ETV Bharat / state

ଜାତିସଂଘରେ 'ମାସିକ ଋତୁସ୍ରାବ ଛୁଟି' ଦାବି ଉଠାଇଲେ ଓଡ଼ିଶା ଝିଅ, ୪୦ ରାଷ୍ଟ୍ରମୁଖ୍ୟଙ୍କୁ ଦେଲେ ଆହ୍ବାନ - paid period leave

author img

By ETV Bharat Odisha Team

Published : 2 hours ago

Paid Menstrual Leaves: ଜାତିସଂଘରେ ଉଠିଲା ମହିଳାମାନଙ୍କୁ ସବୈତନିକ ମାସିକ ଋତୁସ୍ରାବ ଛୁଟି ପ୍ରସଙ୍ଗ । ଜାତିସଂଘ ମହାସଭାରେ ଦାବି ଉଠାଇଲେ ଓଡ଼ିଶା ସମାଜସେବୀ । ୪୦ ରାଷ୍ଟ୍ରମୁଖ୍ୟଙ୍କୁ କଲେ ନିବେଦନ ।

Ranjeeta Priyadarshini
Ranjeeta Priyadarshini (ETV BHARAT ODISHA)

ହାଇଦ୍ରାବାଦ: ଜାତିସଂଘ ମହାସଭାରେ ମହିଳାଙ୍କ ପାଇଁ ସ୍ବର ଉଠାଇଲେ କଲେ ଓଡ଼ିଆ ଝିଅ ରଞ୍ଜିତା ପ୍ରିୟଦର୍ଶିନୀ । ମହିଳାଙ୍କୁ ସବୈତନିକ ମାସିକ ଋତୁସ୍ରାବ ଛୁଟି (Paid Period Leave ) ନେଇ ନ୍ୟୁୟର୍କର 79ତମ ମିଳିତ ଜାତିସଂଘ ମହାସଭା (UNGA) 'ଭବିଷ୍ୟତର ସମ୍ମିଳନୀ'ରେ ଦାବି କରିଛନ୍ତି ଓଡ଼ିଶା ସମାଜସେବୀ ରଞ୍ଜିତା ପ୍ରିୟଦର୍ଶିନୀ । ଓଡ଼ିଶାରେ କର୍ମଜାବୀ ମହିଳାଙ୍କୁ ମାସିକ ଋତୁସ୍ରାବ ପାଇଁ ଛୁଟି ମିଳିବା ନେଇ ସରକାର ନେଇଥିବା ପଦକ୍ଷେପକୁ ନେଇ ପ୍ରଶଂସା କରି ଧନ୍ୟବାଦ ଜଣାଇଛନ୍ତି । ଏଥିସହ ବିଶ୍ୱର ୪୦ରୁ ଅଧିକ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ସବୈତନିକ ମାସିକ ଋତୁସ୍ରାବ ଛୁଟି ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-କର୍ମଜୀବୀ ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା; ଋତୁସ୍ରାବ ପାଇଁ ମିଳିବ ଦିନେ ଛୁଟି - MENSTRUATION LEAVE

ଜାତିସଂଘ ମହାସଭାରେ ଓଡ଼ିଆ ଝିଅ:

ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଓଡ଼ିଶାର ସମାଜସେବୀ ରଞ୍ଜିତା ପ୍ରିୟଦର୍ଶୀ କହିଛନ୍ତି, '' ମୁଁ ଖୁସି ମନେ କରୁଛି ଦ୍ୱିତୀୟ ଥର ପାଇଁ ମିଳିତ ଜାତିସଂଘ ସମ୍ମିଳନୀରେ ଯୋଗ ଦେଇପାରିଛି ଏବଂ ମୋର ମୁଖ୍ୟ ପ୍ରସଙ୍ଗ ହେଉଛି ମାସିକ ଋତୁସ୍ରାବ ଛୁଟି ବା ପେଡ ପିରିଅଡ ଲିଭ୍‌ । ଏହାର ଅର୍ଥ ହେଉଛି ସମସ୍ତ ଚାକିରି କରୁଥିବା ମହିଳାମାନଙ୍କୁ ମାସିକ ଋତୁସ୍ରାବ ସମୟରେ ୧ କିମ୍ବା ୨ ଦିନ ଛୁଟି ପାଇବା ଉଚିତ ଏବଂ ଏହା ମଧ୍ୟ ମହିଳାଙ୍କୁ ମିଳିବା ଉଚିତ । ''

ଓଡ଼ିଶା ସରକାରଙ୍କୁ ଦେଲେ ଧନ୍ୟବାଦ:

ରଞ୍ଜିତା ପ୍ରିୟଦର୍ଶିନୀ ଆହୁରି ମଧ୍ୟ କହିଛନ୍ତି ଯେ, ''କେନିଆରେ ମିଳିତ ଜାତିସଂଘ ସମ୍ମିଳନୀରେ ପ୍ରଥମ ଥର ସାମିଲ ହୋଇ ସର୍ବଭାରତୀୟ ସ୍ତରରେ ଏହି ପ୍ରସଙ୍ଗ ଉଠାଇଥିଲି । ଓଡିଶା ସରକାର ଚଳିତ ବର୍ଷ ଅଗଷ୍ଟ ୧୫ ତାରିଖରେ ସରକାରୀ ଓ ଘରୋଇ ସଂସ୍ଥାରେ କାମ କରୁଥିବା ମହିଳାଙ୍କୁ ଋତୁସ୍ରାବ ପାଇଁ ଦିନେ ଛୁଟି ମିଳିବା ନେଇ ଘୋଷଣା କରିଥିଲେ । ଏଥିପାଇଁ ମୁଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ସେହିପରି କର୍ଣ୍ଣାଟକରେ କର୍ମଜୀବୀ ମହିଳାମାନଙ୍କୁ ଋତୁସ୍ରାବ ପାଇଁ ବର୍ଷକୁ ୬ ଟି ସବୈତନିକ ଛୁଟି ନେବା ସରକାର ଘୋଷଣା କରିଛନ୍ତି । ମହିଳାଙ୍କ ପାଇଁ ଏକ ଭଲ ପଦକ୍ଷେପ ନେଇଛନ୍ତି ସରକାର, କିନ୍ତୁ ଏହି ଛୁଟିକୁ ୧୨ ଦିନକୁ ବୃଦ୍ଧି କରିବାକୁ ସେ ନିବେଦନ କରିଛନ୍ତି । ''

୪୦ରୁ ଅଧିକ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଅନୁରୋଧ କଲେ ରଞ୍ଜିତା:

ରଞ୍ଜିତା ପ୍ରିୟଦର୍ଶୀ କହିଛନ୍ତି, ''କେନିଆରେ ଆଉ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ମୋତେ ପ୍ରଥମ ଥର ପାଇଁ କହିବାର ସୁଯୋଗ ଦିଆଯାଇଥିଲା ଏବଂ ମୁଁ ମୋର ସମସ୍ୟା ଉପସ୍ଥାପନ କରିବାର ସୁଯୋଗ ପାଇଥିଲି । ଏଥିପାଇଁ ଜାତିସଂଘର ଅଧିକାରୀମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ମୁଁ ଭାରତ ଫେରି ଆସିବା ପରେ ଓଡି଼ଶା ସରକାର ପେଡ୍ ପିରିଅଡ ଲିଭ ରାଜ୍ୟରେ ଲାଗୁ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୪୦ରୁ ଅଧିକ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ମନ୍ତ୍ରୀମାନଙ୍କୁ ଭେଟି ସେମାନଙ୍କ ଦେଶରେ ପେଡ ପିରିଅଡ ଲିଭ ଲାଗୁ କରିବାକୁ ଅନୁରୋଧ କରିଛି ।

ଏହା ମଧ୍ୟ ପଢନ୍ତୁ-ଶୀଘ୍ର ଋତୁସ୍ରାବ ହେଉଥିଲେ ହୋଇଯାଆନ୍ତୁ ସତର୍କ, ଭବିଷ୍ୟତରେ ଭୋଗିପାରନ୍ତି ବଡ଼ ଅସୁବିଧା - Early Periods And Awareness

ରଞ୍ଜିତା ପ୍ରିୟଦର୍ଶିନୀ କିଏ ?

ସାରା ବିଶ୍ବରେ ସମସ୍ତ ଦେଶରେ ପେଡ ପିରିଡ ଲିଭ ଲାଗୁ କରିବା ନେଇ ଅଭିଯାନ ଚଳାଇଛନ୍ତି ରଞ୍ଜିତା । ଯେତେବେଳେ ସେ ଏକ ଅଫିସରେ କାମ କରୁଥିଲେ, ଋତୁସ୍ରାବ ଯୋଗୁଁ ଛୁଟି ମାଗିଥିଲେ । କିନ୍ତୁ ତାଙ୍କୁ ଅପମାନ ଦିଆଯାଇଥିଲା । ଏହି କାରଣରୁ ସେ ଚାକିରିରୁ ଇସ୍ତଫା ଦେଇଥିଲେ । ରଞ୍ଜିତା ପ୍ରିୟଦର୍ଶିନୀଙ୍କ ଘର ସମ୍ବଲପୁର ଜିଲ୍ଲାରେ । ସେ ଆଇନରେ ସ୍ନାତକ ହାସଲ କରିଛନ୍ତି । ନିଜର ଚାକିରି ଛାଡି ବେତନ ଯୁକ୍ତ ମାସିକ ଋତୁସ୍ରାବ ଛୁଟି ନେଇ ରାଜ୍ୟରୁ ରାଜ୍ୟକୁ ବୁଲି ବୁଲି ସଚେତନତା ସୃଷ୍ଟି କରୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.