ଓଡିଶା

odisha

ETV Bharat / state

କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ - Fraudster Arrested In Bhuabaneswar - FRAUDSTER ARRESTED IN BHUABANESWAR

Fraudster Arrested: ମ୍ୟାନେଜମେଣ୍ଟ ପଢୁଆ ଛାତ୍ରଙ୍କ ମହା ଠକେଇ କାରନାମା । ନିବେଶକଙ୍କୁ ଅଧିକ ଲାଭ ଦେଖାଇ ଲୁଟିଥିଲେ ୧କୋଟି ୧୧ଲକ୍ଷ ଟଙ୍କା । ଅଧିକ ପଢନ୍ତୁ

କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ
କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ

By ETV Bharat Odisha Team

Published : Apr 16, 2024, 6:33 PM IST

କର୍ପୋରେଟ ଇନଭେଷ୍ଟ ନାଁରେ ମହାଠକେଇ, କୋଟିଏ ଠକେଇ କରି BBA ଛାତ୍ର ଗିରଫ

ଭୁବନେଶ୍ବର:ପଢୁଥିଲା ମ୍ୟାନେଜମେଣ୍ଟ ପାଠ, ହେଲେ ଠକେଇ ପାଇଁ କରୁଥିଲା ଷଡଯନ୍ତ୍ର । ଅଧିକ ଲାଭ ଦେଖାଇ ନିବେଶକଙ୍କୁ ଲୁଟିବା ପରେ ପୋଲିସ୍ ହାବୁଡରେ ମହାଠକ । ଏନେଇ ଏସିପି ଶରତ ଚନ୍ଦ୍ର ସାହୁ ସୂଚନା ଦେଇ କହିଛନ୍ତି ଯେ, ଗତ ୫ ଫେବୃଆରୀରେ କିଛି ନିବେଶକଙ୍କ ଦ୍ବାରା ସ୍ପେଶାଲ କ୍ରାଇମ ୟୁନିଟକୁ ଠକେଇ ଏକ ଅଭିଯୋଗ ଆସିଥିଲା । ସ୍ପେଶାଲ କ୍ରାଇମ୍ ୟୁନିଟର ଆଣ୍ଟି ଫ୍ରଡ ସେଲ ଏହାର ତଦନ୍ତ କରିଥିଲା । ଏହି ଠକେଇ ପଛର ମାଷ୍ଟରମାଇଣ୍ଡ ୨୧ ବର୍ଷୀୟ ଆତ୍ମଜ୍ୟୋତି ନାୟକ ବୋଲି ଜଣା ପଡିଥିଲା ।

ସେ ଅନଲାଇନରେ Imperial investor ନାଁରେ ବିଜ୍ଞାପନ ଦେଇ ଲୋକଙ୍କୁ ଭଲ ମୁନାଫା ଦେବାର ଲୋଭ ଦେଖାଇ ନିବେଶକଙ୍କୁ ନିବେଶ ପାଇଁ କହୁଥିଲା । ଏନେଇ‌ ଅନେକ ଲୋକ ବିଜ୍ଞାପନ ଦେଖି ଯୋଗାଯୋଗ ପରେ ସେମାନଙ୍କ ଠାରୁ ଇନଭେଷ୍ଟ ପାଇଁ ମୋଟା ଅଙ୍କର ଟଙ୍କା ନେଉଥିଲା । ଆରମ୍ଭରୁ ଭଲ ମୁନାଫା ମଧ୍ୟ ଦେଉଥିଲା । ଏପରିକି ୧୨ଲକ୍ଷ ପର୍ଯନ୍ତ ରିଟର୍ଣ୍ଣ ଦେଇ ପରବର୍ତ୍ତୀ ପର୍ଯ୍ୟାୟରେ ୧କୋଟି ୧୧ଲକ୍ଷ ଠକେଇ କରିଥିଲା ଅମରଜିତ୍ ।

ଏହା ମଧ୍ୟ ପଢନ୍ତୁ...କ୍ରିପ୍ଟୋ ନିବେଶ ଆଳରେ ୧୫ କୋଟି ଠକେଇ, ୨ ଅଭିଯୁକ୍ତ ଗିରଫ - Crypto Currency Scam

ଠକେଇ ଟଙ୍କାକୁ ସେୟାର‌ବଜାରରେ ଟ୍ରେଡିଂ କରି ନିବେଶ କରି ନିଜେ ଭଲ ମୁନାଫା କରୁଥିଲା । ଅଭିଯୁକ୍ତ ଆତ୍ମଜ୍ୟୋତି ନାୟକକୁ ଗତକାଲି ଭୁବନେଶ୍ବର ପଳାଶପଲ୍ଲୀ ସ୍ଥିତ ଘରୁ ଗିରଫ କରାଯାଇଥିଲା । ତେବେ ଆଜି ଅଭିଯୁକ୍ତ ଆତ୍ମଜ୍ୟୋତିକୁ ପୋଲିସ କୋର୍ଟ ଚାଲାଣ କରିଛି । ତାର ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ଆକାଉଣ୍ଟରେ ପାଖାପାଖି ୧୫ ଲକ୍ଷ ଥିବା ବେଳେ ବାକି ଟଙ୍କା ଅଭିଯୁକ୍ତ ଜଣଙ୍କ ଷ୍ଟକ ମାର୍କେଟରେ ଇନଭେଷ୍ଟମେଣ୍ଟ କରିଦେଇଥିବା ଜାଣିବାକୁ ପାଇଛି କମିଶନରେଟ ପୋଲିସ ।

ସେପଟେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡରେ ନେବ ବୋଲି ସୂଚନା ଦେଇଛନ୍ତି ଏସିପି । ଏହା ସହ ଏହି ଠକେଇ ରେ ଆଉ କିଏ କିଏ ସାମିଲ ରହିଛନ୍ତି ଏ ସମ୍ପର୍କରେ ତଦନ୍ତ କରି ସେମାନଙ୍କୁ ଖୁିବ ଶୀଘ୍ର ଗିରଫ କରାଯିବ ବୋଲି ଏସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ଏକ ଘରୋଇ କଲେଜରେ ବିବିଏମ ଫାଇନାଲ ଇୟରରେ ପଢୁଥିବା ଜଣାପଡିଛି । ତେବେ ପାଠୁଆ ଠକଙ୍କ ଏଭଳି ଠକେଇର କାରନାମା କୌଣସି ନୂଆ ନୁହେଁ । ଏହିଭଳି ଅନେକ ଠକ ପୁର୍ବରୁ ଗିରଫ ହୋଇଛନ୍ତି । କମ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ସେମାନଙ୍କୁ ସଜାଇଛି ଅପରାଧୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details