ଭୁବନେଶ୍ବର: ସରିଲା ଖଣ୍ଡଗିରି ଯାତ୍ରା ଓ ମେଳା ପାଇଁ କମିଶନରେଟ୍ ପୋଲିସର ବୈଠକ । 6ଟି ଯାତ୍ରା କମିଟିଙ୍କ ସହ ଆଲୋଚନା କଲେ ଜୋନ ଏସିପି ଓ ସ୍ଥାନୀୟ ଥାନା ଅଧିକାରୀ । 6ଟି ଯାତ୍ରା କମିଟିର ସମ୍ପାଦକ, ସଭାପତିଙ୍କ ସମେତ କର୍ପୋରେଟର, ସ୍ଥାନୀୟ ଥାନା ଅଧିକାରୀ ଓ ଜୋନ ଏସିପି ରହିବେ ସେଣ୍ଟ୍ରାଲ କୋର୍ଡିନେଟ୍ କମିଟି ସଦସ୍ୟ । କମିଟି ସହ ଅନନ୍ତ କେଶରୀ ଠାକୁରଙ୍କ ସଦସ୍ୟକୁ ନେଇ ଗଠନ ହେଲା ସେଣ୍ଟ୍ରାଲ କୋର୍ଡିନେଟ୍ କମିଟି । ଅଶ୍ଳୀଳ ନାଚ ନହେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସୁଥିବା ସାଧୁ ସନ୍ଥଙ୍କ ସହ ଟ୍ରାଫିକ ଓ ପାର୍କିଂର ସୁବ୍ୟବସ୍ଥା ପାଇଁ ସମସ୍ତେ କିଭଳି ସହଯୋଗ କରିବେ ସେନେଇ ଆଲୋଚନା କରାଯାଇଛି ।
- ସେଣ୍ଟ୍ରେଲ କୋର୍ଡିନେଟ୍ କମିଟି:
ଏନଇ ଜୋନ 3 ଏସିପି ତାପସ ପ୍ରଧାନକହିଛନ୍ତି,"ଖଣ୍ଡଗିରିରେ ଯାତ୍ରା କିପରି ସୁପରିଚାଳିତ ହୋଇପାରିବ, ଶାନ୍ତିଶୃଙ୍ଖଳାରେ ହୋଇପାରିବ, ଟ୍ରାଫିକ ପରିଚାଳନା କେମିତି ଠିକ ଭାବରେ କରାଯାଇପାରିବ ସେ ନେଇ 6ଟି ଯାତ୍ରା କମିଟି ଓ ସ୍ଥାନୀୟ କର୍ପୋର୍ଟରଙ୍କ ସହ ଆଲୋଚନା କଲୁ । ଏକ ସେଣ୍ଟ୍ରେଲ କୋର୍ଡିନେଟ୍ କମିଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି କମିଟିରେ ଅନନ୍ତ କେଶରୀ ଠାକୁର ଓ ବାରଭୁଜା କମିଟିର ସଭାପତି ଓ ସମ୍ପାଦକ, 6ଟି ଯାତ୍ରା କମିଟିର ସଭାପତି ଓ ସମ୍ପାଦକ, ସ୍ଥାନୀୟ କର୍ପୋରେଟର, ଆଇଆଇସି, ଏସସିପି ସଦସ୍ୟ ରହିବେ । ଖଣ୍ଡଗିରି ଯାତ୍ରାକୁ ନେଇ ଯାହା ସମସ୍ୟା ହେବ ତାକୁ କେମିତି ଶାନ୍ତି ଶୃଙ୍ଖଳାରେ ଆଲୋଚନା କରାଯିବ ତାହା ସେଣ୍ଟ୍ରେଲ କୋର୍ଡିନେଟ୍ କମିଟିର ଦାୟିତ୍ବ ରହିବ । ଅଶ୍ଲୀଳ ନୃତ୍ୟକୁ ପ୍ରସୟ ଦିଆଯିବ ନାହିଁ । ଯଦି କେଉଁ ପେଣ୍ଡାଲରେ ଅଶ୍ଲୀଳ ନୃତ୍ୟ ହୁଏ, ତେବେ ସେମାନେ ଆଇନ ଦ୍ବାରା ଦଣ୍ଡିତ ହେବେ ।
ଏହା ମଧ୍ୟ ପଢ଼ନ୍ତୁ...ଏଥର ଖଣ୍ଡଗିରି ଯାତ୍ରାରେ ହେବନି ଅଶ୍ଳୀଳ ନୃତ୍ୟ |