ETV Bharat / business

ସେୟାର ମାର୍କେଟରେ ସର୍ବକାଳୀନ ରେକର୍ଡ, ପ୍ରଥମ ଥର ପାଇଁ ସେନସେକ୍ସ 85 ହଜାର ପାର, ୨୬ ହଜାର ନିକଟତର ନିଫଟି - Share Market Update

author img

By ETV Bharat Odisha Team

Published : 2 hours ago

Share Market Update: ସେୟାର ବଜାରର ନୂତନ ରେକର୍ଡ, ଇତିହାସରେ ପ୍ରଥମ ଥର ୮୫ ହଜାର ଟପିଲା ସେନସେକ୍ସ । ନିଫ୍ଟିରେ ବି ରେକର୍ଡ । ଅଧିକ ପଢ଼ନ୍ତୁ

Share Market Update
Share Market Update (ETV Bharat Odisha)

ମୁମ୍ବାଇ: ପାର୍ବଣ ପୂର୍ବରୁ ସେୟାର ମାର୍କେଟରେ ସର୍ବକାଳୀନ ରେକର୍ଟ । ଇତିହାସ ରଚିଲା ସେୟାର ବଜାର । ଷ୍ଟକ ମାର୍କେଟରେ ଜବରଦସ୍ତ ଉତ୍ସାହ । ସର୍ବକାଳୀନ ରେକର୍ଡ ଭାଙ୍ଗିଲା ୩୦ ସେୟାର ଆଧାରିତ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (BSE) ସୂଚକାଙ୍କ ସେନସେକ୍ସ । ପ୍ରଥମ ଥର ପାଇଁ ୮୫ ହଜାର ଅଙ୍କ ପାର କରିଛି ସେନସେକ୍ସ (SENSEX) । ସେହିପରି ୫୦ ସେୟାର ଆଧାରିତ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (NSE) ସୂଚକାଙ୍କ ନିଫ୍ଟ (nifty) ମଧ୍ୟ ଉପରମୁହାଁ ରହି ରେକର୍ଡ ସୃଷ୍ଟି କରିଛି ।

ରେକର୍ଡ କଲା ସେନସେକ୍ସ:

ସେୟାର ମାର୍କେଟ ପୁଣି ଥରେ ଏକ ନୂତନ ମାଇଲଖୁଣ୍ଟ ଅତିକ୍ରମ କରିଛି । ପ୍ରଥମ ଥର ପାଇଁ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଲା ସେନସେକ୍ସ । ବାଣିଜ୍ୟ ସପ୍ତାହର ଦ୍ବିତୀୟ ଦିନ (ମଙ୍ଗଳବାର) ସେନସେକ୍ସ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି । ଆଜି ସକାଳେ ଷ୍ଟକ ବଜାର ଖୋଲିବା ପରେ ୮୪,୯୯୯.୭୬ ପଏଣ୍ଟରେ କାରବାର ଆରମ୍ଭ କରିଥିଲା । ଏହାପରେ ୧୦.୧୦ ମିନିଟ ସମୟରେ ୮୫ ମାର୍କ ପାର କରିଥିଲା ବିଏସଇ ସେନସେକ୍ସ । ପରେ ସେୟାର ବଜାରରେ ସେନସେକ୍ସ ୧୦୦ରୁ ଅଧିକ ପଏଣ୍ଟ ବୃଦ୍ଧି ପାଇ ୮୫,୧୦୬.୬୨ ପଏଣ୍ଟରେ ପହଞ୍ଚି ରେକର୍ଡ ସୃଷ୍ଟି କରିଛି । ଗତକାଲି (ସୋମବାର) ୮୪, ୯୨୮.୬୧ ପଏଣ୍ଟରେ କାରବାର ବନ୍ଦ କରିଥିଲା ବିଏସଇ ସେନସେକ୍ସ ।

ଏହା ମଧ୍ୟ ପଢ଼ନ୍ତୁ...ସେୟାର ବଜାରରେ ଝଡ଼, ନିବେଶକଙ୍କ ବୁଡ଼ିଗଲା ୧୫ ଲକ୍ଷ କୋଟି - Share Market Highlights

ଏହା ମଧ୍ୟ ପଢ଼ନ୍ତୁ...ସଞ୍ଚୟ ନା ନିବେଶ ? କ'ଣ କଲେ ପାଇବେ ଧନୀ ହେବାର ସୌଭାଗ୍ୟ ଜାଣନ୍ତୁ - Saving Vs Investing

ଏହା ମଧ୍ୟ ପଢ଼ନ୍ତୁ...ଏକଜିଟ ପୋଲ ରିପୋର୍ଟ ପରେ ଉଛୁଳିଲା ସେୟାର ବଜାର, ଭାଙ୍ଗିଲା 4 ବର୍ଷର ରେକର୍ଡ - Share Market

ନିଫ୍ଟିରେ ବି ରେକର୍ଡ:

ସେପଟେ ୫୦ ସେୟାର ଆଧାରିତ ଏନଏସଇ ନିଫ୍ଟିରେ ମଧ୍ୟ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି । ସେନସେକ୍ସ ଭଲୁ ନଫ୍ଟି ମଧ୍ୟ ରେକର୍ଡ କରିଛି । ଆଜି ସକାଳେ ୫୦ ଇଣ୍ଡେକ୍ସ ନିଫ୍ଟି ୨୫,୯୩୦.୦୦ ପଏଣ୍ଟେର କାରବାର ଆରମ୍ଭ କରିଥିଲା । ନିଫ୍ଟି ୨୬ ହଜାର ପଏଣ୍ଟ ସ୍ତର ଅତିକ୍ରମ କରିବା ଆଶା କରାଯାଉଥିଲେ । ପରେ ଏନଏସଇ ୨୬ ହଜାର ପଏଣ୍ଟ ପାର କରି ରେକର୍ଡ କରିଛି । ଆଜି ସର୍ବାଧିକ ୨୬୦୧୧.୫୫ ପଏଣ୍ଟରେ ପହଞ୍ଚିଛି ନିଫ୍ଟି । ଏନଏସଇ ନିଫ୍ଟି ଗତକାଲି ୨୫,୯୩୯.୦୫ ପଏଣ୍ଟରେ କାରବାର ଶେଷ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.