ଓଡିଶା

odisha

ETV Bharat / state

ଆମ୍ବ ଟାକୁଆ ଟ୍ରାଜେଡି: ନୀରବି ଯାଇଛି ମାଣ୍ଡିପଙ୍କା, ଗୁମୁରି କାନ୍ଦୁଛନ୍ତି ପରିବାର - KANDHAMAL MANGO KERNEL TRAGEDY

ରାୟଗଡ଼ା ପରେ କନ୍ଧମାଳ । ୨୩ ବର୍ଷ ତଳର ଆମ୍ବ ଟାକୁଆ ଟ୍ରାଜେଡି ପୁଣି ଥରେ ତାଜା ହୋଇଛି । ମାଣ୍ଡିପଙ୍କାରୁ ସମୀର ଆଚାର୍ଯ୍ୟଙ୍କ ସ୍ବତନ୍ତ୍ର ରିପୋର୍ଟ ।

etv bharat
etv bharat (etv bharat)

By ETV Bharat Odisha Team

Published : Nov 21, 2024, 5:24 PM IST

Updated : Nov 21, 2024, 5:39 PM IST

କନ୍ଧମାଳ: କିଏ ଜାଣିଥିଲା ନିମିଷକେ ମଧ୍ୟରେ ମିଳାଇଯିବ ଓଠର ହସ ? କିଏ ଭାବିଥିଲା ଆଉ ସାଙ୍ଗରେ ବସି ଖାଇବାର ସୁଯୋଗ ସବୁଦିନ ପାଇଁ ସ୍ବପ୍ନ ପାଲଟିବ ? ସବୁ ଯେମିତି ଥିଲା ପୂର୍ବ ନିର୍ଦ୍ଧାରିତ ? ପେଟର ଭୋକ ସିନା କିଛି ସମୟ ପାଇଁ ମେଣ୍ଟିଲା । ହେଲେ ସ୍ବାମୀ, ପରିବାର, ପିଲା ଛୁଆଙ୍କ ଭଲ ପାଇବାର ଭୋକ ଅଧୁରା ରହିଗଲା । ୨୩ ବର୍ଷ ତଳେ ଯାହାକୁ ନେଇ ରାୟଗଡ଼ା ବିଶ୍ବ ଦରବାରରେ ଚର୍ଚ୍ଚାର ପରିଧିକୁ ଆସିଥିଲା, ୨୦୨୪ରେ କନ୍ଧମାଳ ମାଣ୍ଡିପଙ୍କାରେ ତାର ପୁନରାବୃତ୍ତି ଘଟିଲା ।

ଆମ୍ବ ଟାକୁଆ ଟ୍ରାଜେଡି:

ଆମେ କହୁଛୁ ଆମ୍ବ ଟାକୁଆ ଟ୍ରାଜେଡି କଥା । ୨୦୦୧ ମସିହାରେ ରାୟଗଡା ଯଶୀପୁରରେ ଘଟିଥିଲା ଛାତିଥରା ଅଘଟଣ । ଆମ୍ବ ଟାକୁଆ ଖାଇ ଜୀବନ ହରାଇଥିଲେ ଏକାଧିକ ଲୋକ । ଦୁଃଖଦ ଗଣମୃତ୍ୟୁ ପରେ ଅନାହାର ଜନିତ ମୃତ୍ୟୁର ଅପବାଦ ମୁଣ୍ଡାଇଥିଲା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର । ଏହାରି ଭିତରେ ବିତିଛି ୨୩ ବର୍ଷ । ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ ବଦଳିଛି ସରକାର । ବିଜେଡି ହାତରୁ ବିଜେପି ହାତକୁ ଆସିଛି ଶାସନ ଭାର । ତେବେ କ୍ଷମତା ଆରମ୍ଭରୁ ସେହି ବିତର୍କ ମଧ୍ୟକୁ ପୁଣି ଥରେ ଟାଣି ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜେପି ସରକାର ।

Kandhamal Mandipanka Mango Kernel Tragedy (ETV Bharat Odisha)

ନଭେମ୍ବର ପହିଲାରେ କଣ ଘଟିଥିଲା ?

ସେଦିନ ଥିଲା ନଭେମ୍ୱର ୧ ତାରିଖ । ସକାଳର ସୂର୍ଯ୍ୟାଦୟର କୋମଳ କିରଣ ଗାଁକୁ ଛୁଉଁ ଛୁଉଁ, ହଠାତ ଯେମିତି ଗୋଧଳି ମାଡ଼ି ଆସିଲା । ୮ ଜଣ ମହିଳା ଗୁରୁତର ଅସୁସ୍ଥ ହୋଇପଡ଼ିଲେ । ଅସୁସ୍ଥତାର କାରଣ ଏମିତି ଥିଲା ଯେ, ପବନ ବେଗରେ ସାରା ରାଜ୍ୟରେ ପ୍ରସାରିତ ହୋଇଗଲା । ଆମେ କହୁଛୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ମଦାପୁର ପଞ୍ଚାୟତର ମାଣ୍ଡିପଙ୍ଗାଗାଁ କଥା । ନଭେମ୍ବର ମାସର ପ୍ରଥମ ଦିନ, ଅଶୁଭ ଶୁକ୍ରବାର । ଆଠ ଜଣ ମହିଳା ଏହା ସାଙ୍ଗରେ ବସି ଆମ୍ବ ଟାକୁଆ ଜାଉ ଖାଇଥିଲେ । ଗପ ସପ-ହସ ଖୁସିରେ କଟିଥିଲା ସମୟ । ହେଲେ କିଏ ଜାଣିଥିଲା, ଆମ୍ବ ଟାକୁଆ ଜାଉ ନେଇଯିବ ଜୀବନ ।

ନୀରବି ଯାଇଛି ମାଣ୍ଡିପଙ୍କା (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ଫୁଲବାଣୀରେ ଆମ୍ବ ଟାକୁଆ ଖାଇ ୨ମୃତ, ବ୍ରହ୍ମପୁର MKCGରେ ଗୁରୁତରଙ୍କ ଚିକିତ୍ସା

କାହିଁକି ଆମ୍ବ ଟାକୁଆ ପ୍ରସ୍ତୁତ ଖାଦ୍ୟ ଖାଆନ୍ତି ଆଦିବାସୀ, ଖାଦ୍ୟ ଅଭାବ ନା ପାରମ୍ପରିକ ଆହାର? ଜାଣନ୍ତୁ

Kandhamal Mandipanka Village (ETV Bharat Odisha)

ଅଶୁଭ ଶୁକ୍ରବାର:

ଯେଉଁଠି ବସି ସବୁଦିନ ଖାଆନ୍ତି, ଠିକ୍ ସେହି ସ୍ଥାନ ଯେ ମଶାଣିକୁ ବାଟ କଡ଼ାଇବ, ଏକଥା ସମସ୍ତଙ୍କ ବିଶ୍ବାସ ବାହାରେ ଥିଲା । ଜଣକ ପରେ ଜଣେ, ତିନି ଜଣ ପରପାରିରେ । ଏବେ ବି ଜୀବନ ସହ ସଂଗ୍ରାମ କରୁଛନ୍ତି କିଛି ଅସୁସ୍ଥ । ଜଣେ କଟକ SCB ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଆମ୍ବ ଟାକୁଆ ଟ୍ରାଜେଡିକୁ ନେଇ ନୀରବି ଯାଇଛି ମାଣ୍ଡିପଙ୍କା । ଚର୍ଚ୍ଚା ଉପରୁ ଧିରେ ଧିରେ ନଜର ହଟୁଥିଲେ ମଧ୍ୟ, ଏବେ ବି ଗୁମୁରୀ ହୋଇ କାନ୍ଦୁଛନ୍ତି ମୃତକଙ୍କ ପରିବାର । ପୁଅ-ଝିଅଙ୍କଠାରୁ ମାଆକୁ ଛଡାଇ ନେଇଛି ନିୟତି । ସାତ ଜନ୍ମର ସାଥୀ ହେବାର ପଣ କରିଥିବା ପତ୍ନୀ, ସ୍ବାମୀକୁ ସବୁ ଦିନ ପାଇଁ ପର କରି ଚାଲିଯାଇଛି । ଜୀବନ ସଂଗ୍ରାମରେ ବଞ୍ଚି ଯାଇଛନ୍ତି ପ୍ରଭାତୀ ପାଟ୍ଟମାଝୀ । ବଖାଣିଛନ୍ତି ସେହି କଳା ଦିନର କଳା କାହାଣୀ । ପ୍ରଭାତୀ ପାଟ୍ଟମାଝୀଙ୍କ କହିବା କଥା " ସବୁ ଦିନ ଭଳି ଏକା ସାଙ୍ଗରେ ବସି ଖାଇଥିଲୁ । ଏପରି ହେବ ବୋଲି କିଏ ଜାଣିଥିଲା ? "

Kandhamal Mandipanka Mango Kernel Tragedy (ETV Bharat Odisha)

କାହିଁକି ଖାଆନ୍ତି ଆମ୍ବ ଟାକୁଆ ଜାଉ ?

ସେ ଆଦିବାସୀଙ୍କ ଅଭାବୀ ହେଉ କିମ୍ବା ପାରମ୍ପାରିକ ଖାଦ୍ୟ, ଦୀର୍ଘ ଦୁଇ-ତିନି ବର୍ଷ ଧରି ଆମ୍ବ ଟାକୁଆକୁ ଘରର ସୁରକ୍ଷିତ ସ୍ଥାନରେ ରଖାଯାଏ । ଆମ୍ବ ଟାକୁଆ ଭଲ ଭାବେ ସୁଖି ଯିବା ପରେ ଏହାକୁ ଗୁଣ୍ଡ କରି ଜାଉ ପ୍ରସ୍ତୁତ କରନ୍ତି । ଆଉ ତାକୁ ଖାଦ୍ୟ ଆକାରରେ ଖାଇଥାନ୍ତି । ଆଦିବାସୀଙ୍କ ପ୍ରମୁଖ ଖାଦ୍ୟ ମଧ୍ୟରେ ଚାଉଳ ଅନ୍ୟତମ । ତେବେ କେହି କେହି ଚାଉଳର ଅଭାବ କାରଣରୁ ଆମ୍ବ ଟାକୁଆ ଜାଉ ଖାଇଥାନ୍ତି । ମାଣ୍ଡିପଙ୍କା ଗାଁର ୮ଟି ପରିବାରରେ ଯାହା ଘଟିଗଲା, ପୂର୍ବରୁ କେବେ ଘଟିନଥିଲା । ଆମ୍ୱ ଟାକୁଆ ଜାଉ ଯେ ଜୀବନ ନେଇଯିବ, ତାହା ଏବେ ବି କେହି ବିଶ୍ୱାସ କରିପାରୁ ନାହାନ୍ତି । ମାଣ୍ଡିପଙ୍କାର ମହିଳା ତାରଣ ପାଟ୍ଟମାଝି କହିଛନ୍ତି, '' ଆମେ କେବେ କେବେ ଆମ୍ବ ଟାକୁଆ ଜାଉ ଖାଉ । ଚାଉଳ ନଥିଲା ବୋଲି ଖାଇଥିଲୁ । ଚାଉଳ ନଥିଲେ ଆଉ କଣ କରିଥାନ୍ତୁ । '' ଗାଁର ଆଉ ଜଣେ ମହିଳା ଭାବବିହ୍ବଳ ହୋଇ କହିଛନ୍ତି " ସବୁ କିଛି ସରକାରଙ୍କ ଉପରେ ନିର୍ଭର । ଏବେ ଚାଉଳ ନାହିଁ, ସରକାର ଚାଉଳ ଦେଲେ ତାକୁ ଖାଇ ବଞ୍ଚିବୁ, ନହେଲେ ମରୁଯିବୁ । "

ନୀରବି ଯାଇଛି ମାଣ୍ଡିପଙ୍କା (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ-

ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା: ଉପମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା, ପୂର୍ବ ସରକାରକୁ ଦାୟୀ କଲା ବିଜେପି

ଆମ୍ବ ଟାକୁଆ ଟ୍ରାଜେଡି; ଯୋଗାଣ ମନ୍ତ୍ରୀଙ୍କ ଗିରଫ ଦାବି କଲା ବିଜେଡି, ଜବାବ ରଖିଲା ବିଜେପି

Kandhamal Mandipanka (ETV Bharat Odisha)

ମାଆ ଫେରିବା ବାଟକୁ ଅନାଇ ବସିଛି ପୁଅ !

ମାଣ୍ଡିପଙ୍କା ଗାଁରେ ଘଟିଥିବା ଆମ୍ବ ଟାକୁଆ ଟ୍ରାଜେଡି ଘଟଣାରେ ପ୍ରଭାବିତ ହୋଇଛନ୍ତି ୮ଟି ପରିବାର । ଆଉ ସେମାନେ ସମସ୍ତେ ନିଜ କୁଟୁମ୍ବ ଏବଂ ବନ୍ଧୁ ବାନ୍ଧବ । ଗୋଟିଏ ପଟେ ପରିବାର ସଦସ୍ୟଙ୍କୁ ହରାଇବାର ଦୁଃଖ, ଅନ୍ୟ ପଟେ ମାଆ ଛେଉଣ୍ଡ ବେସାହାରା କୁନି କୁନି ପିଲା । ମାଆ ଯାଇଥିଲା ମେଡିକାଲ, ମାଆର ଫେରନ୍ତା ବାଟକୁ ଚାହିଁ ରହିଛି ନିରୀହ ନିଷ୍ପାପ ଶିଶୁ । ଅନ୍ୟପଟେ ପତ୍ନୀକୁ ହରାଇ ଅଭୂଲା ସ୍ମୃତିକୁ ମନପକାଉଛି ସ୍ବାମୀ । ନିଜ ନିଜର ଆତ୍ମୀୟ ସ୍ୱଜନଙ୍କୁ ଖୋଜୁଛନ୍ତି ପରିବାର ବର୍ଗ ।

Kandhamal Mandipanka (ETV Bharat Odisha)

କେମିତି ପ୍ରସ୍ତୁତ ହୁଏ ଆମ୍ବ ଟାକୁଆ ଜାଉ ?

ଆମ୍ବ ହେବା ସମୟ, ବିଶେଷ କରି ଗ୍ରୀଷ୍ମକାଳରେ ଆମ୍ବ ପାଚିବା ପରେ ଏହାର ଟାକୁଆ ସଂଗ୍ରହ କରନ୍ତି ଆଦିବାସୀ । ପରେ ଏହାକୁ ଟୋକେଇ କିମ୍ବା ବସ୍ତାରେ ଟଙ୍ଗାଇ ବର୍ଷ ବର୍ଷ ଧରି ରଖନ୍ତି । ଏହା ଭଲ ଭାବେ ସୁଖିଯିବା ପରେ ଗୁଣ୍ଡ କରିଥାନ୍ତି । ପରେ ପ୍ରସ୍ତୁତ ହୋଇଥିବା ଆମ୍ୱ ଟାକୁଆ ଗୁଣ୍ଡକୁ ପାଣିରେ ଦୀର୍ଘ ସମୟ ଭିଜାଇ ରଖିବା ପରେ ସେଥିରେ କିଛି ପରିମାଣ ଚାଉଳ ମିଶାଇ ଆମ୍ୱ ଟାକୁଆ ଜାଉ ପ୍ରସ୍ତୁତ କରନ୍ତି । ଯେତେବେଳେ ଚାଉଳ ସରିଯାଏ ବା ଚାଉଳର ଅଭାବ ଦେଖାଯାଏ, ପେଟର ଭୋକ ମେଣ୍ଟାଏ ଆମ୍ବ ଟାକୁଆ ଜାଉ ।

ଏହା ମଧ୍ୟ ପଢ଼ନ୍ତୁ-

ଆମ୍ବ ଟାକୁଆ ଟ୍ରାଜେଡି: RDC ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କୁ ଫେରାଦ ହେଲା କଂଗ୍ରେସ

ଆମ୍ବ ଟାକୁଆ ଟ୍ରାଜେଡି: SCBରେ ଆଉ ଜଣଙ୍କ ମୃତ୍ୟୁ, BJD ଦୋହରାଇଲା ମନ୍ତ୍ରୀଙ୍କ ଇସ୍ତଫା

ଆମ୍ବ ଟାକୁଆ ରିପୋର୍ଟକୁ ନେଇ ଦ୍ବନ୍ଦ୍ବ, ହାଇଡ୍ରାଜେନ ସଲଫାଇଡରେ ମୃତ୍ୟୁ ହୁଏକି ? ଏମିତି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ନୀରବି ଯାଇଛି ମାଣ୍ଡିପଙ୍କା (ETV Bharat Odisha)

ଖବରକାଗଜଠାରୁ ଟେଲିଭିଜନ ଏବଂ ଡିଜିଟାଲ ମିଡିଆ । ସବୁଠି ଶିରୋନାମା ପାଲଟିଥିଲା ଏହି ହୃଦୟ ବିଦାରକ ଘଟଣା । ରାଜ୍ୟ ସରକାର RDC ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ, ଆଗଉଛି ଯାଞ୍ଚ ପ୍ରକ୍ରିୟା । ଆମ୍ୱ ଟାକୁଆ ଜାଉ ଖାଇବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ମାଣ୍ଡିପଙ୍କା ଆଦିବାସୀ ପରିବାରଗୁଡ଼ିକର ଜୀବନ ଯାପନରେ ଆସିବ କି ପରିବର୍ତ୍ତନ ? ଗରିବ ପରିବାର ସଶକ୍ତ ହେବା ପାଇଁ ଯଥେଷ୍ଟ ହେବ କି ସରକାରୀ ସହାୟତା ?

କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାରୁ ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ ଇଟିଭି ଭାରତ

Last Updated : Nov 21, 2024, 5:39 PM IST

ABOUT THE AUTHOR

...view details