ETV Bharat / health

ଦାନ୍ତରୁ ରକ୍ତ ଓ ମୁଖ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା - Pyorrhea Cause and treatments - PYORRHEA CAUSE AND TREATMENTS

Cause and treatments of Pyorrhea: ପାଇରିଆ ଦାନ୍ତର ଏକ ରୋଗ । ପାଇରିଆ ହେଲେ ଦାନ୍ତ ମାଢିରେ ଯନ୍ତ୍ରଣା, ଫୁଲିବା ଏବଂ ପାଟିରୁ ଦୁର୍ଗନ୍ଧ ବାହାରିବା ଭଲ ଲକ୍ଷଣ ଦେଖାଯାଏ । କେମିତି ଏହି ସମସ୍ୟା ଦୂର କରିବେ, ଜାଣନ୍ତୁ ଦନ୍ତ ବିଶେଷଜ୍ଞଙ୍କଠାରୁ

ଦାନ୍ତରୁ ରକ୍ତ ଓ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା
ଦାନ୍ତରୁ ରକ୍ତ ଓ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା (ETV Bharat)
author img

By ETV Bharat Health Team

Published : Sep 24, 2024, 2:36 PM IST

Updated : Sep 24, 2024, 7:46 PM IST

ଭୁବନେଶ୍ବର: ଦାନ୍ତ ଆମ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗ । କେବଳ ଏହା ଖାଦ୍ୟ ଚୋବାଇବାରେ ସାହାଯ୍ୟ କରେନି, ବରଂ ମୁହଁର ସୁନ୍ଦରତା ମଧ୍ୟ ବଢାଇଥାଏ । ତେଣୁ ସବୁବେଳେ ନିଜର ପାଟି ଓ ଦାନ୍ତ ସଫା ରଖିବା ଉଚିତ୍ । ଆମେ ଭଲ ଭାବେ ଦାନ୍ତର ଯତ୍ନ ନନେଲେ ପାଟିରୁ ଦୁର୍ଗନ୍ଧ ଆସିବା ଆରମ୍ଭ କରେ । ଯେଉଁଥିପାଇଁ ଅନ୍ୟମାନଙ୍କ ସହ କଥା ହେବା ବେଳେ ଲଜ୍ଜାଜନକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ । କିଛି ଲୋକ ଦାନ୍ତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । କୌଣସି ଖାଦ୍ୟ ଖାଇବା ଏବଂ ଠିକ୍ ଭାବେ ପାଟି ନଧୋଇବା ଯୋଗୁଁ ଦାନ୍ତରେ ଖାଦ୍ୟ ଜମା ହୋଇଥାଏ । ଫଳରେ ଏଠରେ ଥିବା ବ୍ୟାକ୍ଟେରିଆ ମୁଖ ଦୁର୍ଗନ୍ଧ ସୃଷ୍ଟି କରିବା ସହ ମାଢି ଯନ୍ତ୍ରଣା ହୁଏ ଓ ରକ୍ତ ବାହାରେ । ଯାହାକୁ ପାଇରିଆ କୁହନ୍ତି । ପାଇରିଆ ହେଉଛି ଦାନ୍ତ ସହ ଜଡିତ ଏକ ରୋଗ । ଦାନ୍ତ ମାଢିରେ ଯନ୍ତ୍ରଣା, ଫୁଲିବା ଏବଂ ପାଟିରୁ ଦୁର୍ଗନ୍ଧ ବାହାରିବା ଭଲ ଲକ୍ଷଣ ଥିଲେ ଏହାକୁ ପାଇରିଆ କୁହାଯାଏ । ପାଇରିଆ ହେଲେ ଦାନ୍ତ ଦୁର୍ବଳ ହୋଇଯାଏ ।

ଏନେଇ ଦନ୍ତ ବିଶେଷଜ୍ଞ ହରିଶ ପାଠକ କହିଛନ୍ତି, "ଯଦି ବ୍ରସ କଲା ପରେ ପାଟିରୁ ଦୁର୍ଗନ୍ଧ ଆସୁଛି, ତାହେଲେ ଆପଣ ନିଜ ଦାନ୍ତ କିମ୍ବା ପାଟି ଭଲ ଭାବେ ସଫା କରୁନାହାନ୍ତି । ଏହାର ଅର୍ଥ ଦୁଇଟି ଦାନ୍ତ ମଝିରେ ଏବଂ ଦାନ୍ତ ମାଢି ମଝିରେ ଖାଦ୍ୟ ପଶି ତାହା ଷ୍ଟୋନ ହୋଇସାରିଛି । ଏହାକୁ କାଲକୁଲେସ କୁହାଯାଏ । ଏଥିରେ ଦୁଇଟି ଷ୍ଟେଜ ରହିଥାଏ । ଗୋଟିଏ ହେଲା ବ୍ଲାକ ଷ୍ଟେଜ । ଏଥିରେ ଦାନ୍ତ ଉପରେ ଧଳା ରଙ୍ଗର ଆସ୍ତରଣ ଦେଖାଯାଏ, ଏହାକୁ ଦୀର୍ଘ ଦିନ ପର୍ଯ୍ଯନ୍ତ ଭଲ ଭାବରେ ସଫା ନକଲେ ତାହା କ୍ୟାଲସି ଫାଇଡ ହୋଇଯାଇଥାଏ । ଯାହାକୁ କ୍ଯାଲକୁଲେସ କୁହନ୍ତି । ଏହି କ୍ଯାଲକୁଲେସ ଉପରେ ବ୍ୟାକ୍ଟେରିଆ ରହିଥାଏ ଯାହାକି ପାଟିରେ ଦୁର୍ଗନ୍ଧ ସୃଷ୍ଟି କରିଥାନ୍ତି । ଏହାକୁ ପାଇରିଆ କହିଥାନ୍ତି ।"

ଦାନ୍ତରୁ ରକ୍ତ ଓ ମୁଖ ଦୁର୍ଗନ୍ଧ ବାହାରୁଥିଲେ, ହୋଇପାରେ ଏହି ସମସ୍ୟା (ETV Bharat)
ପାଇରିଆ ଲକ୍ଷଣ:-

1. ଦାନ୍ତ ମାଢିରୁ ରକ୍ତସ୍ରାବ ହେବା
2. ମାଢି ଫୁଲିବା
3. ବ୍ରସ କଲା ପରେ ମଧ୍ୟ ପାଟିରୁ ଦୁର୍ଗନ୍ଧ ବାହାରିବା
4. ମାଢି ବିନ୍ଧା ହେବା

ପାଇରିଆ ଚିକିତ୍ସା:-
ଦାନ୍ତ ସହ ମାଢି଼ ସବୁବେଳେ ସଫା ରଖନ୍ତୁ
ଜିଭ ଭଲ ଭାବେ ଧୋଇବା ଆବଶ୍ୟକ
ଦିନକୁ ଦୁଇ ଥର ବ୍ରସ୍ କରନ୍ତୁ

ଖାଦ୍ୟ ଖାଇ ସାରିବା ପରେ ଭଲ ଭାବେ ପାଟି ଧୂଅନ୍ତୁ

ପାଇରିଆର ଘରୋଇ ଉପଚାର:-

ପାଇରିଆକୁ ନେଇ ଦନ୍ତ ବିଶେଷଜ୍ଞ ହରିଶ ପାଠକ କହିଛନ୍ତି, "ଏବେ ଲୋକମାନେ ଦାନ୍ତରେ ଅଏଲ ପୁଲିଂ କରୁଛନ୍ତି । ଏକ ଚାମଚ ନଡିଆ ତେଲ ନେଇ ଭଲ ଭାବେ ପାଟିରେ କୁଳି କରିବେ । ଏହାକୁ ଅତିବେଶୀରେ 5 ମିନିଟ ପାଟିରେ ରଖିବେ । ଏହି ତେଲ କିଛି ମାତ୍ରାରେ ବ୍ୟାକ୍ଟେରିଆକୁ ମାରିବାରେ ସଫଳ ହୋଇଥାଏ । ସପ୍ତାହକୁ ଗୋଟିଏ ଥର ଅଏଲ ପୁଲିଂ କରିପାରିବେ ।'' ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏକ ଗ୍ଲାସ୍ ଉଷୁମ ପାଣିରେ ୨ ଚାମଚ ଲୁଣ ପକାଇ ଦିନକୁ ୨ରୁ ୩ ଥର କୁଳି କରିବା ଆବଶ୍ୟକ । ଲୁଣରେ ଥିବା ଗୁଣ ଯୋଗୁଁ ଦାନ୍ତରେ ଯନ୍ତ୍ରଣା, ଦାନ୍ତମୂଳ ଫୁଲିବା, ରକ୍ତ ବାହାରିବା ଭଳି ସମସ୍ୟା ଦୂର ହୋଇଥାଏ । ଏଥିସହ ନିମ୍ବ ପତ୍ରର ରସ ବାହାର କରି ଏହାକୁ ପ୍ରତିଦିନ ଦାନ୍ତରେ ଘଷି ପାରିବେ । ଏହାଦ୍ୱାରା ଦାନ୍ତ ଫୁଲା ଓ ପାଟିରୁ ଦୁର୍ଗନ୍ଧ କମିବା ସହିତ ଦାନ୍ତ ଓ ମାଡି ଯନ୍ତ୍ରଣା ଦୂର ହୋଇପାରିବ ।

କେଉଁ ବୟସର ଲୋକଙ୍କୁ ଅଧିକ ହୁଏ ପାଇରିଆ:-

ସବୁ ବୟସର ଲୋକଙ୍କ ମଧ୍ୟରେ ପାଇରିଆ ସମସ୍ୟା ଦେଖାଯାଇପାରେ । ବିଶେଷ ଭାବେ ଛୋଟ ପିଲାଙ୍କ କ୍ଷେତରେ ଅଧିକ ଦେଖାଯାଏ । ସେମାନଙ୍କ ପାଟିରୁ ଅତ୍ୟଧିକ ଦୁର୍ଗନ୍ଧ ବାହାରିଥାଏ । କାରଣ ସେମାନେ ଅଧିକ ଚକୋଲେଟ, କୋଲଡ୍ରିଙ୍କ୍ସ ପିଉଛନ୍ତି । ଏହି ଖାଦ୍ଯ ଦାନ୍ତରେ ଲାଗି ରହିଥାଏ । ଭଲ ଭାବରେ ବ୍ରସ ନକଲେ ସଫା ହୋଇନଥାଏ । ଯାହାଫଳରେ ମୁଖ ଦୁର୍ଗନ୍ଧ ସମସ୍ୟା ହୋଇଥାଏ । ଯେଉଁ ଲୋକମାନେ ପାନ ଗୁଟୁଖା ଖାଉଛନ୍ତି ସେମାନଙ୍କଠାରେ ମଧ୍ୟ ପାଇରିଆ ଅଧିକ ଦେଖାଯାଇଥାଏ । ଏହାସହ କ୍ୟାନ୍ସର ପୀଡିତ ଲୋକଙ୍କ କ୍ଷେତ୍ରରେ ମଧ୍ୟ ଦେଖାଯାଇଥାଏ ବୋଲି କହିଛନ୍ତି ଦନ୍ତ ଚିକିତ୍ସକ । ସେହିପରି ଅଧିକ ପିଆଜ, ରସୁଣ ଖାଉଥିଲେ ଏବଂ ଭଲ ଭାବେ ପାଟି ଧୋଉନଥିଲେ ମୁଖ ଦୁର୍ଗନ୍ଧ ସମସ୍ୟା ହୋଇଥାଏ ବୋଲି ସେ କହିଛନ୍ତି ।

ପାଇରିଆ ହେଲେ କ'ଣ କରିବେ :-

1. ଦୈନିକ ଦୁଇ ଥର ବ୍ରସ କରିବା ଆବଶ୍ୟକ । ସକାଳେ ଉଠିବା ପରେ ଏବଂ ରାତିରେ ଶୋଇବା ପୂର୍ବରୁ ବ୍ରସ କରନ୍ତୁ ।
2. ଦାନ୍ତ ଏବଂ ଜିଭକୁ ଭଲ ଭାବରେ ସଫା ରଖନ୍ତୁ ।
3. ମାଉଥ୍ ୱାସ ବ୍ୟବହାର କରନ୍ତୁ ।
4. ଖାଦ୍ୟ ଖାଇବା ପରେ ଭଲ ଭାବରେ ପାଟି ଧୂଅନ୍ତୁ ।
5. ଦାନ୍ତ ଓ ମାଢିରେ ପ୍ଲେକ୍ ଜମା ହେବାକୁ ଦିଅନ୍ତୁ ନାହିଁ । ଯଦି କିଛି ଖାଦ୍ୟ ଦାନ୍ତର ଫାଙ୍କରେ ଫସିଯାଏ ତାହେଲେ ଫ୍ଲସ୍ ବ୍ୟବହାର କରନ୍ତୁ ।

6. ଦାନ୍ତ ଘଷିବା ପାଇଁ ଫ୍ଲୋରାଇଡ୍‌ ଯୁକ୍ତ ପେଷ୍ଟ ବ୍ୟବହାର କରିବା ଉଚିତ୍ ।
7. ବ୍ରସ୍‌ କରିବା ବେଳେ ବ୍ରସ୍‌କୁ ମାଢ଼ି ସହ ୪୫ ଡିଗ୍ରୀ କୋଣରେ ରଖି ଘଷନ୍ତୁ । ଦାନ୍ତର ଭିତର ପଟକୁ ମଧ୍ୟ ବ୍ରସରେ ୪୫ ଡିଗ୍ରୀ କୋଣ କରି ଘଷିବା ଉଚିତ୍ ।
8. ଭିଟାମିନ୍ ଥିବା ଖାଦ୍ୟ ଯେପରିକି- ଅଣ୍ଡା, ମାଂସ, ବିନ୍, ତଟକା ସବୁ ପରିବା, କମଳା, ଲେମ୍ବୁ ଓ ଟମାଟୋ ଆଦି ଖାଆନ୍ତୁ । ମିଠା ଯୁକ୍ତ ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ ।

ଏହା ମଧ୍ୟ ପଢନ୍ତୁ: ଗାଡିରେ ଯାତ୍ରା କଲେ ବାନ୍ତି ହେଉଛି କି ? ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଘରୋଇ ଟିପ୍ସ - Motion sickness prevention
ଏହା ମଧ୍ୟ ପଢନ୍ତୁ: କାହିଁକି ହୁଏ ସ୍ତନ କର୍କଟ ? ଏହାର ଲକ୍ଷଣ ଓ ନିରାକରଣ ବିଷୟରେ କହିଲେ ଡାକ୍ତର - Breast Cancer

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 24, 2024, 7:46 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.