କଟକ: ଓଡ଼ିଶା କବାଡ଼ି ଆସୋସିଏସନ୍ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ୭୧ତମ ବରିଷ୍ଠ ରାଜ୍ୟ କବାଡ଼ି ଚମ୍ପିଆନସିପ୍ (ପୁରୁଷ ଓ ମହିଳା) । ଏହା ଆସନ୍ତା ଫେବୃୟାରୀ ୨ ତାରିଖଠାରୁ ୪ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ । ଏଥିରେ ଉଭୟ ପୁରୁଷ ଓ ମହିଳା ବିଭାଗରେ 28ଟି ଜିଲ୍ଲା ଓ 6ଟି ୟୁନିଟ ସହ ପ୍ରାୟ 8 ଶହ ପ୍ରତିଯୋଗୀ ଭାଗ ନେବେ ।
ଓଡ଼ିଶା ସରକାରଙ୍କ କ୍ରୀଡ଼ା ବିଭାଗ, କଟକ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ଓ ବାରବାଟୀ କବାଡ଼ି କ୍ଲବ ସହଯୋଗରେ ଅନୁଷ୍ଠିତ ହେବାକୁ ଯାଉଛି 71ତମ ବରିଷ୍ଠ ରାଜ୍ୟ କବାଡ଼ି ଚମ୍ପିଆନସିପ୍ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ବିଭିନ୍ନ ଅଫିସିଆଲ୍ କ୍ରୀଡ଼ା ସଂଘରୁ ଓଡ଼ିଶା ପୋଲିସ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର, ସୋଆ ବିଶ୍ୱବିଦ୍ୟାଳୟ, ହାଇଟେକ୍ ଗ୍ରୁପ୍ ଶିକ୍ଷାନୁଷ୍ଠାନ, କିଟ୍ ବିଶ୍ଵବିଦ୍ୟାଳୟ ଓ ପୂର୍ବତଟ ରେଳବାଇର ୮୦୦ ପୁରୁଷ ଓ ମହିଳା ଖେଳାଳୀ ଅଂଶଗ୍ରହଣ କରିବେ । ଏହି ରାଜ୍ୟ ଚମ୍ପିଆନସିପ୍ରେ ୧୨୦ ଜଣ ପ୍ରଶିକ୍ଷକ, ୮୦ ଜଣ ଅଫିସିଆଲ ଓ ବୈଷୟିକ ଅଧିକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ କବାଡ଼ି ଖେଳାଳୀ ଓ ବିଭିନ୍ନ ଜିଲ୍ଲାର ଦକ୍ଷ ପ୍ରଶିକ୍ଷକମାନେ ମଧ୍ୟ ଯୋଗଦେବେ ।
ଏହା ମଧ୍ୟ ପଢ଼ନ୍ତୁ.....ଫେବୃଆରୀ 4ରୁ 73ତମ ଜାତୀୟ ଜୁନିୟର ବାସ୍କେଟ ବଲ ପ୍ରତିଯୋଗିତା