ବୋର୍ଡ ଓ ପାରାଦ୍ୱୀପ ବନ୍ଦର ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଷ୍ଟାଡିୟମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହା ଚାରି ଦିନ ଧରି ଚାଲିବାକୁ ଥିବାବେଳେ ଦେଶର ମୋଟ ୮ଟି ବନ୍ଦରର ଶତାଧିକ ପ୍ରତଯୋଗୀ ଭାଗନେଇଛନ୍ତି । ଖେଳାଳୀମାନେ ୧୨ଟି ଗ୍ରୁପରେ ସାମିଲ ହୋଇ ୧୩୩ ପ୍ରକାର କ୍ରୀଡା ପ୍ରଦର୍ଶିନ କରିବେ ବୋଲି ପାରାଦ୍ୱୀପ ବନ୍ଦର ପକ୍ଷରୁ ସୂଚନା ମିଳିଛି ।
ଏହାକୁ ନେଇ ପାରାଦ୍ୱୀପ ବନ୍ଦର ପକ୍ଷରୁ ସହରକୁ ଆଲୋକ ମାଳାରେ ସୁସଜ୍ବିତ କରାଯିବା ସହିତ ଦର୍ଶକମାନଙ୍କ ପାଇଁ ଗୋପବନ୍ଧୁ ଷ୍ଟାଡିୟମରେ ବ୍ୟାପକ ବେବସ୍ଥା କରାଯାଇଛି । ଏହି ଉଦଘାଟନୀ ଉତ୍ସବରେ ପାରାଦ୍ୱୀପ ବନ୍ଦର ଅଧ୍ୟକ୍ଷ ପି ଏଲ ହାରାନାଦ, କୋଷ୍ଟଗାର୍ଡ ଡିଆଇଜି ସଞ୍ଜୟ ନେଗି, ବନ୍ଦରର କ୍ରୀଡା ପରିଚାଳନା କମିଟିର ଅଧ୍ୟକ୍ଷ ଡ଼ିଏନ ସୋନ୍ଧି ପ୍ରମୁଖ ଯୋଗଦେଇଥିଲେ ।
ଏହି ଅବସରରେ ବନ୍ଦର ଅଧ୍ୟକ୍ଷ କହିଛନ୍ତି ଯେ ପାରାଦ୍ୱୀପ ବନ୍ଦର ଏକ ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇରହିନାହିଁ । ପାରାଦ୍ୱୀପ ବନ୍ଦର କତ୍ତୃପକ୍ଷ ବିଭିନ୍ନ ଲୁକ୍କାଇତ ପ୍ରତିଭାମାନକୁ ଲୋକ ଲୋଚନକୁ ଆଣିବା ପାଇଁ ବିଭିନ୍ନ ସମୟରେ ପ୍ରୟାସ ଜାରି ରଖିଛି । ଆଜିର କାର୍ଯ୍ୟକ୍ରମ ତାହାର ଉଦାହରଣ । ବର୍ଷକୁ ପାଖାପାଖି ୧୦ରୁ ଅଧିକ ଏହିଭଳି କାର୍ଯ୍ୟକ୍ରମ କରାଯାଉଛି । ପାରାଦ୍ୱୀପ ହେଉ କିମ୍ଭା ବାହାରେ ଏହିଭଳି କ୍ରୀଡା କାର୍ଯ୍ୟକ୍ରମକୁ ବନ୍ଦର ପ୍ରଶାସନ ପ୍ରୋତ୍ସାହିତ କରିଆସୁଛି ।