ହାଇଦ୍ରାବାଦ: ଜୁଲାଇ ମାସଠାରୁ ରିଲାଏନ୍ସ ଜିଓ, ଏୟାରଟେଲ ଓ ଭୋଡାଫୋନ ଆଇଡିଆର ରିଚାର୍ଜ ପ୍ଲାନର ଦାମ ପ୍ରାୟ 25 ପ୍ରତିଶତ ବୃଦ୍ଧି କରାଯାଇଛି । ଏହାପରେ ଲୋକେ ଏବେ ସରକାରୀ ଟେଲିକମ କମ୍ପାନୀ BSNL ପ୍ଲାନ ସର୍ଚ୍ଚ କରୁଛନ୍ତି । ଏହାକୁ ନଜରରେ ରଖି ଆଜି ଆମେ ଆପଣଙ୍କୁ ବିଏସଏନଏଲର ଶସ୍ତା ଡେଲି 1GB ପ୍ଲାନ ସମ୍ପର୍କରେ କହିବାକୁ ଯାଉଛି । ଯାହାକି ଜିଓ ତୁଳନାରେ ଅଧା ଦାମରେ ମିଳୁଛି । ଯଦି ଫାଇଦା କଥା କହିବା ତେବେ ଏହା ଜିଓ ଭଳି ସମାନ ବୈଧତା ଓ କଲିଂ ସୁବିଧା ଦେଉଛି ।
ଏଠାରେ ଆମେ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL)ର 52ଦିନିଆ ରିଚାର୍ଜ ପ୍ଲାନ ସମ୍ପର୍କରେ ଆଲୋଚନା କରୁଛେ । ବିଏସଏନଏଲ ନିଜ ଗ୍ରାହକଙ୍କୁ 298 ଟଙ୍କାରେ ରିଚାର୍ଜ ପ୍ଲାନ ସହିତ କଲିଂ ଓ ଡେଟା ସୁବିଧା ପ୍ରଦାନ କରୁଛି । ଏହି ପ୍ଲାନ ନିହାତି ଗ୍ରାହକଙ୍କୁ 2ମାସ ପର୍ଯ୍ୟନ୍ତ ଭ୍ୟାଲିଡିଟି ପ୍ରଦାନ କରିବ ନାହିଁ, ବରଂ ଏହା 2ମାସ ରିଚାର୍ଜ ପ୍ଲାନ ଭଳି ଏକ ଶସ୍ତା ଅପସନ ହୋଇପାରିବ । ଏଥିଲାଗି ଯଦି ଆପଣ ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଶସ୍ତା ବିକଳ୍ପକୁ ଖୋଜୁଛନ୍ତି, ତେବେ BSNL ପ୍ଲାନ ଏକ ଭଲ ଅପସନ ହୋଇପାରେ ।
52ଦିନ ପର୍ଯ୍ୟନ୍ତ ମିଳିବ Validity:-
ଅନଲିମିଟେଡ କଲିଂ ଓ ଅନଲିମିଟେଡ ଡେଟା ସହିତ ବିଏସଏନଏଲର ଏହି ପ୍ରି-ପେଡ ପ୍ଲାନ 52ଦିନ ପର୍ଯ୍ୟନ୍ତ ସୁବିଧା ପ୍ରଦାନ କରିବ । ଏହି ପ୍ଲାନରେ ୟୁଜର ଉଭୟ ଲୋକଲ ଓ ଏସଟିଡିରେ ଅନଲିମିଟେଡ ଭଏସ କଲ୍ ସୁବିଧା ମିଳିପାରିବ । ଏହି ପ୍ଲାନରେ ପ୍ରତିଦିନ 1GB ଡେଟା ସହିତ ପ୍ରତିଦିନ 100 SMS ସୁବିଧା ମିଳିଥାଏ । ଏହି ପ୍ଲାନରେ EROS NOW ଏଣ୍ଟରଟେନମେଣ୍ଟ ସର୍ଭିସର ମାଗଣା ସଦସ୍ୟତା ବି ସାମିଲ । ଏହି ପ୍ଲାନ ସେହି ୟୁଜରଙ୍କ ଲାଗି ଯେଉଁମାନେ ଲମ୍ବା ସମୟ ପର୍ଯ୍ୟନ୍ତ ଅନଲିମିଟେଡ ଡେଟା ଓ କଲିଂ ସୁବିଧା ଚାହିଁଥାନ୍ତି ।
BSNLର 797 ଟଙ୍କିଆ ପ୍ଲାନ:-
କମ୍ପାନୀର ଏହି ପ୍ରି-ପେଡ ପ୍ଲାନରେ 300ଦିନ ପର୍ଯ୍ୟନ୍ତ ଭ୍ୟାଲିଡିଟି ମିଳିଥାଏ । ଏହି ପ୍ଲାନରେ ମାଗଣା ଭଏସ କଲିଂ ମଧ୍ୟ ମିଳିଥାଏ । ଏହି ପ୍ଲାନର ପ୍ରଥମ 60ଦିନ ପର୍ଯ୍ୟନ୍ତ ଅନଲିମିଟେଡ ଭଏସ କଲିଂର ସୁବିଧା ମିଳେ । ଏହାସହିତ ପ୍ରତିଦିନ 2GB ଡେଟା ଅଫର ମଧ୍ୟ ମିଳିଥାଏ ।