ETV Bharat / state

କମିଶନରେଟ ପୋଲିସକୁ ବଡ ସଫଳତା, ୫ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ - 5 ACCUSE ARRESTED

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗୋଚାଲାଣ ମାମଲାରେ ଆନ୍ଧ୍ରପ୍ରଦେଶ ପୋଲିସକୁ ଗୁଳିମାଡ କରି ଖସିଥିଲା ଅଭିଯୁକ୍ତ ।

5 ACCUSE ARRESTED
5 ACCUSE ARRESTED (ETV Bharat Odisha)
author img

By ETV Bharat Odisha Team

Published : Dec 25, 2024, 10:59 PM IST

ଭୁବନେଶ୍ୱର: କମିଶନରେଟ ପୋଲିସକୁ ବଡ ସଫଳତା । ୫ ଦୁର୍ଦ୍ଦାନ୍ତ ଗୋଚାଲାଣକାରୀ, ମୋରମ ଓ ବାଲି ମାଫିଆ ଗିରଫ । ରାଜଧାନୀ ଭୁବନେଶ୍ୱରରେ ଚେକିଂ ବେଳେ ୫ ଦୁର୍ଦ୍ଦାନ୍ତ ଅଭିଯୁକ୍ତକୁ ଧରିଛି ପୋଲିସ। ସେମାନଙ୍କ ନିକଟରୁ ୨ଟି ବନ୍ଧୁକ, ୩ଟି ମାଉଜର, ୧୫ ରାଉଣ୍ଡ ଗୁଳି, ୮୪ ହଜାର ଟଙ୍କା କ୍ୟାସ, ଚାରି ଚକିଆ ଯାନ ଜବତ କରିଛି ପୋଲିସ ।

5 ACCUSE ARRESTED (ETV Bharat Odisha)

୫ ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି, "ଏମାନେ ଲୁଟପାଟ କରନ୍ତି । କେବଳ ଭୁବନେଶ୍ୱର ନୁୁୁହେଁ, ପୁରୀ, କଟକ, ଖୋର୍ଦ୍ଧା ଓ ଜଗତସିଂହପୁର ଆଦି ଆଖପାଖ ଜିଲ୍ଲାରେ ଅପରାଧ ଘଟାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଭବାନୀ ମହାନ୍ତି, ମହମ୍ମଦ ଜାକିର, ରେହମ୍ମତ ଅଲ୍ଲି, ଦିପକ କୁମାର ସାହୁ, ସଂଗ୍ରାମ ପ୍ରଧାନ (ଚନ୍ଦନ) । ଲୁଟପାଟ କରିବା, ମୋରମ ଚାଲଣ କରିବା, ଲୋକମାନଙ୍କୁ ଧମକ ଚମକ ଦେଲା ଭଳି ଅନେକ ମାମଲା ଏମାନଙ୍କ ନାଁରେ ପୂର୍ବରୁ ରହିଛି ।"

5 ACCUSE ARRESTED
5 ACCUSE ARRESTED (ETV Bharat Odisha)

ଆନ୍ଧ୍ରପ୍ରଦେଶ ପୋଲିସ ଉପରେ ଚଳାଇଥିଲେ ଗୁଳି

ପୋଲିସ ତଦନ୍ତ ବେଳେ ଜଣାପଡିଛି ଯେ, ଗତ ୧୬ ତାରିଖ ଦିନ ଏକ କଣ୍ଟେନରରେ ଗୋଚାଲାଣବେଳେ ଆନ୍ଧ୍ରପ୍ରଦେଶ ପୋଲିସ ପିଛା କରୁଥିଲା । ସେହି ସମୟରେ ଅନିଲ ଓରଫ ରେହମ୍ମତ ଅଲ୍ଲି ସେଠାରୁ ଗୁଳିମାଡ଼ କରି ଖସିଆସିଥିଲା । ଏନେଇ କାକିନାଡ଼ା ପୋଲିସ ଷ୍ଟେସନରେ ଗତ ୧୬ତାରିଖରେ ମାମଲା ରୁଜ୍ଜୁ କରାଯାଇଛି । କେବଳ ଆନ୍ଧ୍ରପ୍ରଦେଶ ନୁହେଁ ଅନିଲ ସେଠାରୁ ଆସିବା ପରେ ଖୋର୍ଦ୍ଧା ନିକଟରେ ଗୋଚାଲାଣ ବେଳେ ମଧ୍ୟ ଫାୟାରିଂ କରି ମଧ୍ୟ ଖସି ବୁଲୁଥିଲା । ଅନିଲକୁ ଧରିବା ପାଇଁ ଓଡ଼ିଶା ପୋଲିସ ଆଲର୍ଟ ଜାରି କରିଥିଲା । ଅନିଲ ନାଁରେ ତିନୋଟି ମାମଲା ରହିିଛି । ଚନ୍ଦକା ଥାନା ଅଞ୍ଚଳରେ ଏକ କାରରେ ବୁଲୁଥିବାବେଳେ ଚେକିଂ ସମୟରେ ଅନିଲ ସହ ଆଉ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

5 ACCUSED ARRESTED
5 ACCUSED ARRESTED (ETV Bharat Odisha)

ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ରହିଛି ମାମଲା:

ପୋଲିସ ସୂଚନା ଅନୁଯାୟୀ, ଧରାପଡିଥିବା ଅନ୍ୟଜଣେ ଅଭିଯୁକ୍ତ ଭବାନୀ ମହାନ୍ତି, ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରେ ଏକ ମହିଳାଙ୍କ ସହ ଧସ୍ତାଧସ୍ତି ଓ ମାରପିଟ୍ କରୁଥିବା ନେଇ ମାସକ ତଳେ ରିପୋର୍ଟ ହୋଇଥିଲା । ଏଥିସହ ବିରିଡି ଥାନା, କୁଜଙ୍ଗ ଥାନା, ଦରଘାବଜାର, ଆଠଗଡ଼ ଓ କଟକ ସଦର ଥାନାରେ ତା ନାଁରେ ମାମଲା ଥିବା ଜଣାପଡିଛି । ସଂଗ୍ରାମ ପ୍ରଧାନ ଓରଫ ଚନ୍ଦନ ନାଁରେ ଗତ କିଛି ଦିନ ତଳେ ଏକ ମୋରମ ଗାଡି ଚାଲାଣ ବେଳେ ଫଲ୍ସ ଫାୟାରି ଭଳି ଘଟଣା ସହ ମୋଟ ୭ଟି ମାମଲା ରହିଛି ।

ଏହାମଧ୍ୟ ପଢନ୍ତୁ...

ଝାରପଡ଼ା ଜେଲରେ ଅପରାଧିଙ୍କ ଆତଙ୍କ, ଜେଲରଙ୍କୁ ପିଟି ହାତ କାଟି ଦେଲେ

ଟ୍ରେଡିଂ ଆପ୍‌ରେ ଜାଲରେ ଡାକ୍ତର; ଲୁଟି ନେଲେ 87 ଲକ୍ଷ, ରାଜସ୍ଥାନରୁ ୨ ଠକଙ୍କୁ ଧରିଲା ଓଡ଼ିଶା ପୋଲିସ - Cyber ​​fraud in trading apps

VIP କାର ଭାବେ ଖସି ଯାଉଥିଲା ଦାମୀ କାର; ଗୋଡେଇ ଧରିଲା ପୋଲିସ, ପରେ ମିଳିଲା... - Operation Black Smoke

ସୀମା ଟପୁଛନ୍ତି ଅପରାଧି, ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ମହିଳା ଗୁରୁତର - Miscreants Attacks Women

ଅନ୍ୟପଟେ ଅନିଲକୁ ରିମାଣ୍ଡରେ ନେବା ପାଇଁ ଆନ୍ଧ୍ରପ୍ରଦେଶ ପୋଲିସର ଏକ ଟିମ କମିଶନରେଟ ପୋଲିସ ସହ ଯୋଗାଯୋଗ କରିଥିବା ସୂଚନା ରହିଛି । କୋଲକeତାର ଏକ ବଡ଼ କମ୍ପାନୀ ସହ ଏମାନଙ୍କ ଗୋ ଚାଲାଣ ସିଣ୍ଡିକେଟର ତନାଘନା କରୁଛି କାକିନାଡ଼ା ଥାନା ପୋଲିସ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.