ଓଡିଶା

odisha

By ETV Bharat Odisha Team

Published : Feb 2, 2024, 10:42 PM IST

ETV Bharat / state

ନୂଆପଡ଼ାରେ ନୂଆ-ଓ କାର୍ଯ୍ୟକ୍ରମ, ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପାଣ୍ଡିଆନ

Nua 'O' Programme In Nuapada: ଦିନିକିଆ ନୂଆପଡ଼ା ଜିଲ୍ଲାଗସ୍ତରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ । କଠୋର ପରିଶ୍ରମ , ଦିନକୁ ୧୪ ଘଣ୍ଟା ପାଠପଢିବା ଏବଂ ସୋସିଆଲ ମିଡ଼ିଆରେ ସମୟ ନଷ୍ଟ ନ କରିବାକୁ ଦେଲେ ଆହ୍ୱାନ । ଅଧିକ ପଢନ୍ତୁ

ନୂଆପଡ଼ାରେ ନୂଆ 'ଓ' କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପାଣ୍ଡିଆନ
ନୂଆପଡ଼ାରେ ନୂଆ 'ଓ' କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପାଣ୍ଡିଆନ

ନୂଆପଡ଼ାରେ ନୂଆ 'ଓ' କାର୍ଯ୍ୟକ୍ରମ , ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଲେ ପାଣ୍ଡିଆନ

ନୂଆପଡ଼ା:ଜିଲ୍ଲା ଦିନିକିଆ ଗସ୍ତରେ ଭି.କେ ପାଣ୍ଡିଆନ । ଆୟୋଜିତ ନୂଆ 'ଓ' କାର୍ଯ୍ୟକ୍ରମରେ ଯୋଗଦେବା ସହ ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର । ଜୀବନରେ ସଫଳତାର ଶୀର୍ଷ ପହଞ୍ଚିବାକୁ ହେଲେ କଠିନ ପରିଶ୍ରମ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି । ସେ ହେଲିକେପ୍ଟର ଯୋଗେ ଗୋତମା ଏୟାରଷ୍ଟ୍ରିପରେ ପହଞ୍ଚିଥିଲେ । ପରେ ନେସନାଲ କଲେଜ ପରିସରେ ଆୟୋଜନ କରାଯାଇଥିବା ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ, ୧୨ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ବିଶାଳ ସମାବେଶକୁ ସମ୍ବୋଧନ କରିଥିଲେ ।

ଏହି ଆବସରରେ ସେ ଜୀବନରେ ସଫଳତାର ଶୀର୍ଷରେ ପାହଞ୍ଚିବା ପାଇଁ କଲେଜ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ସଫଳତା ହେବା ପାଇଁ କଠୋର ପରିଶ୍ରମ କରିବା, ଦିନକୁ ଅତିକମରେ ୩୦ମିନିଟ ବ୍ୟାୟାମ ଯୋଗା କରିବା , ପ୍ରତିଦିନ ୧୫ମିନିଟ ଧ୍ୟାନ ମେଡିଟେସନ କରିବା । ଏହାସହ କଠୋର ପରିଶ୍ରମ କରି ପ୍ରତ୍ୟେକ ଦିନ ୧୪ ଘଣ୍ଟା ପାଠପଢିବା, ସୋସିଆଲ ମିଡ଼ିଆରେ ଅତ୍ୟଧିକ ସମୟ ନଷ୍ଟ ନ କରିବା ଏବଂ ଗୁରୁଜନଙ୍କୁ ସମ୍ମାନ ଦେବା । ଏହିସବୁ ଦିଗପ୍ରତି ଗୁରୁତ୍ୱ ଦେଲେ ଜୀବନରେ ନିଶ୍ଚୟ ସଫଳତା ପାଇବା ବୋଲି ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପାଠ ପଢିବା ସହିତ ବହୁମୁଖୀ ପ୍ରତିଭା ହେବା ପାଇଁ ଚେଷ୍ଟା କରିବା । ଖେଳକୁଦ ସହିତ କଳା ପ୍ରତି ରୁଚି ରଖିବା । ଆମ ଭିତରୁ କେହିକେହି ସେଲିବ୍ରେଟି , କ୍ରୀଡ଼ାବିତ ,ସଂଗୀତଜ୍ଞ ଏବଂ ସିନେମା ଷ୍ଟାର ହେବେ । ତେଣୁ ପାଠ ପଢିବା ସହିତ ନିଜ ଭିତରେ ଲୁଚି ରହିଥିବା ଟାଲେଣ୍ଟକୁ ପରିପ୍ରକାଶ କରିବା । ଏହାପରେ ଛାତ୍ରଛାତ୍ରୀଙ୍କ ସହିତ ହାତ ମିଶାଇବା ସହ ସେଲ୍ଫି ଉଠାଇଥିଲେ ପାଣ୍ଡିଆନ ।

ଏହା ମଧ୍ୟ ପଢନ୍ତୁ ....ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ, ଆସନ୍ତା ମାସରେ ଗଡ଼ିବ ଲକ୍ଷ୍ମୀ ବସ

ଏହା ପରେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀସ୍ତରୀୟ ବୋଡେ଼ନ ବ୍ଳକ ବିନୋପୁର ଠାରେ ଏକ ସାଧାରଣ ସଭାରେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ସୂଚନା ଦେଇଛନ୍ତି । ଗତ୨୦୨୩ ମେ ମାସରେ ନୂଆପଡ଼ା ଜିଲ୍ଲାଗସ୍ତ କରି ସାଧାରଣ ଲୋକଙ୍କ ଠାରୁ ୮୪୦ଟି ଦରଖାସ୍ତ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୭୮୦ଟି ଦରଖାସ୍ତକୁ ମୁଖ୍ୟମନ୍ତ୍ରୀ ପୂରଣ କରିଛନ୍ତି । ସେଥିମଧ୍ୟରୁ ସୁନାବେଡ଼ାକୁ ଭଲ ରାସ୍ତା ପାଇଁ ୩୦କୋଟି, ସାଲେପଡ଼ାଠାରେ ୧କୋଟି ୮୦ଲକ୍ଷ ବ୍ୟୟରେ ବିଦ୍ୟାଳୟ ରୂପାନ୍ତରୀକରଣ , ୯କୋଟି ୯୫ଲକ୍ଷ ଯୋଗେଶ୍ୱର ମନ୍ଦିର ରୂପାନ୍ତରୀକରଣ , ୫କୋଟି ୮୦ଲକ୍ଷ ବୋଡେ଼ନ ପାତାଳ ଗଙ୍ଗା ରୂପାନ୍ତରୀକରଣ, ରୁଣ୍ଡି ରେଢ଼ାମାଲ ଠାରେ ବିିଷୁଦ୍ଧ ପାନୀୟଜଳ ପାଇଁ ୪୦ଲକ୍ଷ, ବୋଡେ଼ନ ସିନାପାଲି ବ୍ଲକର ଚାଷ ଜମିକୁ ମେଗା ଲିଫ୍ଟ ଜରିଆରେ ଜଳ ଯୋଗାଣ ପାଇଁ ୩୮୨ କୋଟି ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ପାଣ୍ଡିଆନ କହିଥିଲେ । ତେବେ ଆଜି ମଧ୍ୟ ଲୋକଙ୍କଠାରୁ ବହୁ ଦରଖାସ୍ତ ଗ୍ରହଣ କରିଛନ୍ତି ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details